Posted inଫୁରସତ

ଦେବୀଙ୍କ ଦର୍ଶନ ପାଇଁ ପୁରୁଷ ସାଜନ୍ତି ମହିଳା

ଆମ ଦେଶରେ ରହିଛି ଅନେକ ଦେବୀଦେବତାଙ୍କ ମନ୍ଦିର। ଆଉ ଏହି ମନ୍ଦିରଗୁଡିକର ପ୍ରଥା, ପରମ୍ପରା ବି ଭିନ୍ନ ଭିନ୍ନ ହୋଇଥାଏ। କେଉଁଠି ମହିଳାଙ୍କୁ ତ ଆଉ କେଉଁଠି ପୁରୁଷଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାରେ ଥାଏ ପ୍ରତିବନ୍ଧକ। ତାସହ ଆହୁରି ଅନେକ ଅଜବ ରୀତିନୀତି ଥିବା ମନ୍ଦିର ବି ରହିଛି। ସେମିତି ଏକ ମନ୍ଦିର କେରଳର କୋଲ୍ଲମ ଜିଲ୍ଲାରେ ଅଛି। ଯେଉଁଠି ପୁରୁଷମାନେ ମନ୍ଦିରରେ ପୂଜା ପାଉଥିବା ଦେବୀ ମା’ଙ୍କ ଦର୍ଶନ ପାଇବା ଲାଗି ନାରୀଙ୍କ ପରି ଶୃଙ୍ଗାର ହେବାକୁ ପଡେ। କେବଳ ସେତିକି ନୁହେଁ ନାରୀଙ୍କ ପୋଷାକ ବି ପିନ୍ଧିବାକୁ ହୁଏ। ମନ୍ଦିରଟିର ନାମ ହେଉଛି କୋଟଂକୁଲଂଗାର ଶ୍ରୀ ଦେବୀ ମନ୍ଦିର। ଏହି ମନ୍ଦିରରେ ପ୍ରତିବର୍ଷ ‘ଚମୟାବୁଲକୁ’ ନାମକ ଉତ୍ସବ ପାଳିତ ହୁଏ। ଉକ୍ତ ଉତ୍ସବ ସମୟରେ ପୁରୁଷମାନେ କେବଳ ନାରୀ ରୂପ ଧାରଣ କଲେ ହିଁ ମା’ଙ୍କ ଦର୍ଶନ ଲାଭ କରିପାରନ୍ତି। ଆଉ ମା’ଙ୍କୁ ପୂଜା କରିପାରନ୍ତି। ତେଣୁ ଏହିଦିନ ହଜାର ହଜାର ସଂଖ୍ୟାରେ ପୁରୁଷ ଭକ୍ତ ନାରୀଙ୍କ ପରି ଶୃଙ୍ଗାର କରିବା ସହ ଶାଢି ଓ ଗହଣା ପିନ୍ଧନ୍ତି। ମନ୍ଦିର ପରିସରରେ ପରିବାର ସଦସ୍ୟ ଅବା ମେକ୍‌ଅପ୍‌ ଆର୍ଟିଷ୍ଟ ପୁରୁଷମାନଙ୍କୁ ନାରୀ ବେଶରେ ସଜାଇଥାନ୍ତି। ପୂଜା କରିବାବେଳେ ଏହି ପୁରୁଷମାନେ ୫ଟି ବତି ଥିବା ଦୀପ ହାତରେ ରଖି ଜାଳନ୍ତି। ବିଶ୍ୱାସ କରାଯାଏ ଯେ, ପୁରୁଷମାନେ ନାରୀ ବେଶ ଧାରଣ କରି ପୂଜା କଲେ ଚାକିରି ମିଳିଥାଏ, ଧନ ପ୍ରାପ୍ତି ହୁଏ ଓ ଯାହାବି ମନୋସ୍କାମନା ଥାଏ ତାହା ପୁରଣ ହୁଏ। ଏଭଳି ପରମ୍ପରା ପଛରେ ସ୍ଥାନୀୟ ଏକ ଲୋକ ବିଶ୍ୱାସ ବି ରହିଛି। କୁହାଯାଏ ଥରେ କିଛି ଗାଈ ଚରାଳୀଙ୍କୁ ଏକ ନଡିଆ ମିଳିଥିଲା। ତାକୁ ଖାଇବା ଲାଗି ସେମାନେ ଏକ ପଥରେ ନଡିଆଟିକୁ ପିଟିଥିଲେ। ଆଉ ଦେଖିବାକୁ ପାଇଲେ ନଡିଆ ବାଡେଇବାରୁ ସେହି ପଥରରୁ ରକ୍ତ ବାହାରିଲା। ଏଥିରେ ଡରିଯାଇ ସେମାନେ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଅଧିବାସୀ ଜ୍ୟୋତିଷଙ୍କ ସହ ପରାମର୍ଶ କରିବା ପରେ ଜ୍ୟୋତିଷ କହିଲେ ସେହି ପଥରରେ ବନଦୁର୍ଗାଙ୍କ ଅଲୌକିକ ଶକ୍ତି ନିହିତ ଅଛି। ସେଥିପାଇଁ ସେଠାରେ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା ଆରମ୍ଭ କରାଗଲା। ମନ୍ଦିର ନିର୍ମାଣ ପରେ କେବଳ ମହିଳାଙ୍କୁ ଏହି ମନ୍ଦିରରେ ପୂଜା କରିବାର ଅନୁମତି ଦିଆଗଲା। କିନ୍ତୁ ଥରେ ଏକ ଗାଇ ଚରାଳୀ ନାରୀ ବେଶ ଧାରଣ କରି ମନ୍ଦିରରେ ପ୍ରବେଶ କରି ମା’ଙ୍କର ପୂଜାର୍ଚ୍ଚନା କରିଥିଲେ। କୁହାଯାଏ ସେବେଠାରୁ ହିଁ ପୁରୁଷମାନେ ନାରୀ ବେଶ ଧାରଣ କରି ମା’ଙ୍କୁ ପୂଜା କରିବା ପରମ୍ପରା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ପରିବର୍ତ୍ତେ ଛତୁ ରସର ଇଞ୍ଜେକ୍‌ସନ ନେଲେ ଯୁବକ, ପରେ ଯାହା ଘଟିଲା…

