ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ୩ଦିନ ପରେ ମଧ୍ୟ ପଡିଛି ଅଇଁଠା ପ୍ଲେଟ୍‌

ଦାରିଙ୍ଗବାଡ଼ି,୩୧।୧୦(ଡି.ଏନ୍‌.ଏ): ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ଗୁରୁବାର ଓ ଶୁକ୍ରବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା। ତେବେ କାର୍ଯ୍ୟକ୍ରମ ସରିବାର ୩ ଦିନ ପରେ ବିଭିନ୍ନ ସ୍ଥାନରେ ପଡ଼ିଥିବା ବହୁ ଅଇଣ୍ଠା ଥାଳି (ଥର୍ମୋକଲ ପ୍ଲେଟ)ଗୁଡ଼ିକୁ ଉଠାଇ ନଷ୍ଟ କରାଯାଇ ନ ଥିବାରୁ ତାହା ଏଣେତେଣେ ପଡ଼ି ଦୁର୍ଗନ୍ଧ ହେଉଛି। ଏପରିକି ଥାଳିଗୁଡ଼ିକ ପବନରେ ଉଡ଼ି ଲୋକଙ୍କ ଘରେ ମଧ୍ୟ ପଶୁଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ମନ୍ତ୍ରୀ ଗୁରୁବାର ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ିରେ ପହଞ୍ଚିବା ପରେ ଶୁକ୍ରବାର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁଠାରେ ଏସ୍‌ଏଚ୍‌ଜିଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ଅପରାହ୍ନରେ ଦଳୀୟ କର୍ମୀଙ୍କୁ ନେଇ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ଦୁଇଟି କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରାଯାଇଥିଲା। ପ୍ରତି ବୈଠକରେ ଯୋଗଦାନ କରିଥିବା ମହିଳାମାନେ ଖାଇବା ପ୍ଲେଟ ଛାଡି ଯାଇଥିଲେ। ବର୍ତ୍ତମାନ ତାହା ସଫେଇ ନ କରି ଛାଡ଼ି ଦିଆଯାଇଥିବାରୁ ଏବେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ପଟେ ବ୍ଲକ ପ୍ରଶାସନ ସ୍ବଚ୍ଛ ଭାରତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କିପରି ଅଇଣ୍ଠା ଥାଳି ଉଠାଗଲାନି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି ା ସେହିପରି ହେଲିପ୍ୟାଡ୍‌ ପଡ଼ିଆ ଠାରେ ହୋଇଥିବା ଦଳୀୟ କାର୍ଯ୍ୟକ୍ରମକୁ ଆସିଥିବା କର୍ମୀଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ସେଠାରେ ମଧ୍ୟ କୁଢ଼ କୁଢ଼ ଅଇଣ୍ଠା ଥାଳି ଏଣେତେଣେ ପଡ଼ିଛି। ଫଳରେ ନିକଟରେ ଥିବା ମହାବିଦ୍ୟାଳୟର ଛାତ୍ରୀଛାତ୍ର ସ୍ଥାନୀୟ ଲୋକଙ୍କୁ ଓ ଲୋକ ପ୍ରତିନିଧିମାନଙ୍କୁ ଏଭଳି ଅଳିଆ ଆବର୍ଜନା ନ କରିବାକୁ ପରାମର୍ଶ ଦେଉଥିବା ଭିଡିଓ ଏବେ ଘୂରିବୁଲୁଛି ା ଏନେଇ ଓଡ଼ିଶା ମିଶନ ଶକ୍ତିର ବିପିଏମ୍‌ ପିଣ୍ଟୁ ନାୟକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ ଅଫ୍‌ ଥିବାରୁ ସମ୍ଭବ ହୋଇ ନ ଥିଲା। ବିଡିଓ କଳାକୃଷ୍ଣ ପ୍ରଧାନଙ୍କ ମତ ନିଆଯିବାରୁ ସେ ଏନେଇ ଉକ୍ତ ବିଭାଗର ଅଧିକାରୀଙ୍କୁ ଜଣାଇ ସଫେଇ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ପ୍ରଚାର କରି ଶିକ୍ଷକ ନିଲମ୍ବିତ

ବଲାଙ୍ଗୀର ଅଫିସ, ୧୫ା୨:ସରକାରୀ କର୍ମଚାରୀ ହୋଇ ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଭାଗନେବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ପୁଇଁତଲା...

କୋରାପୁଟରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ଏପ୍ରିଲ ୧୪ରେ କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ରାଜ୍ୟରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଦ୍ୱୟ କୋରାପୁଟ ଓ ବାଲେଶ୍ୱର ଜିଲାର। ତେବେ କୋରାପୁଟ ଜିଲା ଦଶମନ୍ତପୁରର...

ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ୟାସ୍‌ : ପାରାଦୀପ ଠାରୁ ୨୮୦ କିମି ଦୂରରେ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବଙ୍ଗୋପସାଗରରେ ୟାସ୍‌ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି।...

ଚର୍ଚ୍ଚାରେ ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଲାଗୁ କରିବା ପରେ ୧୦୦୦ ଓ ୫୦୦ ଟଙ୍କିଆ ବଡ଼ ନୋଟ୍‌ ରାତାରାତି ଅଚଳ...

ଆଉ ୬୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ସଂକ୍ରମଣ କମିଥିଲେ ହେଁ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ କରୋନାରେ...

୫ବର୍ଷ ପରେ ଅପମୃତ୍ୟୁ ହେଲା ହତ୍ୟା ମାମଲା: ଜଙ୍ଗଲକୁ ନେଇ ହତ୍ୟା କରିଥିଲେ ସ୍ବାମୀ

ଭଞ୍ଜନଗର,୨୯।୮(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଝାଲିଆଗୋଚ୍ଛା ଗ୍ରାମରେ ୨୦୧୫ରେ ଘଟିଥିବା ଏକ ଅପମୃତ୍ୟୁ ମାମଲା ୫ବର୍ଷ ପରେ ହତ୍ୟା ମାମଲାରେ ପରିଣତ ହୋଇଛି। ଅଭିଯୁକ୍ତ...

ଆବର୍ଜନାରେ ଅଣନିଃଶ୍ୱାସୀ

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟାଳୟର ସାୈନ୍ଦର୍ଯ୍ୟକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସହରର ଡ୍ରେନେଜ, ରାସ୍ତାଘାଟକୁ ସଫେଇ କରାଯାଉ ନ ଥିବାରୁ...

୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯...

Advertisement
Archives

Model This Week