କରୋନା ବେଳେ ସ୍ରଷ୍ଟା ମାନସ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

୯/୧୧ ଏକ ବିଶ୍ୱବିଦିତ ଦୁର୍ଘଟଣାର ଶିରୋନାମା ବହନ କରେ। ଯୁକ୍ତରାଷ୍ଟ୍ରର ନ୍ୟୁୟର୍କସ୍ଥିତ ମାନହଟନଠାରେ ଯେଉଁ ଆକର୍ଷଣୀୟ ଓ ବ୍ୟସ୍ତତମ ଟୁଇନ୍‌ ଟାଓ୍ବାର ଥିଲା, ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ ମଙ୍ଗଳବାର ସକାଳେ ଓ୍ବାହାବୀ ଅଲକାଏଦା ଆତଙ୍କବାଦୀଙ୍କ ବିମାନ ଆକ୍ରମଣରେ ଧୂଳିସାତ୍‌ ହୋଇଗଲା। ଏଥିରେ ୨୯୭୭ ଜଣ ମୃତ ଓ ୨୫ ହଜାରରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ଅତି କମ୍‌ରେ ଦଶ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା। ମାନବ ଇତିହାସରେ ଏହା ଥିଲା ସର୍ବାଧିକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ଏହାର କୁପ୍ରଭାବରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ସହ ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ର ବିପର୍ଯ୍ୟସ୍ତ ହେଲା ଯୁକ୍ତରାଷ୍ଟ୍ରରେ। ଏହି ମର୍ମନ୍ତୁଦ ଘଟଣାର ଦୁଇ ମାସ ପରେ ସେଠାକାର ନିବାସୀମାନଙ୍କ ମାନସିକ ସ୍ଥିତି ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା। ଏହାର ଆଲୋଚନା ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନ, ୩୪୫(୨୦), ନଭେମ୍ବର ପନ୍ଦର ୨୦୦୧ରେ ପ୍ରକାଶିତ। ବିଭିନ୍ନ ଅନୁଧ୍ୟାନରୁ ସ୍ପଷ୍ଟ ଯେ, ଲୋକମାନେ (ପିଟିଏସ୍‌ଡି ଅର୍ଥାତ୍‌ ପୋଷ୍ଟ ଟ୍ରାମାଟିକ ଷ୍ଟ୍ରେଟସ୍‌ ଡିଜଅର୍ଡର) ବିପର୍ଯ୍ୟୟ ପରବର୍ତ୍ତୀ ଚାପଜନିତ ବିଶୃଙ୍ଖଳା ଦ୍ୱାରା ପୀଡ଼ିତ।
ଟୁଇନ୍‌ ଟାଓ୍ବାର ଆକ୍ରମଣର ଦୁଇ ମାସ ଭିତରେ ଗୋଟିଏ ଅନୁଧ୍ୟାନକାରୀ ଦଳ ଯୁକ୍ତରାଷ୍ଟ୍ରର ୨୭୩୩ ଜଣଙ୍କର ମାନସିକ ସ୍ଥିତି ପରୀକ୍ଷା କରି ଜାଣିପାରିଲେ ଯେ, ନ୍ୟୁୟର୍କର ଶତକଡା ୧୧.୨ ପିଟିଏସ୍‌ଡି ଦ୍ୱାରା ପୀଡିତ ହୋଇଥିବା ବେଳେ ସେଇ ଦେଶର ଅବଶିଷ୍ଟ ଅଞ୍ଚଳରେ ଏହି ହାର ଥିଲା ଶତକଡା ୪। ଅର୍ଥାତ୍‌ ଘଟଣା ସ୍ଥଳଠାରୁ ଦୂରବର୍ତ୍ତୀ ସ୍ଥାନରେ ଥିବା ବ୍ୟକ୍ତିମାନେ ଅପେକ୍ଷାକୃତ ଭାବେ କମ୍‌ ପରିମାଣରେ ମାନସିକ ବ୍ୟାଧିଗ୍ରସ୍ତ। ଲକ୍ଷ୍ୟ କରିବା କଥା ଯେ, ନ୍ୟୁୟର୍କ ସିଟିରେ ଧ୍ୱଂସଲୀଳା ସଂଘଟିତ ହୋଇଥିଲା। କିନ୍ତୁ ସାଂପ୍ରତିକ କୋଭିଡ୍‌-୧୯ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ହୋଇ ରହି ନାହିଁ। ଏହି ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ପୁଣି ଏହାର ଯେ ଶୀଘ୍ର ବିଲୋପ ଘଟିବ, ସେମିତି ସୂଚନା ମିଳୁନାହିଁ। ବରଂ ଏହି ଭୂତାଣୁ ରୂପାନ୍ତରିତ ହୋଇ ନୂଆ ନୂଆ ଅବତାରରେ ଆବିର୍ଭୂତ ହେଉଚି ା
ତେଣ ପିଟିଏସ୍‌ଡିର କୁପ୍ରଭାବରୁ ସହଜେ ମୁକ୍ତି ମିଳିବ ନାହିଁ। ଫଳରେ ମାନବ ସମାଜ ନିରାଶ, ଉଦ୍‌ବିଗ୍ନ, ଚାପଗ୍ରସ୍ତ, ଅସ୍ଥିର ଇତ୍ୟାଦି ବିଭିନ୍ନ ନକାରାତ୍ମକ କାରକ ଦ୍ୱାରା ଅହରହ ଜର୍ଜରିତ। ଉକ୍ତ ମାନସିକ ବିଶୃଙ୍ଖଳାର ପ୍ରତିକ୍ରିୟା ଅଧିକାଂଶ କ୍ଷେତ୍ରରେ ଅଧୋଗତି ଘଟାଏ। କିନ୍ତୁ କେତେକ ବ୍ୟକ୍ତିଙ୍କୁ ସତ୍‌ପଥରେ ମଧ୍ୟ ନେଇଥାଏ। ଅବଶ୍ୟ ମୋଟାମୋଟି ଭାବେ ଯେ କୌଣସି ବ୍ୟକ୍ତି ହେଉ ନା କାହିଁକି, ସେ ପରିବର୍ତ୍ତିତ ହୁଏ, ଯଦିଚ ପରିଣାମ ଭିନ୍ନ।
ଏକଦା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ତାଙ୍କର ଏକମାତ୍ର ସନ୍ତାନକୁ ହରାଇଲେ। ଦଶଦିଗ ଶୂନ୍ୟ ହୋଇ ସେ ହୁଏତ ମ୍ରିୟମାଣ ହୋଇପାରନ୍ତି ଏବଂ ଚରମ ପଦକ୍ଷେପ ସ୍ବରୂପ ଆମତ୍ହତ୍ୟା ମଧ୍ୟ କରିପାରନ୍ତି। କିନ୍ତୁ ଦେଖାଯାଏ ଯେ, ଏମିତି ପିଟିଏସ୍‌ଡିରେ ଆକ୍ରାନ୍ତ ହୋଇ ମଧ୍ୟ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣା ଏଡାଇବା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିଷ୍ଠାପର ଉଦ୍ୟମ ଆରମ୍ଭ କଲେ। ତେଣୁ ବିପର୍ଯ୍ୟୟର ପ୍ରତିକ୍ରିୟା ଏକାନ୍ତ ବ୍ୟକ୍ତିଗତ।
ଠିକ୍‌ ସେମିତି ସ୍ରଷ୍ଟା ମାନସ। ହୁଏତ ମାନସିକ ଚାପ ଦ୍ୱାରା ଅବସାଦଗ୍ରସ୍ତ ହୋଇ କେହି କେହି ସାହିତି୍ୟକ ଲେଖନୀକୁ ପରିହାର କରିପାରନ୍ତି। କିନ୍ତୁ ଅନ୍ୟ କେତେକ ଲେଖକଙ୍କୁ ଏହି କରୋନା କାଳ ଅଧିକ ଉଜ୍ଜୀବିତ କରେ। ଏହା ଏକ ତ୍ୱରକ ପରି କାମ କରେ। ନିମ୍ନରେ ଏମିତି ବିପର୍ଯ୍ୟୟ ବେଳେ ସକ୍ରିୟ ଥିପା କେତେକ ଲେଖକଙ୍କ କାର୍ଯ୍ୟ କଳାପ ଉପରେ ଆମେ ଦୃଷ୍ଟି ନିବଦ୍ଧ କରିବା।
୧୯୫୭ରେ ବ୍ରିଟେନରେ ଜନ୍ମଗ୍ରହଣ କରିଥିବା ପିକୋ ଆୟାର ଜଣେ ପ୍ରସିଦ୍ଧ ଭ୍ରମଣଶୀଳ ଔପନ୍ୟାସିକ ଓ ପ୍ରାବନ୍ଧିକ। ତାଙ୍କର ଦୁଇଟି ଉଲ୍ଲେଖନୀୟ ବହି ହେଉଛି ‘ଭିଡିଓ ନାଇଟ ଇନ କାଠମାଣ୍ଡୁ’ ଓ ‘ଦା ଲେଡି ଆଣ୍ଡ ଦା ମଙ୍କ’। ତାଙ୍କ ରଚନାବଳୀର ବିଶେଷତ୍ୱ ହେଉଛି ଭ୍ରମଣଭିତ୍ତିକ ପ୍ରତ୍ୟକ୍ଷ ଅନୁଭୂତି। ୨୦୦୦ ମସିହାରେ ରଚିତ ‘ଦା ଗ୍ଲୋବାଲ ସୋଲ’ରେ ଗୋଟିଏ ଆନ୍ତର୍ଜାତିକ ବିମାନବନ୍ଦର ତାଙ୍କ ମୁଖ୍ୟ ଚରିତ୍ର ହୋଇଛି। ଭୂଟାନ, ନେପାଳ, ଇଥିଓପିଆ, କ୍ୟୁବା, ଆର୍ଜେଣ୍ଟିନା, ଜାପାନ, ଉତ୍ତର କୋରିଆ ଇତ୍ୟାଦି ବିଦେଶ ସମ୍ବନ୍ଧରେ କାହାଣୀ ତାଙ୍କ ପୁସ୍ତକଗୁଡ଼ିକରେ ସ୍ଥାନିତ। ନିଜ ସମ୍ପର୍କରେ ସେ କହନ୍ତି-”ମୁଁ ଜଣେ ବହୁରାଷ୍ଟ୍ରୀୟ ବ୍ୟକ୍ତି। ଏହି ବହୁଦେଶୀୟ ପୃଥିବୀରେ ଅଧିକରୁ ଅଧିକ ରାଷ୍ଟ୍ର ବିମାନବନ୍ଦର ପରି ବହୁଭାଷୀ ଓ ବିଶ୍ରାମହୀନ। ଲୋକଙ୍କ ପାଇଁ ଫୋନ ଯେମିତି, ବିଭିନ୍ନ ବିମାନ ଧରିବା ମୋ ପାଇଁ ସେମିତି ସ୍ବାଭାବିକ। ପଢୁଥିବା ପିଲା ସ୍କୁଲକୁ ଯିବା ପରି ମୁଁ ମୋ ବ୍ୟାଗ ଦିନରାତି ଧରି ବିମାନରୁ ବିମାନ ଚଢୁଛି।“ ସଦାସର୍ବଦା ଭ୍ରମଣଶୀଳ ଜଣେ ଲେଖକ କରୋନା କାଳରେ ଯେମିତି ଏକପ୍ରକାର ଗୃହବନ୍ଦୀ ଭାବେ ଚବିଶ ଘଣ୍ଟା ରହିବାକୁ ବାଧ୍ୟ, ତାଙ୍କ ମନୋଭାବ କ’ଣ- ତାହା କୌତୁହଳଜନକ ମନେହୁଏ। ୯ ନଭେମ୍ବର ୨୦୨୦ରେ ସେ ଏକ ସାକ୍ଷାତ୍‌କାର ବେଳେ ଯାହା କହିଥିଲେ, ତା’ର ସାରାଂଶ ପ୍ରଣିଧାନଯୋଗ୍ୟ: ”ମୁଁ ଛଅବର୍ଷ ପୂର୍ବେ ‘ଦା ଆର୍ଟ ଅଫ ଷ୍ଟିଲନେସ’ ନାମକ ଗୋଟିଏ ବହି ଲେଖିଥିଲି । ସେଥିରେ ‘କେଉଁ ଜାଗାକୁ ମଧ୍ୟ ନ ଯିବାର ସାହସିକତା’ ଶୀର୍ଷକ ଗୋଟିଏ ଅଧ୍ୟାୟ ରହିଛି। ମୋ ଅସରନ୍ତି ଭ୍ରମଣ ବେଳେ ମୁଁ ଥରେ ଥରେ ଅନୁଭବ କରେ ଯେ, ମୋ ଜୀବନ ନିୟନ୍ତ୍ରଣହୀନ। ଆମେ ଅନ୍ଧ ପରି ଓ ଅନ୍ୟମନସ୍କ ହୋଇ ଏପଟେସେପଟେ ଦୌଡୁଛେ। ମନର ଏହି ତାଡନା ମୋତେ କିଛି ନ ବୁଲି ଚୁପଚାପ ରହିବାକୁ ଇଙ୍ଗିତ ଦେଉଥାଏ। ବର୍ତ୍ତମାନ ଏହି ସଂକ୍ରମଣ ସମୟ ଏମିତି ଶାନ୍ତ ଓ ସ୍ଥିର ମନରେ ମୋର ଭ୍ରମଣ-ଅନୁଭୂତି ଉପରେ ଚିନ୍ତା କରିବା ସୁଯୋଗ ଦେଇଛି ା ତା’ର ଅର୍ଥ ବୁଝିବାକୁ ପ୍ରେରିତ କରିଛି ।“
ମୋର ‘ଆଟମନ ଲାଇଟ’ ବହିରେ ମୁଁ ଲେଖିଛି ଯେ, କହିବା ଅପେକ୍ଷା ନୀରବତା ଅଧିକ ବିଷୟ କହେ। କହିଲେ କିଛି ବାକି ରହିଯିବା ଭଳି ଲାଗେ। କିନ୍ତୁ ଚୁପ୍‌ଚାପ ଏହି ଜଞ୍ଜାଳରୁ ମୁକ୍ତ। ବାସ୍ତବିକ ଅନୁପସ୍ଥିତି ‘ଉପସ୍ଥିତି’ ଠାରୁ ଅଧିକ ଶକ୍ତିଶାଳୀ। ଏହି ପରିପ୍ରେକ୍ଷୀରେ ମୋତେ ଲାଗେ ଯେ, ବିଭିନ୍ନ ବିଳାସ ସାମଗ୍ରୀ ପରିପୂର୍ଣ୍ଣ ଆକର୍ଷଣୀୟ ହୋଟେଲ ପ୍ରକୋଷ୍ଠ ଗୋଟିଏ ମାତ୍ର ଗୋଲାପ ଫୁଲ ଥିବା ଧଳା ସାଦାସିଧା ରୁମଠାରୁ ଢେର ନିକୃଷ୍ଟ ଏବଂ ମନୋଜ୍ଞ ଭାବେ ବେଶ୍‌ ପରିପୂର୍ଣ୍ଣ।
ପ୍ରକୃତି କବି ଓ୍ବିଲିଅମ ଓ୍ବାର୍ଡସଓ୍ବାର୍ଥ (ଜନ୍ମ କୋକେର-ମାଉଥ, ୟୁକେ-୧୭୭୦, ଦେହାନ୍ତ ୧୮୫୦) ଟୁ ଡାଫୋଡିଲସ ବୋଲି ଗୋଟିଏ କାଳଜୟୀ କବିତା ପାରିପାର୍ଶ୍ୱିକ ଯୁଗ ସ୍ବାଭାବିକ ଥିବା ବେଳେ ଲେଖିଥିଲେ। ସେଥିରେ କବି ଲେଖିଛନ୍ତି ଯେ, ସେ ମେଘ ପରି ବିନା ଲକ୍ଷ୍ୟରେ ଏକା ବୁଲୁଥିବା ବେଳେ ଡାଫୋଡିଲସ୍‌ ନାମକ ଛୋଟ ହଳଦିଆ ଫୁଲରେ ପରିପୂର୍ଣ୍ଣ ଗୋଟିଏ ବଗିଚା ଦେଖି ଆନନ୍ଦରେ ଅଭିଭୂତ ହୋଇଗଲେ। ଏହାକୁ ଭିତ୍ତି କରି ସେ ଉକ୍ତ କବିତା ରଚନା କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ତାଙ୍କ କଂକ୍ରିଟ ବାସଭବନର ଶୟନ କକ୍ଷରେ ଚୁପଚାପ ଗଡପଡ ହେଉଥିବା ବେଳେ ଡାଫୋଡିଲସର ମନୋରମ ଦୃଶ୍ୟ ମନେପକାଇ ସ୍ବର୍ଗୀୟ ଆନନ୍ଦ ଅନୁଭବ କରୁଥିଲେ। ବାହାର ଦୁନିଆରେ ଭ୍ରମଣଶୀଳ ଜଣେ ସ୍ରଷ୍ଟା ଘରୁ ନ ବାହାରି ମଧ୍ୟ ତା’ର ଲେଖନୀର ସଦ୍‌ ବିନିଯୋଗ କରିପାରେ। ସୃଜନର ଆନନ୍ଦ ଲଭିପାରେ। ତେଣୁ କୋଭିଡ କଟକଣାମାନ ଜଣେ ସ୍ରଷ୍ଟାକୁ ନିଷ୍କ୍ରିୟ ବା ସ୍ଥାଣୁ କରିବାକୁ ବାଧ୍ୟ- ଏହା ଏକ ନକାରାମତ୍କ ଦୁର୍ଭାବନା ମାତ୍ର ା କରୋନାର ଧମକ ଚମକ ତା’ ପାଇଁ ଅଲଂଘ୍ୟ ନୁହେଁ।
ମୋ-୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri