ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ କାର୍ଯ୍ୟ ଦେଖିଲେ ୫-ଟି ସଚିବ

ପୁରୀ ଅଫିସ,୧୪।୧୦: ପୁରୀ ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌। ବୁଧବାର ୫-ଟି ସଚିବ ପାଣ୍ଡିଆନ୍‌ ପୁରୀ ଆସି ନିର୍ମାଣାଧୀନ ଶ୍ରୀଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ୍‌ ଅଞ୍ଚଳ ବୁଲି କାର୍ଯ୍ୟ ଓ ନକ୍ସା ଦେଖିଥିଲେ। ସମ୍ପ୍ରତି ୧୩ ଏକର ପରିମିତ ସ୍ଥାନରେ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ଏଠାରେ କ୍ରିକେଟ୍‌ ଗ୍ରାଉଣ୍ଡ ସହ ସୁଇମିଂ ପୁଲ୍‌, ଏକଶହ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଓ ଇନ୍‌ଡୋର ହଲ୍‌ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହି ଅବସରରେ ପୁରୀ ଜିଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ଅଧିକାରୀମାନେ ୫-ଟି ସଚିବଙ୍କ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିବାବେଳେ ସମ୍ପୃକ୍ତ ଯନ୍ତ୍ରୀ ନକ୍ସା ଦେଖାଇ ବିସ୍ତୃତ ଭାବେ ବୁଝାଇଥିଲେ। କ୍ରୀଡ଼ା ସଚିବ ମଧ୍ୟ ଉପସ୍ଥିତ ଥିଲେ। ଫନୀ ବାତ୍ୟା ପୂର୍ବରୁ ଇନ୍‌ଡୋର ହଲ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଫନୀରେ ଏହା ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ଏହାପରେ ପୁଣି ଥରେ ନବୀକରଣ କାର୍ଯ୍ୟ ଚାଲିଛି। ଇନ୍‌ଡୋର ହଲ୍‌ର ନିର୍ମାଣ କାର୍ଯ୍ୟ ଉପରେ ୫-ଟି ସଚିବ ଗୁରୁତ୍ୱ ଦେବା ସହ ଏହା କିପରି ଧାର୍ଯ୍ୟ ସମୟରେ ଶେଷ ହେବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ଫେବୃୟାରୀ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ନିର୍ଦ୍ଧାରିତ ସମୟରେ ଷ୍ଟାଡିୟମ ଏବଂ ଇନ୍‌ଡୋର ହଲ୍‌ ପ୍ରସ୍ତୁତ ହୋଇଯିବ ବୋଲି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିପୁର ବନାଞ୍ଚଳରୁ ବିପୁଳ ପରିମାଣର ଶାଳକାଠ ଜବତ

ନୂଆଗାଁ, ୨୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ମହିତମା ଫରେଷ୍ଟ ସେକ୍ସନ ଅଧୀନ ନୂଆଗାଁ ଭାଲିଆପଦର ଗ୍ରାମ ନିକଟରୁ ବୁଧବାର ବନ ବିଭାଗ...

ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୁଆମରା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଜଣେ ଛାତ୍ର ଟିସି ନେବା ଘଟଣାକୁ ନେଇ କଲେଜ ପରିସରରେ...

‘କରତାଳି ଦିଏ ପ୍ରେରଣା’

ସିମୁଳିଆ, ୧୭ା୩(ସନ୍ତୋଷ କୁମାର ନାୟକ)-ପିଲାଦିନେ ସୁଲଳିତ କଣ୍ଠରେ ଗୀତ ବୋଲି ପାରୁଥିଲେ ପୂଜାରାଣୀ । ସ୍କୁଲରେ ପଢିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ବୋଲି ପ୍ରଶଂସା...

ବିକାଶରେ ଲାଗିଛି ଅଙ୍କୁଶ

ଭୁବନ, ୩୦।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୬ମାସ ହେଲା ମୁରବିବିହୀନ ହୋଇପଡ଼ିଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ କରୋନାରେ...

ନିଜାମୁଦ୍ଦିନରୁ ଫେରିଛନ୍ତି ଷଷ୍ଠ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୪(ବ୍ୟୁରୋ):ରାଜ୍ୟରେ ଶୁକ୍ରବାର ଷଷ୍ଠ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ଘର କଟକ ବୋଲି ଜଣାପଡିଛି। ସେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବା କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର...

ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ କାର୍ଯ୍ୟକାଳ ବଢ଼ିବ, ନିର୍ବାଚନ କମିଶନରଙ୍କୁୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୩୦।୧: ଓଡ଼ିଆ ଆଇପିଏସ୍‌ ତଥା ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ିବ। ଚଳିତ ମାସରେ ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ...

୬ ପଞ୍ଚାୟତ ଜଳସେଚନରୁ ବାଦ୍‌

ଲୋଇସିଂହା,୯।୬(ଡି.ଏନ.ଏ.): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚଳିତ ବର୍ଷରୁ ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖାଯିବ ଏବଂ ଭୂତଳ ପାଇପ...

ବିନା ହେଲମେଟରେ ଗାଡ଼ି ଚଳାଇବା ଯୋଗୁ ବାବୁସାନଙ୍କୁ ହଜାରେ ଟଙ୍କାର ଜରିମାନା, ଭିଡିଓ ଭାଇରାଲ ପରେ କଟିଲା ଚାଲାଣ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍‌ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ...

Advertisement
Archives

Model This Week