ଆଧାର ଲିଙ୍କ୍‌ ପାଇଁ ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼, ନିୟନ୍ତ୍ରଣ ପାଇଁ ଜଗି ରହିଲା ପୋଲିସ

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ): ବୁଧବାରଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାରେ ଅପଲୋଡ୍‌ ପ୍ରକ୍ରିୟା। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍‌ ହେଉ ବା ମୋବାଇଲ ନମ୍ବର ସହ ଲିଙ୍କ୍‌ କରିବା ପାଇଁ ବ୍ୟସ୍ତ ହୋଇଗଲେଣି। ମଙ୍ଗଳବାର ମଧ୍ୟ ଛତ୍ରପୁର ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼ ଜମିଥିବା ବେଳେ ଆଜି ବି ସେହିପରି ଘଟଣା ଦେଖିବାକୁ ମିଳିଛି। ଏପରିକି ସକାଳ ୬ରୁ ମହିଳାମାନେ ଆସି ଜଗିରହିଛନ୍ତି। କେତେବେଳେ ପୋଷ୍ଟ ଅଫିସ ଖୋଲିବ ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ କରିବେ। ୧୦ଟାରେ ପୋଷ୍ଟ ଅଫିସ ଖୋଲିଲା ପରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଠେଲାପେଲା ସହ ମହିଳାମାନେ ତଳେ ପଡ଼ିଯାଉଥିବାର ଦେଖିବାକୁ ମିଳିଥିଲା। ଶେଷରେ ଛତ୍ରପୁର ପୋଲିସ ଥାନା ଅଧିକାରୀ ଓ ଛତ୍ରପୁର ବିଡିଓ ଆସି ମହିଳାମାନଙ୍କୁ ବିଝାଇଥିଲେ। ଏପରିକି ଭିଡ଼କୁ ଦେଖି କିଛି ସମୟ ପ୍ରର୍ଯ୍ୟନ୍ତ କାମ ବନ୍ଦ ରହିଥିଲା। ପରେ ପୋଲିସ ଉପସ୍ଥିତିରେ କାମ ପୁଣି ଆରମ୍ଭ ହୋଇଥିଲା। ଗତକାଲି ଗୋଟିଏ କାଉଣ୍ଟର ଖୋଲାରହିଥିଲା ଆଜି ତିନୋଟି ଖୋଲାଯାଇଥିଲା। ଆସନ୍ତାକାଲି ପ୍ରତି ପଞ୍ଚାୟତରେ ଥିବା ପୋଷ୍ଟ ଅଫିସରେ ଏହି ଆଧାର କାର୍ଡ କାଉଣ୍ଟର ଖୋଲଯିବ। ନିଜ ନିଜ ଅଞ୍ଚଳରେ କରିବାକୁ କୁହାଯାଇଥିଲା। ଦିନ ୨ ଟା ପରେ ବନ୍ଦ କରିଦିଆଗଲା ଆଧାର କାର୍ଡ। ଯାହାଫଳରେ ଶହ ଶହ ମହିଳା ଯିଏ ନିଜ କାମ ଧନ୍ଦା ଛାଡ଼ି ଛୋଟ ଛୁଆକୁ ଧରି ବହୁ ଦୂରରୁ ଆସିଥିଲେ ସେମାନେ ସବୁ ନିରାଶରେ ଫେରିଯାଉଥିବାର ଦେଖିବାକୁ ମିଳିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାଉଣ୍ଟର ସଂଖ୍ୟା ବୃଦ୍ଧି ସହ ସମସ୍ତ ବ୍ୟବସ୍ଥା ସଠିକ୍‌ ଭାବେ କିପରି ସୁପରିଚାଳନା ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri