Posted inଖେଳ

ପ୍ରଥମ ଟି୨୦: ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟୀ

ଅକଲାଣ୍ଡ,୨୮।୧୧(ଏପି): ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ ୫ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ୨୧ ରନ ଦେଇ ୫ ଉଇକେଟ ହାସଲ କରିଥିବା ନ୍ୟୁଜିଲାଣ୍ଡ ଅଭିଜ୍ଞ ଦ୍ରୁତ ବୋଲର ଲୋକି ଫର୍ଗୁସନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ବର୍ଷା ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବା ଫଳରେ ମ୍ୟାଚ୍‌କୁ ୧୬ ଓଭରରେ ସୀମିତ ରଖାଯାଇଥିଲା। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ କିରନ ପୋଲାର୍ଡ ସର୍ବାଧିକ ଅପରାଜିତ ୭୫ ରନ (୩୭ ବଲ, ୪ ଚୌକା, ୮ ଛକା) ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର ଆନ୍ଦ୍ରେ ଫ୍ଲେଚର ୩୪, ଫରବିଆନ ଆଲେନ ୩୦, ବ୍ରାଣ୍ଡନ୍‌ କିଙ୍ଗ୍‌ ୧୩ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଫର୍ଗୁସନ ସର୍ବାଧିକ ୫ ଓ ଟିମ ସୌଦି ୨ ଉଇକେଟ ଅକ୍ତିଆର କରିଥିଲେ।
ଜବାବର ବ୍ୟାଟିଂ ଆରମ୍ଭ କରି ନ୍ୟୁଜିଲାଣ୍ଡ ୧୬ ଓଭରରେ ପରିବର୍ତ୍ତିତ ବିଜୟ ଲକ୍ଷ୍ୟ ୧୭୬କୁ ସହଜରେ ହାସଲ କରି ନେଇଥିଲା। ୧୫.୨ ଓଭରରେ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୭୯ ରନ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଜେମ୍ସ ନିଶାମ ଅପରାଜିତ ୪୮ରନ (୨୪ ବଲ, ୫ ଚୌକା, ୩ ଛକା), ମିଚେଲ ସାଣ୍ଟନର ଅପରାଜିତ ୩୧ ରନ (୧୮ ବଲ, ୩ ଛକା) କରି ଦଳକୁ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଦର୍ପଣ କରିଥିବା ଡେଭନ କନଓ୍ବେ ୪୧ (୨୯ ବଲ, ୫ ଚୌକା, ୧ ଛକା), ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ୧୭, ଗ୍ଲେନ ଫିଲିପ୍ସ ୨୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜର ଓଶେନ ଥୋମାସ ୨, ସେଲଡନ କଟ୍ରେଲ ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅକଲାଣ୍ଡରେ ନ୍ୟୁଜିଲାଣ୍ଡ ଗତ ୧୧ ମ୍ୟାଚ୍‌ ଖେଳି ଦ୍ୱିତୀୟ ବିଜୟ ହାସଲ କରିଛି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଗୋଟିଏ ଆଣ୍ଠୁ ମାଡି ବସି ‘ବ୍ଲାକ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୧୬ ଓଭରରେ ୧୮୦/୭(ପୋଲାର୍ଡ- ୭୫*, ଫ୍ଲେଚର- ୩୪, ଆଲେନ- ୩୦, ଫର୍ଗୁସନ- ୫/୨୧, ସୌଦି- ୨/୨୨)।
ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ୧୭୯/୫ (ନିଶାମ- ୪୮*, ସାଣ୍ଟନର- ୩୧*, କନଓ୍ବେ- ୪୧, ଫିଲିପ୍ସ- ୨୨, ଥୋମାସ- ୨/୨୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ପାଇଁ ଚିନ୍ତା ବଢାଇଲା ଦିଲ୍ଲୀ, ପ୍ଲେଅଫ୍‌ ଦୌଡ଼ରୁ ପଡ଼ିପାରେ ବାଦ୍‌…

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୩ର ୧୬ ତମ ସିଜନରେ ବୁଧବାର ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ମୁକାବିଲା ପରେ ପ୍ଲେଅଫ ଦୌଡ଼ ଅଧିକ ରୋମାଞ୍ଚକର...

୫ ରନରେ ଜିତିଲା ଡିସି…

ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ୫ ରନରେ ବିଜୟ ହାସଲ...

ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ରେକର୍ଡ

ଲଣ୍ଡନ,୧୦।୬- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଏକ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱକପ୍‌ ଇତିହାସରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ଭାବେ...

ଇଂଲଣ୍ଡ ୪୯, ଓ୍ବେଷ୍ଟଇଣ୍ଡିଜ ୫୭

ମାଞ୍ଚେଷ୍ଟର, ୬।୭: କରୋନା ଭାଇରସ ସଂକ୍ରମଣ ଜନିତ ୩ ମାସର ବ୍ରେକ୍‌ ପରେ ଇଂଲଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୮ ତାରିଖରୁ...

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ କମଲଜିତ୍‌

ଭୁବନେଶ୍ୱର, ୧୦ା୬ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଗୋଲକିପର କମଲଜିତ୍‌ ସିଂ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବେ।...

ଅନୁଷ୍କାଙ୍କ ଫଟୋଶୁଟ୍‌ ଦେଖି କ’ଣ କହିଲେ ବିରାଟ

ମୁମ୍ବାଇ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବରରେ ପରସ୍ପର ବିବାହ ବନ୍ଧନରେ...

ଭାରତ ‘ଏ’-ପାକିସ୍ତାନ ‘ଏ’ ଫାଇନାଲ

କଲମ୍ବୋ, ୨୨ା୭: ଭାରତ ‘ଏ’ ଏଠାରେ ଚାଲିଥିବା ଏମର୍ଜିଂ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଏକ ସେମିଫାଇନାଲରେ ବାଂଲାଦେଶକୁ ୫୧ ରନରେ ପରାସ୍ତ କରିଛି। ଦଳ...

ଶେଷଥର ପାଇଁ ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁସି) ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୧୮ ରୁ ୨୨...

Advertisement
Archives

Model This Week