Posted inଫୁରସତ

ପ୍ରଥମ ଦରମା ଥିଲା ୫୫୦ ଟଙ୍କା: କବି ଅଶୋକ ସାହୁ

ଗଞ୍ଜାମ ଜିଲା ହୁମ୍ମା ନିକଟସ୍ଥ ସୁବଳୟା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ସ୍କୁଲରେ ପଞ୍ଚମ ଯାଏଁ ପଢିବା ପରେ ପ୍ରାୟ ୨ କି.ମି ଦୂରରେ ଥିବା ପାଲୁର ଜଙ୍କସନ୍‌ସ୍ଥିତ ସରକାରୀ ଆଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାଁ ଲେଖାଇଲି। ଏହା ଥିଲା ୧୯୭୭ ମସିହାର ଘଟଣା। ସେତେବେଳେ ଆମ ଘରର ଆର୍ଥିକ ପରିସ୍ଥିତି ସେତେ ଭଲ ନଥିଲା। ବିନା ଚପଲରେ ଚାଲିଚାଲି ସ୍କୁଲ୍‌କୁ ଯିବାକୁ ପଡୁଥିଲା। ଆଉ ସ୍କୁଲ୍‌ ଯିବା ପୂର୍ବରୁ ଚାଷ କାମରେ ଘର ଲୋକଙ୍କୁ ସାହାଯ୍ୟ କରିବା ଥିଲା ମୋର ନିତିଦିନିଆ କାମ। ସବୁପରେ ବି ମୋର ପାଠ ଭଲ ହେଉଥିଲା। ଯେଉଁଥିପାଇଁ ମାଟ୍ରିକ୍‌ରେ ସ୍କୁଲ୍‌ ଟପ୍ପର ହୋଇଥିଲି। ତା’ପରେ ଗଞ୍ଜାମ କଲେଜରେ ପଢିଲି। ସେଠାରୁ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ସାରିବା ପରେ ଭଞ୍ଜନଗର ବନ ବିଭାଗରେ କିରାଣୀ ଚାକିରୀ ପାଇଲି। ଦରମା ମାସକୁ ୫୫୦ ଟଙ୍କା। ୧୯୮୫ ମସିହାରେ ୫୫୦ ଟଙ୍କାର ମୂଲ୍ୟ କିଛି କମ୍‌ ନଥିଲେ ବି ମୋତେ କିନ୍ତୁ ଅଣ୍ଟୁ ନଥିଲା। କାରଣ ଭଞ୍ଜନଗରରେ ଘରଭଡ଼ା ନେଇ ରହୁଥିଲି। ପ୍ରତିମାସ ଘରଭଡ଼ା ତା’ସାଙ୍ଗକୁ ପୁଣି ଖାଇବା ପିଇବା ଓ ଅନ୍ୟାନ୍ୟ ଖର୍ଚ୍ଚ; ଏସବୁରେ ଦରମା ଟଙ୍କା କେମିତି ସରି ଯାଉଥିଲା ଜାଣିପାରୁ ନଥିଲି। ଏମିତି କେତେଥର ହେଇଛି ଚାକିରି କଲା ପରେ ବି ବୋଉ ମୋତେ ଓଲଟା ଖର୍ଚ୍ଚ ପାଇଁ ଟଙ୍କା ଦେଇଛି। ସତ କହିବାକୁ ଗଲେ ବୋଉ ହିଁ ଥିଲା ମୋ ଆଦର୍ଶମୟ ଜୀବନର ମାର୍ଗ ଦର୍ଶିକା। ତା’ରି ଆର୍ଶୀବାଦରୁ କିଛିଦିନ ପରେ ଚାକିରିରେ ପଦନ୍ନୋତି ପାଇ କିଛି ଅଧିକା ଦରମା ପାଇଲି। ତା’ପରେ ବୋଉ ପାଇଁ ଗୋଟେ ଶାଢି ଓ ବାପାଙ୍କ ପାଇଁ ଲୁଙ୍ଗି, ଟାଓ୍ବେଲ୍‌ କିଣି ତାଙ୍କୁ ଉପହାର ଦେଇଥିଲି; ସେମାନେ ବହୁତ ଖୁସି ହୋଇଥିଲେ। ପରେ ବିବାହ କରି ଘର ସଂସାର କଲି। ଆଉ ତା’ରି ଭିତରୁ ସମୟ ବାହର କରି ଓଡ଼ିଆରେ ଏମ୍‌.ଏ ଓ ଲ’ ମଧ୍ୟ ପଢିଲି। ଏବେ ମୁଁ ଘୁମୁସର ବନ ବିଭାଗରେ ସେକ୍ସନ ଅଫିସର୍‌ ଭାବେ କାର୍ଯ୍ୟରତ। ଆପାତତଃ ଭଲରେ ଚଳୁଛି। ତା’ସହିତ ଲେଖାଲେଖିରେ ରୁଚି ଥିବାରୁ କିଛି କବିତା ମଧ୍ୟ ଲେଖିଛି। ଲେଖିବାର ଧାରା କଲେଜ ପଢାବେଳୁ ଆରମ୍ଭ ହୋଇଛି। ୟା’ଭିତରେ ‘ଅନ୍ତହୀନ ଅନ୍ତର୍ଦାହ’, ‘ଛାଇ’, ‘ଢେଉ ସାମ୍ନାରେ’ ଶୀର୍ଷକ ୩ଟି କବିତା ସଂକଳନ ମୋର ପ୍ରକାଶ ପାଇସାରିଛି। ତା’ସହିତ ବନ ଚେତନା ସମ୍ପର୍କିତ ପ୍ରବନ୍ଧ ତଥ୍ୟ ଓ କବିତା ପୁସ୍ତକ ‘ବନ ସାଥୀ’ ବି ପ୍ରକାଶ ପାଇ ଅନେକ ପାଠକୀୟ ପ୍ରଶଂସା ପାଇଛି। ସେହିପରି ‘ଭକ୍ତି ନୈବେଦ୍ୟ’ ଶୀର୍ଷକ ଏକ ଜଣାଣ ଗୀତି ସଂକଳନ ବି ମୋର ରହିଛି। ତଥାପି ଲେଖାର ଅନ୍ତ ନାହିଁ କି ତୃଷ୍ଣା ମେଣ୍ଟି ନାହିଁ। ଏବେ ବି ଲେଖା ଜାରି ରହିଛି। ଏଥିସହିତ ଏକ ଐତିହ୍ୟ ସଂସ୍କୃତି ଭାଷା ସଂଗଠନ କରିଛି ଏବଂ ଦନ୍ତପୁର ଐତିହ୍ୟ ସଂସ୍କୃତି ଉପରେ ମଧ୍ୟ ଗବେଷଣା କରୁଛି। ଏତେ ସବୁ ଖୁସି ଭିତରେ ବି ଗୋଟେ ଦୁଃଖର ବିଷୟ ହେଉଛି ଯେ, ଏବେ ମୋ ପାଖରେ ଆଉ ମୋ ବୋଉ ନାହିଁ। ତା’ର ସେହି ମମତାଭରା ପଣନକାନିକୁ ଭାରି ଝୁରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?