
ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଓ ଅଧିକ ଓଜନର ମାଛ ବୋଝେଇ ଯୋଗୁ ସମୁଦ୍ରରେ ଟ୍ରଲରଟି ବୁଡିବାକୁ ଲାଗିଥିଲା। ଟ୍ରଲରଟି ବୁଡି ଯାଉଥିବାବେଳେ ମତ୍ସ୍ୟଜୀବୀମାନେ ଫୋନରେ କୂଳକୁ ସୂଚନା ଦେଇଥିଲେ l ସ୍ଥାନୀୟ ଉଦ୍ଧାରକାରୀ ଟିମ ଜରୁରୀକାଳୀନ ଭିତ୍ତିରେ ସେଠାରେ ପହଞ୍ଚି ଟ୍ରଲରରେ ଥିବା ୯ ଜଣ ମତ୍ସ୍ୟଜୀବୀଙ୍କୁ କୌଶଳ ଭାବେ ଅକ୍ଷତବସ୍ଥାରେ ସମୁଦ୍ରରୁ ଉଦ୍ଧାର କରିଥିଲେ। କୂଳଠାରୁ ୨ ଶହ ମିଟରରେ ଟ୍ରଲଟି ଦୁର୍ଘଟଣାଗସ୍ତ କିଭଳି ଭାବରେ ହେଲା ତାହାକୁ ନେଇ ଦୀଘା ମେରାଇନ ପୋଲିସ ଅଧିକ ତଦନ୍ତ କରୁଛି।