ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ ସରକାର ବ୍ୟାଙ୍କକୁ ନ ମିଶାଇ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ ତେବେ ସରକାରୀ ବ୍ୟାଙ୍କର ସଂଖ୍ୟା ୨୭ରୁ କମି ୫ରେ ପହଞ୍ଚିବ।

୨୦୧୭ ଏପ୍ରିଲ ପୂର୍ବରୁ ଦେଶରେ ବ୍ୟାଙ୍କର ସଂଖ୍ୟା ୨୭ ଥିଲା। ହେଲେ ସରକାରୀ ବ୍ୟାଙ୍କର ବିଲୟ ଯୋଜନା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ଆରମ୍ଭ ହୋଇଥିଲା। ତଦନୁଯାୟୀ ଏସ୍‌ବିଆଇରେ ୫ ସହାୟକ ବ୍ୟାଙ୍କ ମିଶିଥିଲା। ଯେଉଁଥିରେ ରହିଥିଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ତ୍ରାବଣକୋର ଏବଂ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ମୈସୁରର ମିଶ୍ରଣ ହୋଇଥିଲା। ଏହାପରେ ୨୦୧୮ରେ ବ୍ୟାଙ୍କ ଅଫ୍‌ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ବିଲୟ ହୋଇଥିଲା। ୨୦୧୯ ଜାନୁୟାରୀରେ ଆଇଡିବିଆଇ ବ୍ୟାଙ୍କକୁ ଘରୋଇ ବ୍ୟାଙ୍କ ଘୋଷଣା କରାଯାଇଥିଲା।

ସରକାର ପୁଣି ୧୦ ବ୍ୟାଙ୍କକୁ ମିଶାଇ ୪ କରିବାକୁ ନିଷ୍ପତ୍ତି ନେଇଥିଲେ। କରୋନା ସଂକଟ ସମୟରେ ୨୦୧୦ ଏପ୍ରିଲ ୧ରେ ୪ ନୂଆ ବ୍ୟାଙ୍କ ଆସିଛି। ସେଥିରେ ୬ ବ୍ୟାଙ୍କର ମିଶ୍ରଣ ହୋଇଛି। ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ୍‌ ବ୍ୟାଙ୍କରେ ବିଲୟ ହୋଇଛି। ଏହାଛଡ଼ା ପିଏନ୍‌ବିରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ୍‌ ବ୍ୟାଙ୍କର ବିଲୟ କରାଯାଇଛି। ସେହିଭଳି ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେଶନ ବ୍ୟାଙ୍କୁ ସାମିଲ କରାଯାଇଛି। ସିଣ୍ଡିକେଟ୍‌ ବ୍ୟାଙ୍କକୁ କାନାରା ବ୍ୟାଙ୍କରେ, ବ୍ୟାଙ୍କ ଅଫ୍‌ ବରୋଦାରେ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କକୁ ବିଲୟ କରାଯାଇଛି। ଏହାଦ୍ୱାରା ମୋଦି ସରକାରଙ୍କ ସମୟରେ ସରକାରୀ ବ୍ୟାଙ୍କର ସଂଖ୍ୟା ୨୭ରୁ କମ୍‌ ହୋଇ ୧୨ରେ ପହଞ୍ଚିଛି।

ଏବେ ସରକାର ବିଲୟ ପରିବର୍ତ୍ତେ ଘରୋଇକରଣ କରିବାକୁ ଯାଉଛନ୍ତି। ବିଶେଷକରି ସରକାର ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ଅଂଶଧନ ବିକିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଫଳରେ ୪ରୁ ୫ ସରକାରୀ ବ୍ୟାଙ୍କ ରଖିବାକୁ ସରକାର ଯୋଜନା କରୁଛନ୍ତିି। ଅପରପକ୍ଷେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri