ଗାଁଦାଣ୍ଡରେ ବନ୍ୟାଜଳ

ଜଳେଶ୍ୱର, ୨୪।୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟାର ୩ୟ ଦିନରେ ଜଳେଶ୍ୱର ବ୍ଲକର ୨୬ଶହ ହେକ୍ଟର ଜମି ବନ୍ୟାଜଳରେ ବୁଡ଼ିଯାଇଥିବା ବେଳେ ୫ ପଞ୍ଚାୟତ ୧୬ ଗାଁର ଦୁର୍ଦ୍ଦଶା ଅବର୍ଣ୍ଣନୀୟ ା ଗାଁ ଦାଣ୍ଡରେ ପାଣିର ସୁଅ ଚାଲିଛି। ୪୦ ହଜାର ଗୃହପାଳିତ ପ୍ରାଣୀ ଭୋକଉପାସରେ ରହିଛନ୍ତି। ବନ୍ୟାଞ୍ଚଳରେ ଥିବା ୮୩୫ ନଳକୂପ ମଧ୍ୟରୁ ୩୩ଟି ପାଣିରେ ବୁଡି ରହିଥିବା ବେଳେ କେତେକ ସ୍ଥାନରେ ପିଇବା ପାଣି ସମସ୍ୟା ଦେଖା ଦେଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ପାଉଚପାଣି ବଣ୍ଟାଯାଉଛି ା
ଜଳେଶ୍ୱର ବ୍ଲକର ୨୮ ପଞ୍ଚାୟତର ୧୪୯ ଗାଁ ୨ଦିନ ଧରି ବୁଡି ରହିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୭ ପଞ୍ଚାୟତର ୪୦ ଗାଁରେ ପାଣି ଜମି ରହିଛି ା କିନ୍ତୁ ୫ ପଞ୍ଚାୟତର ୧୬ ଗାଁରେ ପରିସ୍ଥିତି ଜଟିଳ ରହିଛି। ବାଇଗଣବାଡିଆ, ପଶ୍ଚିମବାର୍ଡ, ଝାଡପିମ୍ପଳ, ଗଡସାହି ବାଲିଆପାଳ ଓ ପାଇକସିଦା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ା ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କ ପରାମର୍ଶ କ୍ରମେ ମଙ୍ଗଳବାର ଜିଲାପାଳ ୨୫୦ କୁଇଣ୍ଟାଲ ଦାନା ଜଳେଶ୍ୱର ବ୍ଲକକୁ ଯୋଗାଇଛନ୍ତି ା ଏଡିଭିଓ ଡ. ରଞ୍ଜନ ଦାସ ଓ ଭିଏଏସ୍‌ ସୁନୀଲ କୁମାର ଭୂୟାଁ ଏହି ଦାନା ବଣ୍ଟନ କରିଛନ୍ତି। ପାଣି ବୁଡିଯାଇଥିବା ଗାଁ ଗୁଡିକରେ ୮୩୫ ନଳକୂପ ଓ ୩୨ ପିଇବା ପାଣି ପ୍ରକଳ୍ପ ଥିବା ବେଳେ ସେଥିରୁ ୩୩ ନଳକୂପ କ୍ଷତିଗ୍ରସ୍ତ ହୋଇଛି ା ବନ୍ୟା ଅଞ୍ଚଳରେ ଥିବା ବିଭିନ୍ନ ପୋଖରୀ ବୁଡିଯିବାର ଫଳରେ ମାଛ ଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି ା ପୂର୍ତ୍ତ ବିଭାଗର ୨ ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୩୬ ରାସ୍ତାର ବ୍ୟାପକ କ୍ଷତି ଘଟିଛି ା ଏବେବି ଶ୍ରୀରାମପୁର, ଶିଖରପୁର, ଚମାର ଗାଁ, ନେତୁଆ, ସମ୍ପତ୍ତିଆ, ଖାଲିନା, ବାଇଗଣବାଡିଆ, ଖୁଲୁଡା, ଝାଡପିମ୍ପଳ, ନଛିମପୁର, ବର୍ତ୍ତନା, ପାଇକସିଦା, ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ୨୬୦୦ ହେକ୍ଟର ଜମି ପାଣି ଘେରରେ ରହିଥିବା ବେଳେ ୫ଶହ ପରିବା ଚାଷୀଙ୍କ ସର୍ବସ୍ବ ଉଜୁଡିଯାଇଛି ା ଗ୍ରାମାଞ୍ଚଳରେ କେତେକ ଘରଦ୍ୱାର ଭାଙ୍ଗିଥିବା ବେଳେ ରାଜସ୍ବ ବିଭାଗ ଓ ବ୍ଳକ ଅଧିକାରୀ ମିଳିତ ଉଦ୍ୟମରେ ୬ଟି ଟିମ୍‌ ବିଭିନ୍ନ ସ୍ଥାନ ବୁଲି କ୍ଷୟକ୍ଷତି ଆକଳନ କରୁଥିବା ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ ଓ ବିଡିଓ ପୁନମ ରାଉତ ସୂଚନା ଦେଇଛନ୍ତି ା ୫୦ଟି କଚାଗୃହ ଭାଗିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି ା ପଯର୍‌ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପାଇକସିଦା, କେଶପୁରା, ବାଲିକବାଡ. ଚିତ୍‌ମିଶ୍ରା, ଖଳାବାଡିଆ ଓ ଉତ୍ତରପଡା ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ତାଙ୍କ ସହିତ ବ୍ଳକ ଅଧ୍ୟକ୍ଷ ମାନସ ଜେନା, ଉପାଧ୍ୟକ୍ଷା ସଂଜିତା ସେନାପତି, ସରପଞ୍ଚ ସରସ୍ବତୀ ସେଠୀ, ସମିତି ସଦସ୍ୟା ନମିତା ଜେନା, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଜିଲାପରିଷଦ ସଦସ୍ୟା ମିନତୀ ଜେନା, ମଧୁସୂଦନ ସେନାପତି, ବନବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?