ଜଣେ ୩୦ ବର୍ଷୀୟ ଯୁବକ ଛତୁରୁ ରସ ବାହାର କରି ମଜାରେ ନିଜ ଶରୀରରେ ଇଞ୍ଜେକ୍‌ସନ ଦେଇଦେଲେ। ଏହା କିଛି ସମୟରେ ତାଙ୍କ ଶରୀରରେ ଛତୁଗଛ...

କୁକୁର ପାଇଁ ୨ ଲକ୍ଷ ଟଙ୍କାର ଶପିଂ

ଧନ ହେଉ କି ଖ୍ୟାତି, ଯଦି କୌଣସି ସଫଳତା ନିଜ ପରିଶ୍ରମରେ ହାସଲ କରାଯାଏ ତେବେ ଏହାର ମଜା ଅଲଗା ଥାଏ। ଆମେରିକାରେ ରହୁଥିବା ଯୁବତୀଙ୍କ...

ଲାଲୁ ପ୍ରସାଦଙ୍କ ଝିଅ ଏବେ ଅଖିଳେଶ ଯାଦବଙ୍କ ବୋହୂ: ଏହି ଭବ୍ୟ ବଙ୍ଗଳାରେ ବିତାଉଛନ୍ତି ସମୟ; ଦେଖନ୍ତୁ ଫଟୋ

ଲାଲୁ ପ୍ରସାଦ ଯାଦବ ଏବଂ ରାବିଡି ଦେବୀଙ୍କ ସବୁଠୁ ସାନ ଝିଅ ହେଲେ ରାଜଲକ୍ଷ୍ମୀ। ଉଭୟଙ୍କ ୯ ସନ୍ତାନ ମଧ୍ୟରେ ସେ ସବୁଠାରୁ ଗେହ୍ଲା। ମୁଖ୍ୟମନ୍ତ୍ରୀ...

କ୍ରିସ୍‌ମାସ୍‌ ରୋଜଗାର

ସାଧାରଣତଃ ପର୍ବପର୍ବାଣି, ସାମାଜିକ ପରମ୍ପରା ସବୁକୁ ମଣିଷ ନିଜର ସୁଖ ଆଉ ସମୃଦ୍ଧିର ବୃଦ୍ଧି ପାଇଁ ସୃଷ୍ଟି କରିଛି। ପରସ୍ପର ସହିତ ମିଳିତ ହେବା, ଖୁସି...

ଗୁଗଲ୍‌ ବେବେ

ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ...

ସବୁଠୁ ବଡ଼ ମାନବ କ୍ରିସ୍‌ମାସ୍‌ ଟ୍ରି

ପାଖେଇ ଆସିଲାଣି କ୍ରିସ୍‌ମାସ୍‌। ପ୍ରଭୁ ଯିଶୁଙ୍କ ଜନ୍ମଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଏବେ ବେଶ୍‌ ତତ୍ପର। କିଏ ଘର ସଜାଉଛନ୍ତି...

ଏଠାରେ କଏଦୀଙ୍କ ସହ ରୁହନ୍ତି ପକ୍ଷୀ, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଟିଭିରେ ଜେଲ୍‌ ପରିସ୍ଥିତି ଦେଖିଥିବେ। ଜେଲରେ ବନ୍ଦୀ ଭାବେ ଜୀବନ କାଟିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଏମିତି ଏକ ଜେଲ୍‌ ଅଛି,...

ସଂଗ୍ରାହକ ସୌମ୍ୟରଞ୍ଜନ

ଆଜକୁ ପ୍ରାୟ ୧୨ବର୍ଷ ବିତିସାରିଲାଣି ସେ ବିଭିନ୍ନ ସ୍ଥାନରୁ ସଂଗ୍ରହକରି ଆଣିଥାନ୍ତି ନାନାପ୍ରକାରର ପୁରୁଣା ଟଙ୍କା ଓ ଅନ୍ୟାନ୍ୟ ପତ୍ରପତ୍ରିକା। ଏମିତି ନିଶା ତାଙ୍କୁ ଦେଇଛି...

Advertisement
Archives

Model This Week