ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ ଉପନ୍ୟାସ ନୁହେଁ, ଉଦାର ମାନବିକତାର ଏକ ଭବିଷ୍ୟ ପୋଥି। ମାଟିର ମଣିଷ ଓ ମାଟିର ନନ୍ଦିନୀ- ଉଭୟର ଅପୂର୍ବ ସଂଯୋଗ ଘଟିଛି କାଳିନ୍ଦୀ ଚରଣଙ୍କ ଜୀବନରେ। ‘ମାଟିର ମଣିଷ’ ଯେଉଁଦିନ କାଳିନ୍ଦୀଙ୍କ କଲମର ଶେଷସ୍ପର୍ଶ ଲାଭକଲା, ସେହିଦିନ (୯ା୬ା୧୯୩୧) ଭୂମିସ୍ପର୍ଶ କରିଥିଲେ ଉତ୍କଳ ମାଟିର ମହାନାୟିକା ନନ୍ଦିନୀ ଶତପଥୀ। ବାପା କାଳିନ୍ଦୀ ଚରଣ ଓ କକେଇ ସ୍ତମ୍ଭୀୟ ବ୍ୟକ୍ତିତ୍ୱଙ୍କ ଉପଯୁକ୍ତ ଦାୟାଦ ନନ୍ଦିନୀ ଥିଲେ ସାହିତ୍ୟ, ସେବା ଓ ରାଜନୀତିର ଏକ ସମନ୍ବିତ ବ୍ୟକ୍ତିତ୍ୱ। ଆଲୋଚକ ତଥା ରାଜନେତା ସଞ୍ଜୟ କୁମାର ଦାସବର୍ମାଙ୍କ ଭାଷାରେ ଯାହାଙ୍କର ବାପା କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ କକେଇ ଭଗବତୀ ଚରଣ ପାଣିଗ୍ରାହୀ, ସେ ନନ୍ଦିନୀ ଶତପଥୀ ହେବାକୁ ବାଧ୍ୟ। ସୃଜନର ଅମୃତ ଫସଲଠାରୁ ରାଜନୀତିର ନିଆଁଖେଳ, ସ୍ବାଧୀନତା ସଂଗ୍ରାମର ଚର୍ଚ୍ଚିତ କ୍ଷେତ୍ରଠାରୁ ସେବାର ବୃହତ୍ତର ବୃତ୍ତ, ଜନଜାଗରଣର ମନ୍ତ୍ରୋଚ୍ଚାରଣଠାରୁ ସାଫଲ୍ୟର ଶୀର୍ଷାରୋହଣ: ସବୁଠି ନନ୍ଦିନୀଙ୍କ ଉଜ୍ଜ୍ୱଳ ଚିହ୍ନ। ପିଲାଟି ଦିନରୁ ତାଙ୍କୁ ପ୍ରଭାବିତ କରିଥିଲା କକେଇ ତଥା ଚାଷୀ ମୂଲିଆ ଗରିବ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ ଭଗବତୀ ଚରଣଙ୍କ ବୁଦ୍ଧିଦୀପ୍ତ ବ୍ୟକ୍ତିତ୍ୱ ଓ ରାଜନୈତିକ ଆଦର୍ଶ। କକେଇଙ୍କ ପରି ସେ ଗାଁର ଗରିବ, ଦୁଃଖୀ, ମେହେନତି ମଣିଷଙ୍କ ସହ ମିଶିଛନ୍ତି, ସେମାନଙ୍କ ଦୁଃଖ ଦୁର୍ଦ୍ଦଶାରେ ନିଜକୁ ଭାଗୀଦାର କରିଛନ୍ତି ଏବଂ ଶେଷରେ ସେମାନଙ୍କ ପାଇଁ ଲଢ଼ିଛନ୍ତି । ଛାତ୍ରାବସ୍ଥାରେ ସେ ପାଠପଢ଼ା କଥା ଯେତିକି ଭାବୁଥିଲେ, ତା’ଠାରୁ ବେଶି ଭାବୁଥିଲେ ଦେଶକଥା ଓ ଅଭାବୀ ଅସହାୟଙ୍କ କଥା। କକେଇଙ୍କ ଅକାଳ ବିୟୋଗ (୧୯୪୩) ତାଙ୍କୁ ଦାରୁଣ ଆଘାତ ଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହୋଇ ନିଜକୁ ନିୟୋଜିତ କରିଥିଲେ ସମାଜସେବାରେ। ୧୯୫୫ ମସିହା ବନ୍ୟାରେ ଦଳେଇ ଘାଇ ଭାଙ୍ଗିଲା ଏବଂ ବନ୍ୟା ବିପନ୍ନଙ୍କ ପାଖରେ ଠିଆ ହେବା ପାଇଁ ଗଢ଼ା ହେଲା ଓମେନ୍ସ ଫୁଡ୍‌ ରିଲିଫ ଆସୋସିଏଶନ। ସେ ହେଲେ ତା’ର ସମ୍ପାଦିକା। କଟକ ସହରରୁ ଚୁଡ଼ା, ଚାଉଳ ଓ ଲୁଗାପଟା ଆଦି ରିଲିଫ ସାମଗ୍ରୀ ସଂଗ୍ରହ କରି ବାଣ୍ଟିଲେ ବନ୍ୟାଞ୍ଚଳରେ। ସେହିବର୍ଷ ଓଡ଼ିଶା ଗସ୍ତରେ ଆସିଲେ ଭୂଦାନ ଆନ୍ଦୋଳନର ଜନକ ତଥା ଗାନ୍ଧିଜୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ସନ୍ଥ ବିନୋବା ଭାବେ।
୧୯୪୬-୪୭ ମସିହାରେ ସୁଦୂର ପଶ୍ଚିମବଙ୍ଗରେ ଆରମ୍ଭ ହେଲା ତେଭେଗା ଆନ୍ଦୋଳନ। ମୁଖ୍ୟତଃ ଏହା ଥିଲା ଜମିଦାରମାନଙ୍କ ବିରୋଧରେ ଗରିବ, ଆଦିବାସୀ ଭୂମିହୀନ ଭାଗଚାଷୀମାନଙ୍କର ଏକ ପ୍ରକାରର ବିଦ୍ରୋହ। ତେଭେଗାର ଅର୍ଥ ତିନି ଭାଗରୁ ଦୁଇଭାଗ। ଭାଗଚାଷୀମାନେ ଅମଳ କରୁଥିବା ଶସ୍ୟର ଅଧାଭାଗ (୫୦%) ପରିବର୍ତ୍ତେ ତିନି ଭାଗରୁ ଦୁଇଭାଗ (୬୬%) ଦାବିକରି ଆନ୍ଦୋଳନ କଲେ ଏବଂ ଏହି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶାଖା ସଂଗଠନ ‘ଅଲ୍‌ ଇଣ୍ଡିଆ କିଷାନ ସଭା’।
ଏହି ଆନ୍ଦୋଳନକୁ ସମର୍ଥନ କରି ଓଡ଼ିଶାର ବିଭିନ୍ନ ଜିଲାରେ ବିଶେଷକରି କଟକରେ ସେତେବେଳେ ଅନେକ ସଭା ଓ ଶୋଭାଯାତ୍ରା ହୋଇଛି, ଯା’ର ପୁରୋଭାଗରେ ଥିଲେ ନନ୍ଦିନୀ ଶତପଥୀ। ୧୯୫୦-୫୧ ବେଳକୁ ତୀବ୍ର ରୂପ ନେଇଥିବା ଏହି ଆନ୍ଦୋଳନରୁ ଜନ୍ମଲାଭ କଲା ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ। ୧୯୫୧ ଏପ୍ରିଲ ୧୮ରେ ସେ ତେଲଙ୍ଗାନାରୁ ଆରମ୍ଭ କଲେ ଭୂଦାନ ଯାତ୍ରା।
ଜମିଦାରମାନଙ୍କୁ ସେମାନଙ୍କ ଜମିର ଏକ ଅତିରିକ୍ତ ଅଂଶ ଦାନ କରିବା ନିମନ୍ତେ ଅନୁରୋଧ କରିବା ଏବଂ ସେମାନେ ଦାନ କରିଥିବା ଜମିକୁ ଗରିବ ଓ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ଥିଲା ଏହି ଯାତ୍ରାର ଆଭିମୁଖ୍ୟ। ପାଞ୍ଚ ବର୍ଷ ମଧ୍ୟରେ ସେ ଭାରତବର୍ଷର ବିଭିନ୍ନ ଅଞ୍ଚଳ ବୁଲିବୁଲି ୧୫ ଲକ୍ଷ ଏକର ଜମି ଦାନ ସୂତ୍ରରେ ଆଣି ବାଣ୍ଟିବା ପରେ ଓଡ଼ିଶାରେ ପହଞ୍ଚତ୍ଥିଲେ ୧୯୫୫ ଜାନୁଆରୀ ୨୬ ତାରିଖରେ। ଶ୍ରୀକ୍ଷେତ୍ରରୁ ବ୍ରହ୍ମପୁର ଦେଇ କୋରାପୁଟରେ ପହଞ୍ଚତ୍
ଦୀର୍ଘ ଚାରିମାସ ପର୍ଯ୍ୟନ୍ତ ସେ ଗାଁକୁ ଗାଁ ବୁଲିଥିଲେ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଓଡ଼ିଶାରେ ତାଙ୍କୁ ମିଳିଥିଲା ତିନି ଲକ୍ଷ ଏକର ଜମି। ଏହି ଐତିହାସିକ ଆନ୍ଦୋଳନକୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବା ସହିତ ବରୀରୁ ପ୍ରକାଶିତ ‘ଭୂଦାନ ଯଜ୍ଞ’ନାମକ ଏକ ପତ୍ରିକାର ସମ୍ପାଦନା କରୁଥିଲେ ନନ୍ଦିନୀ ଶତପଥୀ। ସେଥିପାଇଁ ତାଙ୍କୁ ‘ଭୂଦାନ କନ୍ୟା’ ବୋଲି ସମ୍ବୋଧନ କରିଥିଲେ ଆଚାର୍ଯ୍ୟ ବିନୋବା ଭାବେ।
ନନ୍ଦିନୀ ଦେବୀଙ୍କ ସମାଜ କଲ୍ୟାଣ କାର୍ଯ୍ୟକ୍ରମର ପରିଧି ପ୍ରସାରିତ ହେବା ସହିତ ସେ ସ୍ବତଃ ପ୍ରତ୍ୟକ୍ଷ ରାଜନୀତି ଆଡ଼କୁ ଟାଣି ହୋଇଗଲେ, ଯାହା ସେ ନିଜେ ଅନୁଭବ କଲେ ବହୁ ବିଳମ୍ବରେ। ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ହେଲା(୧୪ା୬ା୧୯୭୨) କେନ୍ଦ୍ରୀୟ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ। ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ପଦକ୍ଷେପ ଥିଲା ନବକୃଷ୍ଣ ଚୌଧୁରୀଙ୍କ ସମୟରୁ ଅଟକି ରହିଥିବା ଭୂ-ସଂସ୍କାର ଆଇନର ସଂଶୋଧନ ଏବଂ ତା’ର ବ୍ୟାପକ ଓ ସଘନ କାର୍ଯ୍ୟାନ୍ବୟନ। ଚିଠା ପ୍ରସ୍ତାବ ପ୍ରସ୍ତୁତି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କଲେ ରାଜସ୍ବ ମନ୍ତ୍ରୀ ବ୍ରଜମୋହନ ମହାନ୍ତି, ଅର୍ଥମନ୍ତ୍ରୀ ବାଙ୍କବିହାରୀ ଦାସ, ଲୋକନାଥ ଚୋଧୁରୀ ଓ ଭାଗବତ ପ୍ରସାଦ ମହାନ୍ତି ପ୍ରମୁଖ ସମାଜବାଦୀ ଚିନ୍ତାଧାରାର ନେତାମାନେ। ୧୯୭୩ ଫେବୃଆରୀ ଶେଷ ସପ୍ତାହରେ ଚିଠା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହେବା ମାତ୍ରେ ଯୋଜନାକୁ ଭଣ୍ଡୁର କରିବା ପାଇଁ ଆରମ୍ଭ ହେଲା ଷଡ଼ଯନ୍ତ୍ର। ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପାଇଁ ନୀଳମଣି ରାଉତରାୟଙ୍କ ଉପରେ ପଡ଼ିଲା ଚାପ। ସରକାର ଭାଙ୍ଗିଗଲେ ତାଙ୍କ ନେତୃତ୍ୱରେ ପରବର୍ତ୍ତୀ ସରକାର ଗଠନ କରାଯିବ ବୋଲି ପ୍ରସ୍ତାବ ମିଳିବାରୁ ନିଜ ସମର୍ଥକଙ୍କ ସହ ସରକାରରୁ ଓହରିଗଲେ ନୀଳମଣି ରାଉତରାୟ। ମାତ୍ର ସମର୍ଥନ ପ୍ରତ୍ୟାହାର କରିନେବା ପରେ ତାଙ୍କୁ ଧୋକା ଦେଇ ନିଜ ସପକ୍ଷରେ ଆବଶ୍ୟକ ସଂଖ୍ୟକ ସମର୍ଥନ ଯୋଗାଡ଼ କରିବାରେ ଲାଗିପଡିଲେ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କ ଷଡ଼ଯନ୍ତ୍ରର ମୁକାବିଲା କରିବା ପାଇଁ ନନ୍ଦିନୀ ଦେବୀ ତୁରନ୍ତ ମନ୍ତ୍ରିମଣ୍ଡଳ ବୈଠକ ଡାକି ବିଧାନସଭା ଭଙ୍ଗ ପାଇଁ ପ୍ରସ୍ତାବ ପାରିତ କଲେ, ଯାହା ଫଳରେ ରାଜ୍ୟରେ ଜାରି ହେଲା (୩ା୩ା୧୯୭୨) ରାଷ୍ଟ୍ରପତି ଶାସନ।
୧୯୭୪ରେ ରାଜ୍ୟରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେଲା ଏବଂ ଏଥିରେ ୬୯ଟି ଆସନ ପାଇ କମ୍ୟୁନିଷ୍ଟ ଦଳ ସମର୍ଥନରେ ସରକାର ଗଠନ କଲା ଶାସକ କଂଗ୍ରେସ ଦଳ । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ (୬ା୩ା୧୯୭୪) ନନ୍ଦିନୀ ଶତପଥୀ। ନନ୍ଦିନୀ ଦେବୀ ଏଥର ଏତେ ଦୃଢ଼ତାର ସହିତ କାମ କଲେ ଯେ ପଦାରେ ପଡ଼ିଗଲା ଅନେକ ସ୍ବାର୍ଥପର ନେତାଙ୍କ ଅସଲ ସ୍ବରୂପ। ଦ୍ବିତୀୟ ଦଫା ଶପଥ ନେବାର ମାସକ ମଧ୍ୟରେ କାର୍ଯ୍ୟକାରୀ କଲେ ଭୂମିହୀନ ଲୋକଙ୍କୁ ସରକାରୀ ଜମି ବଣ୍ଟନ ଯୋଜନା। ସାମାଜିକ ନ୍ୟାୟ ପ୍ରତିଷ୍ଠା ନିମନ୍ତେ ଉଦ୍ଦିଷ୍ଟ ଏହି ଯୋଜନାରେ ବଣ୍ଟନ ହେଲା ୨ ଲକ୍ଷ ୨୩ ହଜାର ଏକର ଜମି। ଏଥିରେ ଉପକୃତ ହେଲେ ୧ଲକ୍ଷ ୩୯ ହଜାର ୨୯୪ ଜଣ ଭୂମିହୀନ ବ୍ୟକ୍ତି। ସେତେବେଳେ ଏକ ସ୍ଲୋଗାନ ଥିଲା- ଲଙ୍ଗଳ ଯାହାର ଜମି ତାହାର। ଏହାକୁ ଦୃଷ୍ଟିରେ ରଖି ସେ ସଂଶୋଧିତ ଭୂ-ସଂସ୍କାର ଆଇନ କାର୍ଯ୍ୟକାରୀ କଲେ, ଯାହା ଫଳରେ ନିର୍ଦ୍ଧାରଣ ହେଲା ପରିବାର ପିଛା ସର୍ବୋଚ୍ଚ ଜମି ରଖିବାର ସୀମା। ଏହି ଆଇନ ବଳରେ ପ୍ରଚୁର ଭୂସମ୍ପତ୍ତି ରଖିଥିବା ଲୋକଙ୍କ ପାଖରୁ ସିଲିଂ ବହିର୍ଭୂତ ଜମି କାଢ଼ିଆଣି ବାଣ୍ଟି ଦିଆଗଲା ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭିତରେ। ସମାଜର ନିମ୍ନବିତ୍ତ ଲୋକଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ବେଦନା ପାଇଁ ସେ ନାନା ପ୍ରକାର ଷଡ଼ଯନ୍ତ୍ରର ଶିକାର ହୋଇ କ୍ଷମତା ହରେଇଥିଲେ ସୁଦ୍ଧା ଅନ୍ୟାୟ ଅନୀତି ସହିତ ସାଲିସ କରିବାକୁ ଦେଇ ନ ଥିଲା ତାଙ୍କ ବିଚାର ଓ ବିବେକ।

ମହାପାତ୍ର ଅନୁରାଗ ସାହୁ
ମହତାବ ଛକ, ଭଦ୍ରକ
ମୋ: ୭୦୦୮୬୮୨୨୮୫

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri