ଆବୁଧାବି, ୮।୧୦: ଚଳିତ ଆଇପିଏଲ୍ର ୨୧ତମ ମ୍ୟାଚ୍ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ମୁକାବିଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ସହ ହୋଇଥିଲା। ଏହି ମ୍ୟାଚ୍ରେ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କେକେଆର୍ ୧୦ ରନରେ ବିଜୟୀ ହୋଇଛି। ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ କାର୍ତ୍ତିକ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏଥିସହ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ଦଳ ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ଟସ୍ ଜିତିଲା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶେଷଥର ପାଇଁ କୋଲକାତା ମେ ୨୦୧୫ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଏହାରି ମଧ୍ୟରେ କେକେଆର୍ ଆଇପିଏଲ୍ରେ ୬୯ ମ୍ୟାଚ୍ ଖେଳି ସାରିଛି। କିନ୍ତୁ କେବେ ହେଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନ ଥିଲା।
Posted inଆଇପିଏଲ୍-୨୦୨୨, ଖେଳ