ମାସ୍କ ପିନ୍ଧିବାରେ ଅସୁବିଧା ହେଉଛି କି? ଏସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ..

ସାରା ବିଶ୍ୱରେ ଏବେ କରୋନାର ଭୟାବହତା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ହଜାର ହଜାର ସଂଖ୍ୟାରେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି। ଭାରତରେ ଏହି ସଂଖ୍ୟା ୧୧ଲକ୍ଷ ଟପିଲାଣି। ଏପରିସ୍ଥିତିରେ ଔଷଧ ବାହାରି ନ ଥିବାରୁ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଉଛି। ଏହାଛଡ଼ା ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି।

ଗୋଟିଏପଟେ ମାସ୍କର ବ୍ୟବହାର ଜରୁରୀ ହୋଇପଡ଼ିଥିବା ବେଳେ ନାନାଦି ଅସୁବିଧା ସୃଷ୍ଟି ହେଉଛି। ଲଗାତାର ଭାବେ ମାସ୍କ ପିନ୍ଧିବା ଅନେକଙ୍କୁ କଷ୍ଟ ଦେଉଛି। ଆଜି ଆପଣଙ୍କ ସୁବିଧା ଲାଗି ମାସ୍କ ପିନ୍ଧିବା, ଧୋଇବା, ଶୁଖାଇବା ଏବଂ ସାନିଟାଇଜ୍‌ କରିବାର ଉପାୟ ବିଷୟରେ ଜଣାଇବୁ।

– ଲଗାତାର ଭାବେ ମାସ୍କ ପିନ୍ଧିବା ଦ୍ୱାରା ଅନେକ ଲୋକଙ୍କ କାନରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହେଉଛି। କିଛି ଲୋକଙ୍କ କାନ ଲାଲ ପଡ଼ିଯାଉଥିବା ହେତୁ ଏହାକୁ ପିନ୍ଧିବାକୁ ସେମାନେ ପ୍ରସ୍ତୁତ ହେଉନାହାନ୍ତି। ଏଣୁ ଯଦି ଏପରି ସମସ୍ୟାରୁ ରକ୍ଷା ପାଇବାକୁ ଚାହାନ୍ତି, ତେବେ କ୍ଲିପ୍‌ର ବ୍ୟବହାର କରିପାରିବେ। ମାସ୍କର ଦୁଇ ମୁଣ୍ଡକୁ କ୍ଲିପ୍‌ରେ ଧରି ଚୁଟିରେ ଲଗାଇ ଦିଅନ୍ତୁ।

– କିଛି ଲୋକଙ୍କ ମୁହଁ ଛୋଟ ରହିଥାଏ। ସେମାନଙ୍କୁ ମାସ୍କ ପିନ୍ଧିବାରେ ଅସୁବିଧା ହୋଇଥାଏ। କାରଣ ତାହା ଫିଟ୍‌ ହୋଇ ନ ଥାଏ। ଏପରିସ୍ଥିତିରେ କ୍ଲିପ୍‌ ସାହାଯ୍ୟରେ ତାକୁ ଚୁଟିରେ ଲଗାଇ ନିଅନ୍ତୁ।

– ମାସ୍କ ଅପରିଷ୍କାର ହେବା ଯୋଗୁ ତାକୁ ଡେଟୋଲରେ ଧୋଇ ଦିଅନ୍ତୁ। ଏଥିପାଇଁ ଏକ ଜାଗାରେ ପାଣି ନିଅନ୍ତୁ। ସେଥିରେ ଡେଟୋଲ୍‌ର କିଛି ଟୋପା ପକାନ୍ତୁ। ଏଥିରେ ମାସ୍କକୁ ୧୦ ମିନିଟ ପାଇଁ ବୁଡ଼ାଇ ରଖନ୍ତୁ। ପରେ ଖରାରେ ଶୁଖାଇ ନିଅନ୍ତୁ।

– ମାସ୍କ ଓହ୍ଲାଇବା ପରେ ମୁହଁକୁ ଭଲଭାବେ ପାଣିରେ ଧୋଇବା ସହ ଫେସଓ୍ବାସ୍‌ ବ୍ୟବହାର କରନ୍ତୁ।

– ମଝିରେ ମଝିରେ ମାସ୍କ ଓହ୍ଲାଉଥିଲେ ଏହାକୁ ସାନିଟାଇଜ୍‌ କରି ପୁଣି ପିନ୍ଧନ୍ତୁ।

-କେହି ଚଷମା ପିନ୍ଧୁଥିଲେ ମାସ୍କକୁ ଚଷମା ଉପରେ ପିନ୍ଧନ୍ତୁ। ଏହାଦ୍ୱାରା ଗ୍ଲାସରେ ଜଳବୁନ୍ଦା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri