ଆହାର ଓ ଆରୋହଣ

ସୁଧିରାଜ ରାଉତ

“ ଅନେକଥର ଶୁଣିଛି ଯେଭଳି ଅନ୍ନ ସେଭଳି ମନ। ପ୍ରକୃତରେ ଏହା କ’ଣ ସତ୍ୟ?“ ବନ୍ଧୁଙ୍କ ପ୍ରଶ୍ନରେ ହସି କହିଲି – ପ୍ରକୃତରେ ଏ ଉକ୍ତି ବିଜ୍ଞାନର ନିୟମଟିଏ ନୁହେଁ, ଦର୍ଶନର ଦିଗବାରେଣୀ ଯନ୍ତ୍ରଟିଏ। ଭାରତୀୟ ଦର୍ଶନ କହେ – ଏ ବିଶ୍ୱର ସମସ୍ତ ଉପାଦାନ ତିନୋଟି ଗୁଣର ଭିନ୍ନ ଭିନ୍ନ ଅନୁପାତର ସମଷ୍ଟି । ଯେଭଳି ଇଲେକ୍ଟ୍ରନ୍‌, ପ୍ରୋଟନ୍‌, ନିଉଟ୍ରନ୍‌ର ଭିନ୍ନ ଭିନ୍ନ ଅନୁପାତରେ ସକଳ ବସ୍ତୁ ସୃଷ୍ଟି ଠିକ୍‌ ସେହିଭଳି ଆମ ଜୀବନ ଏବଂ ସମସ୍ତ ଉପାଦାନ ସତ୍ତ୍ୱ, ରଜ, ତମ ତିନୋଟି ଗୁଣକୁ ନେଇ ସୃଷ୍ଟ। ଏହି ତିନୋଟି ଗୁଣରୁ ଯେଉଁଗୁଣର ଅନୁପାତ ବା ପ୍ରଭାବ ଅଧିକ ସେହି ବ୍ୟକ୍ତି ଅବା ସେହି ବସ୍ତୁ ଉକ୍ତ ଗୁଣର ହୋଇଥାଏ । ଆମେ କେଉଁ ଗୁଣର ଏହା ବୁଝିବାକୁ ଦୂରବୀକ୍ଷଣ, ଅଣୁବୀକ୍ଷଣର ଆବଶ୍ୟକତା ନାହିଁ । ପୁଳାଏ ଦର୍ଶନ ବିଜ୍ଞାନ ବହିର ବି ଆବଶ୍ୟକ ନାହିଁ। ଏହା ବୁଝିବା ଖୁବ୍‌ ସହଜ। ମନେକର ସୁନ୍ଦର ଫୁଲଟିଏ ଫୁଟିଛି, ତାହାକୁ ଦେଖି ଯଦି ଜଣକ ମନରେ କୌଣସି ପ୍ରତିକ୍ରିୟା ସୃଷ୍ଟି ହେଉନାହିଁ, ତା’ ଭାବ ପୋଖରୀରେ ସାମାନ୍ୟ ତରଙ୍ଗଟିଏ ଖେଳିଯାଉନାହିଁ,ଏହା ବୁଝିବାକୁ ହେବ ମହୋଦୟ ତମଗୁଣ ସମ୍ପନ୍ନ। ଫୁଲଟିକୁ ଦେଖି ଯଦି ଇଚ୍ଛା ହେଉଛି ଫୁଲଟି ମୋ ବଗିଚାରେ ଥାନ୍ତା କି, ମୋ ଝରକା ପାଖେ ଥାଇ ମୋତେ ଚାହିଁ ହସୁଥାନ୍ତାକି… ମହାଶୟ ରଜଗୁଣ ସମ୍ପନ୍ନ। ସତ୍ତ୍ୱ ଗୁଣ ବ୍ୟକ୍ତି ଫୁଲକୁ ଦେଖି ବିମୁଗ୍ଧହୁଏ, ଆନନ୍ଦିତହୁଏ, ନିଜେ ଫୁଲଭଳି ହୋଇ ଉଠିବାକୁ ପ୍ରେରଣା ସାଉଁଟେ, ମାଳୀକୁ ଫୁଲ ବିଷୟରେ ଜ୍ଞାନ ପଚାରି ବସେ। ଆଉ ଏକ ଉଦାହରଣ ନେଇପାରିବା – ଜଣେ ବ୍ୟକ୍ତିକୁ ଶୁଭ କାର୍ଯ୍ୟଟିଏ ଦିଆ ହୋଇଛି କରିବାକୁ, ସେ ଭାବୁଛି ହଁ କରିବି ତ ଏତେ ବ୍ୟସ୍ତ କାହିଁକି। କଲୁ କି?
ପଚାରିଲେ, ଟିକେ କରି ପୁଣି କାମକୁ ପକେଇ ରଖିବା ଏହା ତମ ସ୍ବଭାବ। ରଜ ସ୍ବଭାବ କହେ – ମୁଁ ଏ କାମ କାହିଁକି କରିବି ? ତୁମେ କିଏ ମୋତେ ଏହା କହିବାକୁ ? ମୋତେ ଏଥିରୁ ମିଳିବ କ’ଣ ? ଆଉ ସତ୍ତ୍ୱ ସ୍ବଭାବୀ ବ୍ୟକ୍ତି କାର୍ଯ୍ୟଟି ଏଭଳି କରେ ସତେ ଅବା ମୟୂରଟିଏ ନାଚୁଛି, ପୂନେଇଁ ଜହ୍ନ ସତେ ଉଇଁଛି। … ଏଥର ଏଇସବୁ ଗୁଣ ଓ ସ୍ବଭାବକୁ ନେଇ ଆମେ ନିଜେ ଆକଳନ କରିପାରିବା ଆମେ କେଉଁ ଗୁଣର।
ସାଧାରଣତଃ ଏହା ଘଟେ ଆମେ ଯେଉଁ ଗୁଣ ବା ସ୍ବଭାବର ସେହି ଗୁଣଯୁକ୍ତ ଖାଦ୍ୟପ୍ରତି ଖୁବ୍‌ ଆକର୍ଷଣ ରହିଥାଏ। ଆମେ ଯଦି ଅବସ୍ଥାପିତ ଗୁଣରୁ ଭିନ୍ନଗୁଣକୁ ରୂପାନ୍ତରିତ ହେବାକୁ ଚାହୁଁ ତେବେ ଆମକୁ ନାନାବିଧ ସାଧନ ସହ ସେଇ ଗୁଣର ଖାଦ୍ୟ ଆହରଣ ନିଶ୍ଚୟ ଖୁବ୍‌ ସାହାଯ୍ୟ କରିବ। ଯେଉଁ ଆହାର ଆମ ମଧ୍ୟରେ ପ୍ରଶାନ୍ତି ଆଣେ, ପ୍ରଫୁଲତା ଆଣେ, ଆରୋଗ୍ୟ ଆଣେ, ସଚେତନତା ବଢ଼ାଏ, ଶାନ୍ତି- ସମତା-ସମନ୍ବୟ ଭାବ ବିକଶିତ କରାଏ … ତାହା ସତ୍ତ୍ୱ ଆହାର, କାରଣ ଏଇ ସବୁ ସତ୍ତ୍ବ ଗୁଣ। ଶୁଦ୍ଧ, ସତେଜ, ସହଜ ନିରାମିଷ ବ୍ୟଞ୍ଜନ। ଫଳ, ସବୁଜ ପରିବା, କ୍ଷୀର, ସଜଦହି ଇତ୍ୟାଦି ସାତ୍ତ୍ୱିକ ଆହାର। ଯେଉଁ ଖାଦ୍ୟ ଆମ ମଧ୍ୟରେ ଉତ୍ତେଜନା ବଢ଼ାଏ, କ୍ରୋଧ ଈର୍ଷା ବଢ଼ାଏ, କାମନା ବାସନା ବଢ଼ାଏ, କ୍ଷମତା ଅଧିକାର ଭୋଗ ବଢ଼ାଏ, ଏହା ରାଜସିକ ଖାଦ୍ୟ। ଅଧିକ ତୈଳଯୁକ୍ତ, ଅଧିକ ଘୃତ ଯୁକ୍ତ, ଅତ୍ୟଧିକ ରାଗ, ମସଲା, ମାଛ ଅଣ୍ଡା ଇତ୍ୟାଦି ଏହି ଗୁଣର। ତମଗୁଣ ଖାଦ୍ୟ ଆମ ମଧ୍ୟରେ ଆଳସ୍ୟ ତାମସିକ ବଢ଼ାଏ, ନିଦ୍ରା ଅଚେତନା ବଢ଼ାଏ, ଚୌର୍ଯ୍ୟପ୍ରବୃତ୍ତି ବଢ଼ାଏ, ରୋଗ ଭୟ ବଢ଼ାଏ… ସେଗୁଡ଼ିକ ମୌଳିକତଃ ପଶୁମାଂସ, ମଦ୍ୟ, ବାସି, ପଚା ଖାଦ୍ୟ। ଏଇ ଶ୍ରେଣୀରେ ସବୁ ପ୍ରକାର ପକେଟ୍‌ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ।
ବର୍ତ୍ତମାନ ଯଦି କେହି ଜଣେ ରାଜସିକ ଗୁଣ ପରିତ୍ୟାଗ କରି ସାତ୍ତ୍ୱିକ ଗୁଣ ପ୍ରାପ୍ତ ହେବାକୁ ଚାହେଁ ଏଥିପାଇଁ ସାତ୍ତ୍ୱିକ ଆହାର ଖାଇବା ସହ ଆହାର ପ୍ରସ୍ତୁତି ଏବଂ ଖାଇବା ସମୟର ମନୋଭାବ ଏସବୁ ପ୍ରତି ଧ୍ୟାନ ଦେଲେ ଏହା ଅଧିକ ପ୍ରଭାବଶାଳୀ ହୋଇପାରିବ। ଜଣେ ବନ୍ଧୁ କହୁଥିଲେ ଆଜିର ମଣିଷ ଏତେ ଅର୍ଥସର୍ବସ୍ବ କାହିଁକି ? ଆମେ ଖାଉଥିବା ଖାଦ୍ୟ ଏହାର ଏକ ବଡ଼ କାରଣ। ଗାଁ ହେଉ ଅବା ସହର, ବେପାରି ହେଉ ଅବା କୃଷକ ପ୍ରତିଟି ଖାଦ୍ୟ ସାମଗ୍ରୀ ପଛରେ ଆଜି ଅର୍ଥ ହିଁ ସବୁକିଛି ହୋଇ ରହିଛି ସେହି ଅର୍ଥ ଉପାର୍ଜନ ମନୋଭାବର ଖାଦ୍ୟ ଖାଇ ଆଜି ଆମ ସଭିଙ୍କର ଏ ଅବସ୍ଥା। ମନପଡ଼ୁଛି ଶ୍ରୀଅରବିନ୍ଦ ଆଶ୍ରମର ଜଣେ ବରିଷ୍ଠ ସାଧକଙ୍କ କଥା ”ଆଶ୍ରମ ପ୍ରାରମ୍ଭକାଳରେ ଶ୍ରୀମା ଏକ ନିର୍ଦ୍ଦିଷ୍ଟ ସମୟରେ ସୁପ୍‌ ବଣ୍ଟନ କରୁଥିଲେ। ଏହି ସୁପ୍‌ ଆମ ସଭିଙ୍କ ମଧ୍ୟରୁ କେତେ ଯେ ଅଚେତନା, ଆବର୍ଜନା, ଅଳିଆ କାଢି ସଫା କରି ଦେଉଥିଲା ଏହା ଶବ୍ଦରେ କହିବା କଷ୍ଟ…“। ତେଣୁ କୁହାଯାଇଛି ଖାଦ୍ୟ ପ୍ରସ୍ତୁତି ଏବଂ ବିତରଣର ମନୋଭାବ ଖାଦ୍ୟର ଗୁଣକୁ ପ୍ରଭାବିତ କରିଥାଏ। ଆମ ସଭିଙ୍କ ଘରେ ପ୍ରାୟ ଏହା ଘଟେ – ପନିର ନିଜେ ସାତ୍ତ୍ୱିକ ଆହାର କିନ୍ତୁ ଏହାକୁ ଅନେଶତ ଭାଗ ପ୍ରସ୍ତୁତକାରୀ ଖୁବ୍‌ ରାଜସିକ କରିଦିଅନ୍ତି। ଏଇଭଳି ଆମେ ସହଜ, ସରଳ ସବୁଜ ପରିବା ସବୁକୁ ରାଜସିକ ତାମସିକ କରି ଖାଇ ଥାଉ।
ଏଥିପ୍ରତି ଧ୍ୟାନଦେବା ଖୁବ୍‌ ଆବଶ୍ୟକ। ଏଥର ଖାଇବାର ମନୋଭାବ ପାଖକୁ ଆସିବା ସାତ୍ତ୍ୱିକ ଆହାର ଖାଉ ଖାଉ ମହାଶୟ ଯଦି ଭାବନ୍ତି – ହେ ଏଗୁଡ଼ା କ’ଣ ଖାଦ୍ୟ, ଏଗୁଡ଼ା କ’ଣ ମଣିଷ ଖାଆନ୍ତି।
ଏଇ ରାଜସିକ ଭାବ ସତ୍ତ୍ୱ ଆହାରର ସତ୍ତ୍ୱ ଗୁଣକୁ ନଷ୍ଟ କରିଦିଏ । ମୀରାର ମନୋଭାବ ବିଷକୁ ଅମୃତ କରିଦିଏ ଆଉ ଆମର ମନୋଭାବ ଅମୃତକୁ ବିଷ କରିଦିଏ। ଅତଏବ ଖାଇବାର ମନୋଭାବ ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କହି ରଖୁଛି ଏଇ ସବୁ ନିୟମକୁ ବିଜ୍ଞାନର ତରାଜୁରେ ଓଜନ କରିବ ନାହିଁ, ଦର୍ଶନର ଚକ୍ଷୁରେ ଦେଖିବ ଏବଂ ମନେରଖିବ ବିଜ୍ଞାନ ଭଳି ଦର୍ଶନ ମଧ୍ୟ ସତ୍ୟ।
କୌଣସି ପରିସ୍ଥିତିରେ ମଧ୍ୟ ମାଂସ ଆହାର କରନ୍ତୁ ନାହିଁ। ଏହା ଘୋର ତମଗୁଣ। ସତେ ଅବା ପୁଳାଏ ଆବର୍ଜନା, ଅଳିଆ, ଅନ୍ଧାର, ପଶୁକୁ ନିଜ ମଧ୍ୟକୁ ଘେନି ଆସିବା। ମାନବୀୟ ଚେତନାରେ ପଶୁ ଚେତନାକୁ କଲମି କରିଦେବା। ଶୁଭ ଜୀବନ, ଶୁଦ୍ଧ ଜୀବନ, ନୀରୋଗ ଜୀବନ ନିଜ ମଧ୍ୟରୁ ନିଜେ ଫିଙ୍ଗି ଦେବା। ଜୀବନର ସମସ୍ତ ଉତ୍ତରଣ ଆରୋହଣ ପଥକୁ ଅବରୋଧ କରିଦେବା। ମନ ପଡୁଛି ଜୀବନ ଆରୋହଣ ଆତ୍ମଲିପିଟିଏ – ଜଣେ ସମୃଦ୍ଧ, ପ୍ରତିଷ୍ଠିତ ଭଦ୍ର ବ୍ୟକ୍ତି ବୁଦ୍ଧଙ୍କୁ ଦେଖାକରି ଆସନ୍ତେ, ତଥାଗତ ଅନେକ ସମୟ ବ୍ୟକ୍ତିଙ୍କ ମୁହଁକୁ ପ୍ରଫୁଲ ନୟନରେ ଚାହିଁରହିଲେ। ମହାଶୟ ବିଦାୟ ନେବାପରେ, ବୁଦ୍ଧ ଶିଷ୍ୟମାନଙ୍କୁ ଚାହିଁ କହିଲେ – ଏ ସୁଗୁଣ ମହାନୁଭବ ଜଣକ ପୂର୍ବଜନ୍ମରେ ଏକ ହସ୍ତୀ ଥିଲେ। ଥରେ ଜଙ୍ଗଲରେ ନିଆଁ ଲାଗିଲା, ହସ୍ତୀ ଏବଂ ସବୁ ପଶୁ ସୁରକ୍ଷିତ ସ୍ଥାନକୁ ଧାଇଁବାକୁ ଲାଗିଲେ। ହସ୍ତୀ ଗୋଟିଏ ଗଛମୂଳେ ଅଟକି ନିଜ ଗୋଡ଼ ତଳେ ବିନ୍ଧ କଣ୍ଟାକୁ ଗୋଡ଼ ଟେକି ଶୁଣ୍ଢରେ କାଢିବାକୁ ପ୍ରୟାସ କରୁଥିବା ବେଳେ ଠେକୁଆଟିଏ ଧାଇଁ ଆସି, ଥକିଆସି ଉକ୍ତ ଗୋଡ଼ ରଖିବା ସ୍ଥାନରେ ଅଟକି ଥକା ମାରିଲା। ହାତୀ ଏବେ ଗୋଡ଼ ରଖି ଦେଲେ ଥକି ବସିଥିବା ଠେକୁଆର ପ୍ରାଣ ହାନିହେବ। ନିଆଁ ମାଡ଼ି ଆସୁଥାଏ ହସ୍ତୀ ଗୋଡ଼ ରଖିପାରୁ ନ ଥାଏ ।ଶେଷରେ ସନ୍ତୁଳନ ହରାଇ ହସ୍ତୀ ପଡ଼ିଗଲା, ଠେକୁଆ ଚାଲିଗଲା, ନିଆଁ ଆବୋରି ନେଲା ହସ୍ତୀକୁ। ତଥାଗତ ପ୍ରଣାମ ମୁଦ୍ରାରେ କହିଲେ ସେଦିନର ସେଇ ଦୟା, କରୁଣା, ତ୍ୟାଗ ତାଙ୍କୁ ଆରୋହଣ ଦେଇ ସଦ୍‌ଗୁଣ ମଣିଷ କରି ଜନ୍ମ ଦେଲା। ଜୀବନର ଏ ଉତ୍ତରଣ, ଆରୋହଣ କାହାଣୀ ଆମ ସଭିଙ୍କୁ ପ୍ରଶ୍ନ କରୁଛି ଆମେ ଆମର ଲାଳସା ପାଇଁ, ବାସନା ଲାଗି ଯେଉଁ ପଶୁପକ୍ଷୀଙ୍କୁ ନିତ୍ୟମାରି ଖାଉଛୁ ତାହା ଆମକୁ କିଭଳି ଜୀବନ ଦେବ?
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ: ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?