ସରଗୁଲଠାରେ କ୍ଷୁଦ୍ରଶସ୍ୟ ଖାଦ୍ୟମେଳା

କର୍ଲାମୁଣ୍ଡା,୭ା୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ. ମାଲପଡା ପଞ୍ଚାୟତ ସରଗୁଲ ଉଚ୍ଚ ବିଦ୍ୟାଳୟଠାରେ ଶୁକ୍ରବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଦୁଇଦିନିଆ ଖାଦ୍ୟମେଳା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ସିଡିପିଓ କଳ୍ପଲତା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ଅନ୍ନ ଅଭିଯାନର ଜିଲା କାର୍ଯ୍ୟକ୍ରମ ସଂଯୋଜକ ଅକ୍ଷୟ କୁମାର ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା, ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ପ୍ରଧାନ, ଶିକ୍ଷକ ସୁଦର୍ଶନ ସାହୁ, ଶ୍ରୀ ଅନ୍ନ ଅଭିଯାନ ବିପିସି ଜଗଦୀଶ ପ୍ରସାଦ ରଣା, ଜୟ ଥୁଆମୂଳ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଟଙ୍କଧର ନାଏକ ପ୍ରମୁଖ ଯୋଗଦେଇ ସରକାରଙ୍କ ମିଲେଟ ମିଶନ ଯୋଜନା ତଥା ମାଣ୍ଡିଆକୁ ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କ୍ଷୁଦ୍ରଶସ୍ୟ ସମ୍ପର୍କିତ କୁଇଜ୍‌ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ମିକ୍ଚର, ଲଡୁ,ମାଲପା, ବିସ୍କୁଟ, କେକ ଓ କାଙ୍ଗୁ ବିସ୍କୁଟ, କୋଦୋ କ୍ଷୀରି, ମାଣ୍ଡିଆ ପଣା ପ୍ରଭୃତି ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

ବସ ଚକ ତଳେ ପଶିଗଲେ ବାଇକ ଆରୋହୀ: ଭୟଙ୍କର ଦୁର୍ଘଟଣା ସିସିଟିଭିରେ କଏଦ, ଜାଣନ୍ତୁ କ’ଣ ହେଲା

ବଲାଙ୍ଗୀର,୨୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା।…

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

ରାସ୍ତାକଡରେ ଗଛକୁ ଧକ୍କା ଦେଲା ବାଇକ, ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ, ସକାଳୁ…

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ପୋଖରୀ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଗଛକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri