Posted inଫୁରସତ

ଚିନ୍ତାମୁକ୍ତ ହେବା ପାଇଁ ଯେଉଁଠି ଲୋକେ କାନ୍ଦିବା ଅଭ୍ୟାସ କରନ୍ତି

ନିକଟରେ ଜାପାନର କିଛି ଗବେଷକ ଏମିତି ତଥ୍ୟ ଦେଇଛନ୍ତି। ଚିନ୍ତାମୁକ୍ତ ହେବା ପାଇଁ ହସିବା ବଦଳରେ କାନ୍ଦିବା ଜରୁରୀ ବୋଲି ସେମାନେ କହିଛନ୍ତି। କାରଣ କାନ୍ଦିବା ସମୟରେ ଭିନ୍ନ ଧରଣର ଲୁହ ବାହାରୁଥିବାରୁ ଏହା ବ୍ୟକ୍ତିକୁ ଚିନ୍ତାମୁକ୍ତ କରିଥାଏ। ତୋହୋ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନସେସ୍‌ରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି କି, ଶୋଇବା ଅପେକ୍ଷା କାନ୍ଦିବା ଶରୀର ପାଇଁ ଲାଭଦାୟକ। ଲୋକଙ୍କୁ କନ୍ଦାଇବା ପାଇଁ ଏବେ ଜାପାନର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ପ୍ରତି କମ୍ପାନୀର କର୍ମଚାରୀ ଓ ସ୍କୁଲର ଛାତ୍ରୀଛାତ୍ରଙ୍କୁ କନ୍ଦାଇବା ପାଇଁ ଉକ୍ତ ଶିକ୍ଷକଙ୍କୁ ନିମନ୍ତ୍ରଣ ମିଳିଥାଏ। ଟିୟର୍ସ ଟିଚର ନାମରେ ସେ ବେଶ୍‌ ଜଣାଶୁଣା। ସପ୍ତାହରେ ଅତିକମରେ ଥରଟିଏ କାନ୍ଦିଲେ ଚିନ୍ତାମୁକ୍ତ ଜୀବନ ବଞ୍ଚିହେବ ବୋଲି ଗବେଷକମାନେ କହିଛନ୍ତି। ସୂଚନା ଅନୁଯାୟୀ, ୧୬ ବର୍ଷ ତଲେ ୩୦ଟି ଦେଶକୁ ନେଇ ଏମିତି ଏକ ଗବେଷଣା କରାଯାଇଥିଲା। ଏଥିରେ ୬୦ ପ୍ରତିଶତ ଲୋକ କାନ୍ଦିଲେ ଚିନ୍ତାମୁକ୍ତ ହୁଏ ବୋଲି କହିଥିଲେ। ଅନ୍ୟପଟେ ମନୋଚିକିତ୍ସକ ଚିନ୍ତାମୁକ୍ତ ହେବାପାଇଁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ କାନ୍ଦିବାକୁ ପରାମର୍ଶ ଦେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri