ବୃତ୍ତି ଛାଡ଼ିଛନ୍ତି ୫ ପାଟଣା ବାସିନ୍ଦା

ବଅଁରପାଳ,୧୬ା୩ – ଅନୁଗୋଳ ରାଜାଙ୍କ ପ୍ରଜା ଥିଲେ ୫ ପାଟଣାବାସୀ। କୌଳିକ ବୃତ୍ତି ଥିଲା ସେମାନଙ୍କ ବ୍ୟବସାୟର ଭିତ୍ତି। କିଏ ଘଣାରେ ତେଲ ପେଡ଼ୁଥିଲେ ତ ଆଉ କିଏ ତନ୍ତରେ ଲୁଗା ବୁଣି ରାଜ୍ୟ ସମୃଦ୍ଧିରେ ସାଜିଥିଲେ ଅଂଶୀଦାର। ହେଲେ ରାଜତନ୍ତ୍ରର ବିଲୋପ ପରେ ବଦଳିଯାଇଛି ସ୍ଥିତି। କୁଟୁମ୍ବ ପୋଷି ନ ପାରି କୌଳିକ ବୃତ୍ତିରୁ ବାହାରି ଯାଇଛନ୍ତି ୫ ପାଟଣା ବାସିନ୍ଦା।
ଅନୁଗୋଳର ଶେଷ ରାଜା ସୋମନାଥ ସିଂହ ଜଗଦେବଙ୍କ ସମୟରେ ବଅଁରପାଳର ବଳରାମପ୍ରସାଦ, ଗୋତମରା, ନୂଆହତା, ବୁଢ଼ାପଙ୍କ ଓ ଗଡ଼ସନ୍ତ୍ରୀ ଥିଲା ୫ଟି ଗଡ଼। ସେତେବେଳେ ଏହି ୫ ଗଡ଼ର ସ୍ବତନ୍ତ୍ର ପରିଚୟ ଥିଲା। ଏଠାକାର ସୁରକ୍ଷା ସମ୍ଭାଳୁଥିଲେ ପାଇକ ଯୋଦ୍ଧା। ବାହ୍ୟ ଶତ୍ରୁ ପ୍ରବେଶ ରୋକିବାକୁ ଯୋଦ୍ଧାଙ୍କ ସହ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରାଯାଇଥିଲା ଏଠାରେ। ସେହିପରି ୫ଗଡ଼ ବୁଢ଼ାପଙ୍କ ପାଟଣା, ନୂଆହତା ପାଟଣା, ଗୋତମରା ପାଟଣା, ବଳରାମପ୍ରସାଦ ପାଟଣା ଓ ଗଡ଼ସନ୍ତ୍ରୀ ପାଟଣା ଥିଲା ରାଜାଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏଠାକାର ବାସିନ୍ଦାମାନେ ଜାତି ଓ ବୃତ୍ତି ଅନୁଯାୟୀ ବ୍ୟବସାୟ କରୁଥିଲେ। ତେଲିମାନେ ଘଣାରେ ତେଲ ପେଡ଼ୁଥିବା ବେଳେ ତନ୍ତୀମାନେ ତନ୍ତରେ ଲୁଗା ବୁଣୁଥିଲେ। ଶୁଣ୍ଢିମାନେ ସୁରା ବେପାର, କୁମ୍ଭକାରମାନେ ମାଟିପାତ୍ର ଗଢ଼ୁଥିଲେ। ଅନ୍ୟ ଜାତିର ଲୋକେ ସେମାନଙ୍କ କୁଳ ପରମ୍ପରା ଅନୁଯାୟୀ ବ୍ୟବସାୟ କରୁଥିଲେ। ଏପରିକି ବଣିକମାନେ ବାଣିଜ୍ୟ କରିବାକୁ ଜଳପଥରେ ବିଦେଶକୁ ଯାଉଥିବା ପାଟଣାର ଅନେକ ବୟସ୍କ ବ୍ୟକ୍ତିଙ୍କ ମୁହଁରୁ ଶୁଣାଯାଏ। ହେଲେ ରାଜାରାଜୁଡ଼ା ଶାସନ ଉଚ୍ଛେଦ ପରେ ଏହି ୫ ପାଟଣାବାସିନ୍ଦାଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। କୌଳିକ ବୃତ୍ତିକୁ ଆଦରି ନ ପାରି ବିଭିନ୍ନ ଜାତିର ଲୋକେ ଅନ୍ୟ ବ୍ୟବସାୟକୁ ଚାଲିଯାଇଛନ୍ତି। ବିଶେଷକରି ଶିଳ୍ପାଞ୍ଚଳ ଗଢ଼ି ଉଠିବା ପରେ ଜାତିଭିତ୍ତିକ ବା ପାରମ୍ପରିକ ବ୍ୟବସାୟରୁ ୫ ପାଟଣାବାସୀ ଓହରି ଯାଇଛନ୍ତି। ବହୁ ପରିବାରକୁ ଶିଳ୍ପସଂସ୍ଥାରେ ଚାକିରି ମିଳିଥିବା ବେଳେ ଅନେକ ଶ୍ରମିକ, ଠିକା ଶ୍ରମିକ ଭାବେ ରୋଜଗାର କରୁଛନ୍ତି। କେତେଜଣ ଠିକାଦାରି କରୁଛନ୍ତି ତ ଆଉ କେତେକ ଲୋକ ଟ୍ରକ୍‌, ଟିପ୍ପର, ଟ୍ରାକ୍ଟର ଆଦି କରି ମାଲ୍‌ ପରିବହନକୁ ଆୟର ମାଧ୍ୟମ କରିଛନ୍ତି। କୃଷିକ୍ଷେତ୍ରରୁ ବି ଅଧିକାଂଶ ଲୋକ ମୁହଁ ଫେରାଇ ନେଇଛନ୍ତି। ଗାଁର ସହରୀକରଣ ପ୍ରଭାବରେ ୫ ପାଟଣାରେ ଆଉ ଦେଖିବାକୁ ମିଳୁନି ତନ୍ତବୁଣା ଲୁଗା କି ଘଣାରେ ପେଡ଼ା ହୋଇଥିବା ତେଲ। କୁମ୍ଭକାରଙ୍କ କୌଳିକ ବୃତ୍ତି ବି ହଜିଯିବାକୁ ବସିଲାଣି ଅନୁଗୋଳ ରାଜାଙ୍କ ଏହି ବ୍ୟବସାୟିକ ପେଣ୍ଠସ୍ଥଳୀରୁ।

ଜାତିଭିତ୍ତିକ ବ୍ୟବସାୟ ପ୍ରତି ସମ୍ମାନ ଥିଲା
ଅନୁଗୋଳର ଶେଷ ରାଜାଙ୍କ ୫ଟି ଗଡ଼ରେ ଯେଉଁମାନେ ବସବାସ କରୁଥିଲେ, ସେମାନେ କୁଳ ପରମ୍ପରା ଅନୁଯାୟୀ ବ୍ୟବସାୟ କରୁଥିଲେ। କୌଳିକ ବୃତ୍ତି ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ସମ୍ମାନଜନକ ପେସା ହୋଇପାରିଥିଲା। ପାଇକମାନେ ଗଡ଼କୁ ସୁରକ୍ଷା ଦେଉଥିବାରୁ ଏହି ବ୍ୟବସାୟିକ ପେଣ୍ଠସ୍ଥଳୀ ବେଶ୍‌ ସମୃଦ୍ଧି ଆଣି ଦେଇଥିଲା।
-ଗୋକୁଳା ନନ୍ଦ ସିଂ, ବଳରାମ ପ୍ରସାଦ

ଏହା ଥିଲା କରମୁକ୍ତ ଅଞ୍ଚଳ
ପାଟଣା ଅଞ୍ଚଳବାସୀଙ୍କ ଉପରେ ରାଜା କର ଲାଗୁ କରି ନ ଥିଲେ। ତେଣୁ ବୃତ୍ତିଭିତ୍ତିକ ଆୟ ମନ୍ଦ ନ ଥିଲା କି ସେମାନଙ୍କୁ କୁଟୁମ୍ବ ପୋଷିବାରେ ଅସୁବିଧା ହେଉ ନ ଥିଲା। ଏହାଛଡ଼ା ବାହ୍ୟ ଶତ୍ରୁ କବଳରୁ ଏହି ବ୍ୟବସାୟୀମାନଙ୍କୁ ରାଜା ସୁରକ୍ଷା ଦେଉଥିବାରୁ ପାଟଣା ଏକ ଭଲ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇପାରିଥିଲା।
-ଶିବରାମ ସାହୁ, ବଳରାମପ୍ରସାଦ ପାଟଣା

ପୂର୍ବ ପରମ୍ପରା ଆଉ ନାହିଁ
୫ ପାଟଣାରେ ଆଉ ରାଜାରାଜୁଡ଼ା ଅମଳର ପରମ୍ପରା ନାହିଁ। ସମୟ ସ୍ରୋତରେ ଲୋକେ ଜାତି, କୁଳ ବ୍ୟବସାୟକୁ ଦୂରେଇ ଦେଇଛନ୍ତି। ଏହାଛଡ଼ା ପାରମ୍ପରିକ ବ୍ୟବସାୟରେ ଏବେ ସମ୍ମାନ ନାହିଁ କି ସମୃଦ୍ଧ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ଯିଏ ଯାହାର ସୁବିଧା ଅନୁଯାୟୀ ବେପାର ବଦଳାଇ ଦେଇଛନ୍ତି।
-ନିତ୍ୟାନନ୍ଦ ସାହୁ, ନୂଆହତା ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?