Posted inଫୁରସତ

ବଜାରକୁ ଆସିଲା ଉଡ଼ନ୍ତା ବାଇକ୍‌, ଦାମ୍‌ ରହିଛି…

ଆପଣ ଉଡ଼ନ୍ତା ବାଇକ୍‌ ବିଷୟରେ ଅନେକ କଥା ଶୁଣିଥିବେ। ମାତ୍ର ଦୁନିଆକୁ ସତରେ ଏବେ ଉଡ଼ନ୍ତା ବାଇକ୍‌ ଆସିଛି। ଯଦି ଆପଣ ଟ୍ରାଫିକ୍‌ ଜାମ୍‌ ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଆକାଶରେ ଉଡ଼ି ଗୋଟିଏ ସହରରୁ ଅନ୍ୟ ସହରକୁ ଯାଇପାରିବେ। ଏହା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ।

ଜାପାନର ଏକ ଷ୍ଟାର୍ଟଅପ୍‌ କମ୍ପାନୀ AERWINS ଟେକ୍ନୋଲୋଜି ଏହି ବାଇକ୍‌ ତିଆରି କରିଛି। ସେପ୍ଟେମ୍ବର ୧୫ରେ ଡେଟ୍ରୋଏଟ୍‌ ଅଟୋ ଶୋ’ରେ ଏହା ଲଞ୍ଚ୍‌ କରାଯାଇଥିଲା। ଶୋ’ ସମୟରେ ଏହି ବାଇକ୍‌ ବିଶେଷଜ୍ଞଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା।

ଏହି ବାଇକ୍‌ର ନାମ ହେଉଛି Xturismo। ଡେଟ୍ରୋଏଟ ଅଟୋ ଶୋ’ର ସହ-ଅଧ୍ୟକ୍ଷ ଥାଡ୍‌ ସୋଜୋଟ୍‌ ଏହି ବାଇକ୍‌କୁ ଅତି ପ୍ରଶଂସା କରିଥିଲେ। ତାଙ୍କ ଅଭିଜ୍ଞତା ବାଣ୍ଟି ସେ କହିଛନ୍ତି, ଏହା ବହୁତ ଉତ୍ସାହଜନକ ଏବଂ ଚମତ୍କାର ଅଟେ।

ଏହି ବାଇକ୍‌ ଲୋକଙ୍କ ସ୍ବପ୍ନକୁ ବାସ୍ତବରେ ପରିଣତ କରେ। ତେଣୁ ଏଥିପାଇଁ ଆପଣଙ୍କୁ ବିପୁଳ ପରିମାଣର ଖର୍ଚ୍ଚ କରିବାକୁ ପଡ଼ିବ। କମ୍ପାନୀ ଅନୁଯାୟୀ ଏହି ବାଇକ୍‌ର ମୂଲ୍ୟ ୭ ଲକ୍ଷ ୭୭ ହଜାର ଡଲାର ଅଟେ। ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୬ କୋଟି ୧୮ ଲକ୍ଷ ଟଙ୍କା।

ଏହି ବାଇକ୍‌ର ଓଜନ ୩୦୦ କିଲୋଗ୍ରାମ ଅର୍ଥାତ୍‌ ୩ କ୍ୱିଣ୍ଟାଲ। ଏହି ଉଡ଼ନ୍ତା ବାଇକ୍‌ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଉଡ଼ିପାରିବ। ଏହା ଉଡ଼ିବା ପାଇଁ ବ୍ୟାଟେରୀରୁ ଶକ୍ତି ମଧ୍ୟ ପାଇଥାଏ। କମ୍ପାନୀ କହିଛି, ଛୋଟ ଇଲେକ୍ଟ୍ରି ମଡେଲର ମୂଲ୍ୟ ପ୍ରାୟ ୫୦,୦୦ରୁ ୩୯,୮୨,୫୨୫ ଟଙ୍କା ପର୍ଯ୍ୟନ୍ତ ହେବ।

ଏହା ଜାପାନରେ କଳା, ନୀଳ ଏବଂ ନାଲି ରଙ୍ଗରେ ବିକ୍ରି ପାଇଁ ଉପଲବ୍ଧ। ଏହାର ନିର୍ମାତାମାନେ ଏହାକୁ ୨୦୨୩ରେ ଆମେରିକାରେ ବିକ୍ରୟ ପାଇଁ ଯୋଜନା କରିଛନ୍ତି।
ଯଦି ଆପଣ ଏହି ବାଇକ୍‌ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଜାପାନ ଯିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri