Posted inଖେଳ

ଏହି କାରଣ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେନି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୧।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୩ ମ୍ୟାଚବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ ଲାଗି ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେବା ଲାଗି ଘରୋଇ ଇଂଲଣ୍ଡ ମଜଭୁତ ଦଳ ଘୋଷଣା କରିଛି। ଯେଉଁଥିରେ ଜୋଫ୍ରା ଆର୍ଚର, ମାର୍କ ଉଡ୍‌ ଓ ଉଇକେଟ୍‌କିପର ଜୋଶ୍‌ ବଟଲର୍‌ଙ୍କୁ ଉଭୟ ଟି୨୦ ଓ ଦିନିକିଆ ଦଳରେ ସାମିଲ କରାଯାଇଛି। ନିୟମିତ ଅଧିନାୟକ ଜୋ ରୁଟ୍‌ କିନ୍ତୁ ଟି୨୦ ଦଳରୁ ଦୂରେଇ ରହିଛନ୍ତି। ତେବେ ସେ ଦିନିକିଆ ସିରିଜ ଖେଳିବେ। ସେହିଭଳି ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଉଭୟ ସିରିଜରୁ ବାଦ୍‌ ପଡ଼ିଛନ୍ତି। କ୍ୟାନସରରେ ପୀଡ଼ିତ ଥିବା ବାପାଙ୍କୁ ଦେଖା କରିବା ଲାଗି ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଯାଇଛନ୍ତି। ଏହି କାରଣରୁ ସେ ପାକିସ୍ତାନ ବିପକ୍ଷ ଶେଷ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିପାରି ନ ଥିଲେ। ଏଠାରେ ପ୍ରକାଶଯୋଗ୍ୟ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ସେପ୍ଟେମ୍ବର ୪ରୁ ଟି୨୦ ସିରିଜ ଆରମ୍ଭ ହେବ। ଟି୨୦ର ସମସ୍ତ ୩ଟି ମ୍ୟାଚ୍‌ ସାଉଥାମ୍ପଟନରେ ଖେଳାଯିବ। ସେହିଭଳି ୩ଟି ଯାକ ଦିନିକିଆ ମ୍ୟାଚ୍‌ ଯଥାକ୍ରମେ ସେପ୍ଟେମ୍ବର ୧୧, ୧୩ ଓ ୧୬ରେ ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri