Posted inଜାତୀୟ

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

ଚିତ୍ରଦୁର୍ଗ,୧୨।୮: କର୍ନାଟକର ଚିତ୍ରାଦୁର୍ଗ ଜିଲାର ବିଜୟପୁରରୁ ବାଙ୍ଗାଲୋର ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି। ୩୨ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍‌ଟି ଯାଉଥିବାବେଳେ ଜିଲାର ହିରିୟୁର ଜାତୀୟ ରାଜପଥ ୪ରେ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ଜଣେ ମହିଳା ମଧ୍ୟ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଇଞ୍ଜିନରେ କିଛି ସମସ୍ୟା ପରେ ବସ ନିଆଁ ଲାଗିଥିବା କୁହାଯାଉଛି। ହରିୟୁର ଏସପି ରାଧିକା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହା ସହ ଆହତମାନଙ୍କୁ ଜିଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ହିରିୟୁର ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର-ଡିସେମ୍ବରରେ ଭାରତରେ ପହଞ୍ଚିସାରିଥିଲା କରୋନା !

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଭାରତରେ କେବେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ସେନେଇ ହାଇଦ୍ରାବାଦ...

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ...

ଦ୍ରୌପଦୀଙ୍କୁ ସମର୍ଥନ ଦେବେ ଶିନ୍ଦେଙ୍କ ସମର୍ଥକ

ମୁମ୍ବାଇ,୧୨।୭: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମ୍ପୂର୍ଣ୍ଣ ସମର୍ଥନ କରିବ।...

ନୌସେନା ଗୋଇନ୍ଦା ବିଭାଗକୁ ସୁଦୃଢ଼ ପାଇଁ ଯୋଜନା କଲା ‘ର’

ନୂଆଦିଲ୍ଲୀ, ୩୦।୬: ଭାରତୀୟ ନୌସେନାର ଗୋଇନ୍ଦା ବିଭାଗକୁ ସୁଦୃଢ଼ କରିବା ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ପକ୍ଷରୁ ଯୋଜନା କରାଯାଇଛି। ଏହା ଦ୍ୱାରା ଶତ୍ରୁ...

ଘୁଞ୍ଚିଲା ସ୍କୁଲ ଖୋଲିବା ତାରିଖ…

ଶିମଲା,୨୧।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ସ୍କୁଲ ଖୋଲିବା ତାରିଖକୁ ସେପ୍ଟେମ୍ବର ୨୫...

କରୁଣାନିଧିଙ୍କ ସମ୍ମାନାର୍ଥେ ନିର୍ମାଣ ହେବ ମନ୍ଦିର

ଚେନ୍ନାଇ,୨୭।୮: ଡିଏମକେର ପ୍ରତିଷ୍ଠାତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ୍‌ କରୁଣାନିଧିଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହି ମନ୍ଦିର ନାମ...

ଦିଲ୍ଲୀରେ ଖୋଲିବ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୧୦: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲଇଛନ୍ତି। ଗୁରୁବାର ଏକ ଖବରଦାତା...

ଥାନାରୁ ୧୪୦୦ ପେଟି ମଦ ଚୋରାଇ ନେଲେ ପୋଲିସ ବାବୁ

ଅଲିଗଡ,୧୩।୩: ଉତ୍ତରପ୍ରଦେଶର ଅଲିଗଡ଼ ଅଞ୍ଚଳର ଏଟା ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଫିଆଙ୍କଠାରୁ ଜବତ ହୋଇଥିବା ମଦ ପେଟି ଗଣା ଯିବା ସମୟରେ ଏଥିରେ...

Advertisement
Archives

Model This Week