ଗାଁଦାଣ୍ଡରେ ବନ୍ୟାଜଳ

ଜଳେଶ୍ୱର, ୨୪।୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟାର ୩ୟ ଦିନରେ ଜଳେଶ୍ୱର ବ୍ଲକର ୨୬ଶହ ହେକ୍ଟର ଜମି ବନ୍ୟାଜଳରେ ବୁଡ଼ିଯାଇଥିବା ବେଳେ ୫ ପଞ୍ଚାୟତ ୧୬ ଗାଁର ଦୁର୍ଦ୍ଦଶା ଅବର୍ଣ୍ଣନୀୟ ା ଗାଁ ଦାଣ୍ଡରେ ପାଣିର ସୁଅ ଚାଲିଛି। ୪୦ ହଜାର ଗୃହପାଳିତ ପ୍ରାଣୀ ଭୋକଉପାସରେ ରହିଛନ୍ତି। ବନ୍ୟାଞ୍ଚଳରେ ଥିବା ୮୩୫ ନଳକୂପ ମଧ୍ୟରୁ ୩୩ଟି ପାଣିରେ ବୁଡି ରହିଥିବା ବେଳେ କେତେକ ସ୍ଥାନରେ ପିଇବା ପାଣି ସମସ୍ୟା ଦେଖା ଦେଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ପାଉଚପାଣି ବଣ୍ଟାଯାଉଛି ା
ଜଳେଶ୍ୱର ବ୍ଲକର ୨୮ ପଞ୍ଚାୟତର ୧୪୯ ଗାଁ ୨ଦିନ ଧରି ବୁଡି ରହିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୭ ପଞ୍ଚାୟତର ୪୦ ଗାଁରେ ପାଣି ଜମି ରହିଛି ା କିନ୍ତୁ ୫ ପଞ୍ଚାୟତର ୧୬ ଗାଁରେ ପରିସ୍ଥିତି ଜଟିଳ ରହିଛି। ବାଇଗଣବାଡିଆ, ପଶ୍ଚିମବାର୍ଡ, ଝାଡପିମ୍ପଳ, ଗଡସାହି ବାଲିଆପାଳ ଓ ପାଇକସିଦା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ା ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କ ପରାମର୍ଶ କ୍ରମେ ମଙ୍ଗଳବାର ଜିଲାପାଳ ୨୫୦ କୁଇଣ୍ଟାଲ ଦାନା ଜଳେଶ୍ୱର ବ୍ଲକକୁ ଯୋଗାଇଛନ୍ତି ା ଏଡିଭିଓ ଡ. ରଞ୍ଜନ ଦାସ ଓ ଭିଏଏସ୍‌ ସୁନୀଲ କୁମାର ଭୂୟାଁ ଏହି ଦାନା ବଣ୍ଟନ କରିଛନ୍ତି। ପାଣି ବୁଡିଯାଇଥିବା ଗାଁ ଗୁଡିକରେ ୮୩୫ ନଳକୂପ ଓ ୩୨ ପିଇବା ପାଣି ପ୍ରକଳ୍ପ ଥିବା ବେଳେ ସେଥିରୁ ୩୩ ନଳକୂପ କ୍ଷତିଗ୍ରସ୍ତ ହୋଇଛି ା ବନ୍ୟା ଅଞ୍ଚଳରେ ଥିବା ବିଭିନ୍ନ ପୋଖରୀ ବୁଡିଯିବାର ଫଳରେ ମାଛ ଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି ା ପୂର୍ତ୍ତ ବିଭାଗର ୨ ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୩୬ ରାସ୍ତାର ବ୍ୟାପକ କ୍ଷତି ଘଟିଛି ା ଏବେବି ଶ୍ରୀରାମପୁର, ଶିଖରପୁର, ଚମାର ଗାଁ, ନେତୁଆ, ସମ୍ପତ୍ତିଆ, ଖାଲିନା, ବାଇଗଣବାଡିଆ, ଖୁଲୁଡା, ଝାଡପିମ୍ପଳ, ନଛିମପୁର, ବର୍ତ୍ତନା, ପାଇକସିଦା, ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ୨୬୦୦ ହେକ୍ଟର ଜମି ପାଣି ଘେରରେ ରହିଥିବା ବେଳେ ୫ଶହ ପରିବା ଚାଷୀଙ୍କ ସର୍ବସ୍ବ ଉଜୁଡିଯାଇଛି ା ଗ୍ରାମାଞ୍ଚଳରେ କେତେକ ଘରଦ୍ୱାର ଭାଙ୍ଗିଥିବା ବେଳେ ରାଜସ୍ବ ବିଭାଗ ଓ ବ୍ଳକ ଅଧିକାରୀ ମିଳିତ ଉଦ୍ୟମରେ ୬ଟି ଟିମ୍‌ ବିଭିନ୍ନ ସ୍ଥାନ ବୁଲି କ୍ଷୟକ୍ଷତି ଆକଳନ କରୁଥିବା ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ ଓ ବିଡିଓ ପୁନମ ରାଉତ ସୂଚନା ଦେଇଛନ୍ତି ା ୫୦ଟି କଚାଗୃହ ଭାଗିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି ା ପଯର୍‌ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପାଇକସିଦା, କେଶପୁରା, ବାଲିକବାଡ. ଚିତ୍‌ମିଶ୍ରା, ଖଳାବାଡିଆ ଓ ଉତ୍ତରପଡା ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ତାଙ୍କ ସହିତ ବ୍ଳକ ଅଧ୍ୟକ୍ଷ ମାନସ ଜେନା, ଉପାଧ୍ୟକ୍ଷା ସଂଜିତା ସେନାପତି, ସରପଞ୍ଚ ସରସ୍ବତୀ ସେଠୀ, ସମିତି ସଦସ୍ୟା ନମିତା ଜେନା, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଜିଲାପରିଷଦ ସଦସ୍ୟା ମିନତୀ ଜେନା, ମଧୁସୂଦନ ସେନାପତି, ବନବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜେଲରୁ ବାହାରି ପାରନ୍ତି ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳି ପାରନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବେଲ୍‌ ବଣ୍ଡ ଦାଖଲ ହୋଇଛି। ସେଠାରୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ, ୬ ଗୁରୁତର

ଅନୁଗୋଳ ଅଫିସ/ଛେଣ୍ଡିପଦା,୨୪।୧୨,(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର କତଡା ଗୁରୁଣ୍ଡୁଗୋପାଳ ଉଚ୍ଚବିଦ୍ୟାଳୟ ନିକଟରେ ସୋମବାର ବିଳମ୍ବିତ ରାତିରେ...

ସଂଗରୋଧ କେନ୍ଦ୍ରରୁ ଘରକୁ ଫେରିବାର ୩ ଦିନ ପରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ବେତନଟୀ,୨୮।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଏସ୍‌ଏସ୍‌ ନହଣ୍ଡାଶୋଲ ପଞ୍ଚାୟତର ଭାଲୁବସା ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ(୫୫)ଙ୍କ ବୁଧବାର ବିଳମ୍ବିତ ରାତ୍ରିରେ ନିଜ ଘରେ...

ଗୋଟିଏ ପ୍ରକଳ୍ପ, ଦୁଇଟି ଯୋଜନା

ସୋନପୁର,୨୭ା୬(ନି.ପ୍ର.): କରୋନା ପାଇଁ ଅନେକ ରୋଜଗାର ହରାଇଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲାର ୧୫ ହଜାରରୁ ଊର୍ଦ୍ଧ୍ୱ...

ସରକାରୀ ଦସ୍ତାବିଜ୍‌ ସହ ସୂଚନା ଅଧିକାର ତଥ୍ୟ ଅମେଳ

ମାଲକାନଗିରି, ୨୩।୧୧(ଡି.ଏନ.ଏ.): ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ଜିଲାର ଗ୍ରାମାଞ୍ଚଳଗୁଡିକରେ ଯୋଗାଯୋଗ ସୁବିଧା ପାଇଁ...

ଓଏମ୍‌ସି ଗ୍ରାହକ ପରିଚାଳନା ସେବା ଶୁଭାରମ୍ଭ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଗ୍ରାହକ ସମନ୍ବିତ ପରିଚାଳନା ସେବା(ସିଆଇଏମ୍‌ଏସ୍‌) ଏବଂ...

ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ

ବଲାଙ୍ଗୀର ଅଫିସ, ୪ା୪: କ୍ରାଇମବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ବହୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅନୁସନ୍ଧାନ କରୁଛି। ମାମଲାର ଦୁଇ ପୀଡିତା ତଥା ସାକ୍ଷୀଙ୍କୁ ବଲାଙ୍ଗୀର...

ନେତା ଦୁର୍ବଳ, ମନ୍ତ୍ରିମଣ୍ଡଳରେ ମିଳିଲାନି ସ୍ଥାନ: କଂଗ୍ରେସ

ନବରଙ୍ଗପୁର,୬।୬(ବି.ପ୍ର.): କଂଗ୍ରେସ, ଭାଜପା ଓ ବିଜେଡି ପ୍ରମୁଖ ରାଜନୈତିକ ଦଳ ନବରଙ୍ଗପୁର ଜିଲାକୁ କେବେ ମଧ୍ୟ ନିରାଶ କରି ନ ଥିଲେ। ଏହି ଜିଲାରୁ ବିଭିନ୍ନ...

Advertisement
Archives

Model This Week