ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ ଭାବେ ପ୍ରସିଦ୍ଧି ଲାଭ କଲେ। ଏହା ସହ ଶେଷରେ ସମଗ୍ର ବିଶ୍ୱରେ ଶୀର୍ଷରେ ପହଞ୍ଚିଗଲେ। ଖୁବ୍‌ କମ୍‌ ସମୟରେ ଏତେ ସମୃଦ୍ଧି ଦେଖି ତାଙ୍କୁ ଅନ୍ୟ ଦେଶର ରାଜାମାନେ ଈର୍ଷl କରୁଥିଲେ। ସମସ୍ତେ କହୁଥିଲେ, କି ଭାଗ୍ୟ ସତରେ। ଯିଏ ଯେତେ ପ୍ରଶଂସା କଲେ ମଧ୍ୟ ରାଜା କିନ୍ତୁ କୌଣସି ଆନନ୍ଦ ପାଇ ପାରୁ ନ ଥିଲେ। ଏକ ବିଚିତ୍ର ପ୍ରକାରର ବ୍ୟାଧି ତାଙ୍କୁ ଗ୍ରାସ କରିବାକୁ ଲାଗିଲା। ସବୁ ଖୁସି ତାଙ୍କ ହାତ ପାଆନ୍ତାରେ ଥିଲେ ମଧ୍ୟ ସେ ଆନନ୍ଦ ପାଇପାରୁ ନ ଥିଲେ। କଳେବଳେ କୌଶଳେ ସେ ଚାହୁଁଥିଲେ ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତୁ ଓ ସର୍ବଦା ଜୟ ଜୟକାର କରନ୍ତୁ। ଦିନେ ସେ ଏକୁଟିଆ ବସିଥିବା ବେଳେ ନିଜକୁ କ୍ଳାନ୍ତ, ଅପୂର୍ଣ୍ଣ , ଅସୁସ୍ଥ ଓ ଦୁଃଖୀ ଅନୁଭବ କଲେ। ଏହି ଅବସାଦରୁ କିପରି ମୁକ୍ତି ପାଇବେ ଚିନ୍ତାକରି ମହାମନ୍ତ୍ରୀଙ୍କ କଥା ଅନୁସାରେ ଜଣେ ଗୁରୁଙ୍କ ଆଶ୍ରମକୁ ଗଲେ। ସେହି ଆଶ୍ରମରେ ରାଜାଙ୍କର ଜୟ ଜୟକାର କରିବାକୁ କେହି ନ ଥିଲେ। କିନ୍ତୁ ଆଶ୍ରମର ପରିବେଶ ସୁନ୍ଦର ଥିଲା। ଝରଣା କୁଳୁକୁଳୁ ବହିବା ସହ ପକ୍ଷୀମାନେ ସୁନ୍ଦର କାକଳି କରୁଥିଲେ। ଏହାବ୍ୟତୀତ ସୁବାସିତ ଫୁଲର ବାସ୍ନାରେ ରାଜାଙ୍କ ମନ ଆନନ୍ଦିତ ହେଲା। ଶେଷରେ ରାଜା ଗୁରୁଙ୍କୁ ଦର୍ଶନ କରି ନିଜର ଦୁଃଖ ଜଣାଇଲେ। ରାଜା କହିଲେ, ଏତେ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟରେ ଥାଇ ମଧ୍ୟ ସେ କାହିଁକି ଖୁସି ରହିପାରୁନାହାନ୍ତି । ଏହା ଶୁଣି ଗୁରୁ ହସିଲେ ଏବଂ ରାଜାଙ୍କୁ ଗପଟିଏ କହିଲେ। ଥରେ ଆଶ୍ରମର ଶିଷ୍ୟଙ୍କ ଭିତରେ ଦୌଡ ପ୍ରତିଯୋଗିତା ଚାଲିଥାଏ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଗଲା ଏବଂ ସେମାନଙ୍କର ଅନୁଭୂତି ସମ୍ପର୍କରେ ପଚରାଗଲା। କିନ୍ତୁ ପୁରସ୍କାର ପାଇଥିବା ଶିଷ୍ୟଠାରୁ ପୁରସ୍କାର ନ ପାଇଥିବା ଏବଂ ଶେଷରେ ଆସିଥିବା ଶିଷ୍ୟ ବହୁତ ସୁନ୍ଦର ଅନୁଭୂତି କହି ଆନନ୍ଦରେ ଗଦଗଦ ହେଉଥାଏ। ଗୁରୁ ପଚାରିଲେ କିଛି ପୁରସ୍କାର ନ ପାଇ ତୁମେ ଏତେ ଖୁସି କାହିଁକି? ମୁଁ ତ କିଛି ବୁଝିପାରୁନି , ଏହାର ରହସ୍ୟ କ’ଣ ହୋଇପାରେ। ଶିଷ୍ୟ ଜଣଙ୍କ ହସି ହସି କହିଲେ, ଗୁରୁଜୀ ମୁଁ ଦୌଡିଲା ବେଳେ ଆଶ୍ରମର ଚାରିପାଖରେ ଥିବା ଝରଣା, ଫୁଲର ବାସ୍ନା ଓ ପକ୍ଷୀଙ୍କ କାକଳି ମୋତେ ଖୁବ୍‌ ଆନନ୍ଦିତ କରୁଥିଲା। ମୁଁ ଦୌଡ଼ୁଥିବା ଅବସ୍ଥାରେ ଏସବୁ ଖୁବ୍‌ ସୁନ୍ଦର ଭାବେ ଅନୁଭବ କରି ପାରୁଥିଲି । ଏହି ଗପଟି ଶୁଣିବା ପରେ ରାଜାଙ୍କର ଜ୍ଞାନ ଉଦୟ ହେଲା। ରାଜା ଭାବିଲେ ସତେ ତ ମୁଁ ଆଜି ଏତେ ରାଜ୍ୟ ଜୟଲାଭ କରିଲା ପରେ ସବୁ ଧନସମ୍ପତ୍ତି ପାଇ ନିଜକୁ ଏକଚ୍ଛତ୍ରବାଦୀ ସମ୍ରାଟ ଭାବେ ଗର୍ବରେ ଫାଟି ପଡୁଥିଲି ଅଥଚ ମୋ ରାଜ୍ୟରେ ଏତେ ସୁନ୍ଦର ଆଶ୍ରମଟିଏ ଅଛି ମୁଁ ତା’ର ଆନନ୍ଦ ପାଇପାରୁ ନ ଥିଲି। ରାଜା ନିଜର ଅବସାଦର କାରଣ ଆପେ ବୁଝିଗଲେ।
ହଁ ପାଠକ ବନ୍ଧୁ,ଏହି ଗପ ମାଧ୍ୟମରେ ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଆଜି ଆମେ ଆଧୁନିକ ସଭ୍ୟ ଶିକ୍ଷିତ ମଣିଷ ବୋଲି ଗର୍ବ ଅନୁଭବ କରୁଛୁ। ଏତେ ଚାକଚକ୍ୟରେ ଥାଇ ମଧ୍ୟ ଟିକିଏ ଆନନ୍ଦ ପାଇପାରୁ ନାହୁଁ। ଜୀବନ ଦୌଡ଼ରେ ଅଣନିଃଶ୍ୱାସୀ ହୋଇ ଦୌଡୁଛୁ ଆଗକୁ ଆଗକୁ। ନିଜେ ହିଁ ନିଜ ଦୁଃଖର କାରଣ ହୋଇଛୁ। କୌଣସି ଛୋଟ ଛୋଟ ଖୁସି ଆମକୁ ଆଉ ଆନନ୍ଦ ଦେଇପାରୁନାହିଁ। ମନଖୋଲି ଆପଣାର ସୁଖ ଦୁଃଖ କାହା ସହ ବାଣ୍ଟିପାରୁନୁ। ଜୀବନ ଦୌଡ଼ରେ ଏତେ ବ୍ୟସ୍ତ ବିବ୍ରତ ରହୁଛୁ ଯେ ଘର ଅଗଣାରେ ବସି ବିସ୍ତୀର୍ଣ୍ଣ ଆକାଶକୁ, ତାରାମାନଙ୍କୁ, ତୋଫା ଜହ୍ନକୁ ଓ ସମୁଦ୍ରର ଜଳରାଶିକୁ ଦେଖିବାକୁ ଆମ ପାଖରେ ସମୟ ନାହିଁ। ଧୀରେ ଧୀରେ ଆମେ ବସ୍ତୁବାଦୀ ହୋଇ ଜୀବନ ଦୌଡ଼ରେ ନିଃସଂଗତାକୁ ଅନୁଭବ କରୁଛୁ। ସମ୍ରାଟ ଅଶୋକ ମଧ୍ୟ କଳିଙ୍ଗ ଜୟଲାଭ କରି ଆନନ୍ଦ ପାଇ ନ ଥିଲେ। ଶେଷରେ ଭଗବାନ ବୁଦ୍ଧଙ୍କ ଶରଣ ପଶିଥିଲେ। ଆଜିର ଉଦ୍‌ଦ୍ଭ୍ରାନ୍ତ ଯୁବଗୋଷ୍ଠୀ କର୍ମ ବିମୁଖ ହୋଇ ବିଷାଦଗ୍ରସ୍ଥ ହେଉଛନ୍ତି। ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନକୁ ଆପଣାଇବା ପାଇଁ ଦୁର୍ନୀତି କରିବାକୁ ପଛାଉନାହାନ୍ତି।
ସତରେ ଆଜି ଅହଙ୍କାର ଓ ପ୍ରତିଷ୍ଠା ପାଇଁ ନିଜ ଚାରିପଟେ ଗୋଟିଏ ବିରାଟ ପ୍ରାଚୀର ସୃଷ୍ଟି କରୁଛୁ। ତେଣୁ ଯୋସେଫ ଫର୍ଟ ନିଉଟନ କହିଥିଲେ, ଲୋକ ଏଇଥିପାଇଁ ଏକୁଟିଆ, କାରଣ ସେମାନେ ସମ୍ପର୍କର ସେତୁ ବଦଳରେ ଚାରିପଟେ ପ୍ରାଚୀର ତିଆରି କରିଥାନ୍ତି। ଯିଏ ସାମାଜିକ ଜୀବନର ମହତ୍ତ୍ୱକୁ ଗୁରୁତ୍ୱ ଦିଏନି ସେ ସବୁଠି ଶୂନ୍ୟତାକୁ ଉପଲବ୍ଧି କରେ। ନିଜେ ନିଜକୁ ନିର୍ବାସନ ଦଣ୍ଡ ଦିଏ। ଅହଙ୍କାରୀ ବିଷାଦଗ୍ରସ୍ତ ମଣିଷ ନିଜ ଭିତରେ ସୁଖ ନ ଖୋଜି ବାହାରେ ସୁଖର ସନ୍ଧାନ କରେ। ଯଦି ଆମେ ନିଜକୁ ଭଲ ନ ପାଇବା, ତେବେ ଆମେ ନିଜର ଶତ୍ରୁ ପାଲଟିଯିବା। ଆରିଷ୍ଟଟଲଙ୍କ ମତରେ ମଣିଷ ଏକ ସାମାଜିକ ପ୍ରାଣୀ। କିନ୍ତୁ ଦୁଃଖର କଥା ଆଜିର ମଣିଷ ଧୀରେ ଧୀରେ ଲୋକ ସମ୍ପର୍କକୁ କାଟିଦେଇ ଆତ୍ମମନସ୍କ ହୋଇଯାଉଛି। ପ୍ରଯୁକ୍ତି ଓ ଟେକ୍ନୋଲୋଜିର ବହୁଳ ବ୍ୟବହାର ଫଳରେ ନିଜକୁ ସେ ଲୋକଙ୍କଠାରୁ ଦୂରେଇ ନେଇଛି। କିନ୍ତୁ ଆରିଷ୍ଟଟଲ ଆମକୁ ସର୍ବଦା ମନେ ପକାଇ ଦିଅନ୍ତି ଯେ, ମନୁଷ୍ୟର ସଫଳତା ଓ ସୁଖ ସମାଜ ସହ ଜଡ଼ିତ। ଆମେ ଯଦି ପରିବାର, ପରିବେଶ, ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବା ତେବେ ସୁଖ ଅନୁଭବ କରିପାରିବା ଓ ଆମ ଜୀବନ ସାର୍ଥକ ହେବ। ଶୀତତାପ ନିୟନ୍ତ୍ରିତ କୋଠରିର ବନ୍ଦୀ ଜୀବନ ଅପେକ୍ଷା ମୁକ୍ତ ଆକାଶ ତଳେ ମୃଦୁମଳୟର ସ୍ପର୍ଶ ଅଧିକ ଆନନ୍ଦ ଦିଏ।
ମଣିଷ ଭିତରେ ଯଦି ଏହି ଅହଙ୍କାରଜନିତ ଶୂନ୍ୟତା ଓ ଏକାକିତ୍ୟ ବୃଦ୍ଧି ପାଇବ ତେବେ ଆଗାମୀ ଦିନରେ ଆମେ ଏକ ନିଃଶବ୍ଦ ମହାମାରିକୁ ନିମନ୍ତ୍ରଣ କରିବା ଏଥିରେ ସନ୍ଦେହ ନାହିଁ। ତେଣୁ ବେଳ ଥାଉ ଥାଉ ଆସନ୍ତୁ ଥରେ ନିଜକୁ ସଜାଡି ଦେବା ଏବଂ ଗୋଟିଏ ସୁନ୍ଦର ଦୁର୍ଲଭ ଆନଦମୟ ଜୀବନ ବଞ୍ଚିବା ।

ମୀରା ବେଉରା
ଦେଉଳସାହି, ତୁଳସୀପୁର, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?