Posted inଫୁରସତ

ପୋର୍ଟେବଲ ଏସି: ବେକରେ ଟାଙ୍ଗି ଯେଉଁଆଡେ ବି ଯାଇପାରିବେ…

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଲାଗି ଅନେକ ସମୟରେ ଘରୁ ବାହାରିବାକୁ ଇଛା ହୁଏନା। କାରଣ ବାହାରର ଗରମ ଝାଞ୍ଜି ପବନ ଓ ଝାଳ ପାଇଁ ଭାରି ଅସ୍ତବ୍ୟସ୍ତ ଲାଗେ। ଆଉ ଏମିତିରେ ଯେତେବେଳେ ବାହାରିବାକୁ ପଡେ ଅନେକଙ୍କ ମନକୁ ଆସିଥାଏ ଏଭଳି ଏକ ଏସି(ଏୟାର କଣ୍ଡିସନର୍‌) ଥାଆନ୍ତା କି ଯାହା ଆମ ସହ ଯାଇପାରୁଥାନ୍ତା। ଆଉ ଏଇ ଭାବନାକୁ ବାସ୍ତବରେ ପରିଣତ କରିଛି ମାଚ୍ୟୁରା ପ୍ରୋ ନାମକ କମ୍ପାନୀ। ଉକ୍ତ କମ୍ପାନୀ ପ୍ରଥମକରି ଏଭଳି ଏସି ତିଆାରି କରିଛି, ଯାହାକୁ ଜଣେ ନିଜ ବେକରେ ଟାଙ୍ଗି ଯେଉଁଆଡେ ବି ଯାଇପାରିବେ। ଏହା ହେଉଛି ପୃଥିବୀର ପ୍ରଥମ ପୋର୍ଟେବଲ ଏୟାର କଣ୍ଡିଶନର୍‌। ଏହାକୁ ବେକରେ ପକାଇଲେ ଥଣ୍ଡା ଥଣ୍ଡା ପବନ ବାହାରି ବେଶ୍‌ ଥଣ୍ଡା ଅନୁଭୂତ କରାଇବ। ଏହାକୁ ଉଭୟ ଫ୍ୟାନ୍‌ ଓ କୁଲିଂ ମୋଡରେ ବ୍ୟବହାର କରିହେବ। କୁଲିଂ ମୋଡରେ ୧୮ ଡିଗ୍ରି ଫାରେନହାଇଟ୍‌ ପର୍ଯ୍ୟନ୍ତ ଥଣ୍ଡା ପବନ ଦିଏ। ଏହି ଡିଭାଇସକୁ ଚଳାଇବା ଲାଗି ଏକ ଆପ୍‌ ରହିଛି, ଯାହାଦ୍ୱାରା ପବନକୁ ନିୟନ୍ତ୍ରଣ କରିହେବ। ଉକ୍ତ ଓ୍ବେରେବଲ୍‌ ଏସିକୁ ଟ୍ବିଟ ଟର୍ବୋ ପିଡବଲ୍ୟୁଏମ୍‌ ମୋଟର ଦ୍ୱାରା ଚଲାଯାଏ। ଏଥିରେ ଥିବା ୨୬ଟି ଛୋଟ ଛୋଟ ଫ୍ୟାନ ପିନ୍ଧିଥିବା ବ୍ୟକ୍ତିଙ୍କ ବେକ ପାଖର ଉଷ୍ମତାକୂ ଦୂର କରି ଥଣ୍ଡା ପବନ ଦେବ। ଏହା ଭିତରେ ଏକ ଭିସି ପ୍ଲେଟ୍‌, ଲିକ୍ୱିଡ କୁଲ୍ଡ , ହିଟ ଇକ୍ୱାଲାଇଜିଂ ମେକାନିଜିମ୍‌ ଅଛି। ତାସହ ୧୨୧ ଯୋଡି ସେମିକଣ୍ଡକ୍ଟର ବି ଲାଗିଛି। ଏହାର ବ୍ୟାଟେରୀ ଖୁବ୍‌ ଶୀଘ୍ର ଚାର୍ଜ ହେବା ସହ ଥରେ ଚାର୍ଜ ହେଲେ ୮ ଘଣ୍ଟା ବ୍ୟବହାର କରିହେବ। ଏହି ଏସିର ଓଜନ ମାତ୍ର ୪୩୫ ଗ୍ରାମ। ଆଉ ଏହା ଗରମ ତାପମାତ୍ରାକୁ ଥଣ୍ଡା କରିବାରେ ସମ୍ପୂର୍ଣ୍ଣ ସକ୍ଷମ। ଅଧିକ ଭାରି ହୋଇ ନ ଥିବାରୁ ବେକକୁ କଷ୍ଟ ବି ହେବ ନାହିଁ। ଏହାର ମୂଲ୍ୟ ୧୨୦୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟାଣ୍ଡ ପେଣ୍ଟ ଇଲ୍ୟୁଜନ୍‌

କେତେବେଳେ ହାତରେ ଏକ ବଡ କଣା ତ କେବେ କଟି ଯାଇଛି ପାପୁଲି। ପୁଣି କେବେ ଦେଖା ଯାଉଛି ପାପୁଲିର ହାଡସବୁ। ଏମିତି ଦୃଶ୍ୟ ଦେଖି...

୫୦ ବର୍ଷ ମଧ୍ୟରେ ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: ବେଳେବେଳେ କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର...

ଥାନାରେ ପହଞ୍ଚି ପୋଲିସର କାନ ଧରିଲା ମାଙ୍କଡ, ଆଉ ତା’ପରେ

ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। କିନ୍ତୁ ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସକୁ ଭୟଭୀତ କରିଦେଇଛି। ଗତ ୧୦...

ମହିଳାଙ୍କଠାରୁ ଲୁଟ୍‌ ସମୟରେ କୁକୁର କଲା ଏମିତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ

ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା...

ପ୍ରଥମ ଚେକ୍‌ ବାପାଙ୍କୁ ଦେଇଥିଲି: ରେଡ଼ିଓ ଉପସ୍ଥାପିକା ଜୟଶ୍ରୀ ମୁଦ୍ରା

ହାଇସ୍କୁଲ୍‌ରେ ପଢ଼ିଲାବେଳୁ ଟିଭି ଓ ରେଡ଼ିଓରେ ସମ୍ବାଦ ପଢ଼ିବାକୁ ନେଇ ମନରେ ଖୁବ୍‌ ଆଗ୍ରହ ବଢ଼ିଥିଲା। କାରଣ ମୋ ବାବା ନୀଳମଣି ମୁଦ୍ରା ରେଡ଼ିଓ ଶୁଣିବାକୁ...

ସବୁଜ ଗାଁ ଖୋନୋମା

ଭାରତର ପ୍ରଥମ ସବୁଜ ଗାଁ ଭାବେ ଖୋନୋମା ବେଶ୍‌ ଲୋକପ୍ରିୟ। ଏଠାକାର ପ୍ରାକୃତିକ ପରିବେଶ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ସେମିତି ସ୍ଥାନୀୟ ବାସିନ୍ଦାଙ୍କର ଆତିଥିୟତା...

ଥାନାରେ ପହଞ୍ଚିଲେ ଶାଶୁ, ସାର୍‌ ବୋହୂ ମୋ ପାଦ ଛୁଇଁବାକୁ କରୁଛି ମନା…

ଲକ୍ଷ୍ନୌ,୫।୬ : ଉତ୍ତରପ୍ରଦେଶର ଆଗ୍ରାରେ ବୋହୂ ତାଙ୍କ ପାଦ ଛୁଇଁ ନ ଥିବାରୁ ଶାଶୁ ରାଗିଗଲେ। ସେ ସିଧା ଯାଇ ଥାନାରେ ପହଞ୍ଚିଲେ। ଥାନା ଅଧିକାରୀ...

Advertisement
Archives

Model This Week