Posted inଖେଳ

ସଚିନ-ସେହ୍ବାଗ, ଡ୍ରାଭିଡ୍‌ଙ୍କ ଲାଗି ସୁଯୋଗ ପାଇ ନ ଥିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୯।୭- ସୁବ୍ରମଣିୟମ ବଦ୍ରିନାଥ। ଭାରତୀୟ ଘରୋଇ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ଜଣେ ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ତାମିଲନାଡ଼ୁର ଏହି କ୍ରିକେଟର୍‌ ଅନ୍ତର୍ଜାତୀୟସ୍ତରରେ କିନ୍ତୁ ପ୍ରଦର୍ଶନର ଛାପ ଛାଡ଼ିବାରେ ସେତେଟା ସଫଳ ହୋଇପାରି ନ ଥିଲେ। ସେ ୭ଟି ଦିନିକିଆ, ୨ଟି ଟେଷ୍ଟ ଓ ଗୋଟିଏ ଟି୨୦କୁ ମିଶାଇ ମୋଟ୍‌ ୧୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ। ଘରୋଇ କ୍ରିକେଟ୍‌ରେ ତାଙ୍କ ସଫଳତାର ଲମ୍ବା ତାଲିକାର ରହିଥିଲେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ସେ ଭାଗ୍ୟବାନ ନ ଥିଲେ। ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ୍‌କାର ଅବସରରେ ୩୯ ବର୍ଷୀୟ ବଦ୍ରିନାଥ ଏହାର କାରଣ ଉଲ୍ଲେଖ କରିଛନ୍ତି। ବଦ୍ରିନାଥଙ୍କ କହିବାନୁଯାୟୀ, ଦଳରେ ସ୍ଥାନ ପାଇବା ଲାଗି ସେ ସବୁକିଛି କରିଥିଲେ। କିନ୍ତୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ରାହୁଲ ଡ୍ରାଭିଡ୍‌ ଓ ଯୁବରାଜ ସିଂଙ୍କ ଭଳି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦଳରେ ଥିବାରୁ ସେ ସୁଯୋଗ ପାଇପାରି ନ ଥିଲେ। ‘ବ୍ୟାଟିଂ ସହିତ ମୋତେ ବୋଲିଂ ଉପରେ ଧ୍ୟାନ ଦେବାର ଥିଲା। ଯଦି ଏହା ମୁଁ କରିପାରିଥାନ୍ତି ତେବେ ଟିମ୍‌ ଇଣ୍ଡିଆ ପାଇଁ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥାନ୍ତି। ସେହିଭଳି ମୁଁ ଜଣେ ଭଲ ସ୍ପିନର ଥିଲି ଏବଂ କିଛି ଉଇକେଟ୍‌ ମଧ୍ୟ ଅକ୍ତିଆର କରିଥିଲି। ସେହି ସମୟରେ ସହାୟତା ଲାଗି ମୋ ପାଖରେ କେହି ନ ଥିଲେ। ମୁଁ ବ୍ୟାଟିଂ ସହିତ ବୋଲିଂ ଉପରେ ମଧ୍ୟ ଧ୍ୟାନ ଦେଇ ଜଣେ ଅଲ୍‌ରାଉଣ୍ଡର ଭାବେ ସ୍ଥାନ ପୂରଣ କରିପାରିଥାନ୍ତି। ଯଦି ବ୍ୟାଟିଂ କଥା କୁହାଯିବ ତେବେ ମୁଁ ଆଉ ଅଧିକ କିଛି କରିପାରି ନ ଥାନ୍ତି। ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି’ ବୋଲି ବଦ୍ରିନାଥ ଏହି ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୨ଟି ଟେଷ୍ଟ, ୭ ଦିନିକିଆ ଓ ଗୋଟିଏ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୬୩, ୭୯, ୪୩ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ବଦ୍ରିନାଥ ୧୪୫ଟି ପ୍ରଥମ ଶ୍ରେଣୀ ଓ ୧୪୪ ଲିଷ୍ଟ-ଏ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୦,୨୫୪ ଓ ୪୧୬୪ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri