ବୋଉକୁ ଛେନାପୋଡ଼ ଖୁଆଇଥିଲି

ଜଗତ୍‌ସିଂହପୁର ଜିଲା ବିଓଁଳ ଗାଁର ଏକ ନିମ୍ନମଧ୍ୟବିତ୍ତ ପରିବାରରେ ମୋ ଜନ୍ମ। ଆମର ଥାଏ ଅଳ୍ପ କିଛି ଚାଷଜମି। ଚାଷ ଓ ଛୋଟମୋଟ ବ୍ୟବସାୟରୁ ବାପା ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ଆଉ ତାରି ଭିତରୁ କିଛି ସଞ୍ଚୟ କରି ବାପା ମୋ ଦୁଇ ଭଉଣୀଙ୍କର ବାହାଘର ମଧ୍ୟ କରିଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ ମୋର ସପ୍ତମ ପଢ଼ା ସରିଲାବେଳକୁ ବାପାଙ୍କର ଦେହ ଖରାପ ହେଲା ଆଉ ସିଏ ଆରପାରିକୁ ଚାଲିଗଲେ। ଘରର ସବୁ ଦାୟିତ୍ୱ ବୋଉକୁ ବୁଝିବାକୁ ପଡ଼ିଲା। ଭଲ ପଢୁଥିବାରୁ ମୋତେ ବ୍ଲକସ୍ତରୀୟ ଗ୍ରାମାଞ୍ଚଳ ଜାତୀୟ ମେଧାବୃତ୍ତି ମିଳିଲା ଆଉ ମୁଁ ଶ୍ରୀଗୋପାଳଜୀଉ ହାଇସ୍କୁଲ୍‌ରେ ପଢ଼ିବାକୁ ଗଲି। ସେଠାରେ ରହିବା, ଖାଇବା ଏବଂ ବହିପତ୍ର ଖର୍ଚ୍ଚ ସବୁ ପ୍ରାୟ ବୃତ୍ତି ଟଙ୍କାରେ ଚଳିଯାଉଥିଲା। କେବେକେବେ ଯଦି ୫ କି ୧୦ ଟଙ୍କା ବଳି ପଡୁଥିଲା, ତାକୁ ନେଇ ବୋଉ ହାତରେ ଦେବା ମୋର କର୍ତ୍ତବ୍ୟ ବୋଲି ମୁଁ ସେବେଠାରୁ ଭାବି ନେଇଥିଲି। ତା’ସହିତ କେମିତି ଭଲ ପାଠ ପଢ଼ି ନିଜ ଗୋଡ଼ରେ ନିଜେ ଠିଆହେବି ସେଥିପାଇଁ ଆପ୍ରାଣ ଚେଷ୍ଟା ବି କରୁଥିଲି। ବୋଉ ମଧ୍ୟ ସବୁବେଳେ ଆଶା ଓ ବିଶ୍ୱାସର ରାହାରେ ଚାଲିବାକୁ ପ୍ରେରଣା ଦେଉଥିଲା। ଏମିତି ଏମିତିରେ ସ୍କୁଲ୍‌ ପଢ଼ା ସାରି ରେଭେନ୍‌ଶା କଲେଜରେ ବିଜ୍ଞାନରେ ଇଣ୍ଟରମେଡିଏଟ୍‌ ପାସ୍‌ କଲି। ରାଜ୍ୟ ବାହାରେ ବିଭିନ୍ନ ଉଚ୍ଚ ଶ୍ରେଣୀୟ ସଂସ୍ଥାନରେ ଗ୍ରାଜୁଏଶନ୍‌ କରିବା ପାଇଁ ବିବେଚିତ ହୋଇଥିଲେ ବି ବୋଉକୁ ଛାଡ଼ି ଅନ୍ୟ ରାଜ୍ୟରେ ଯାଇ ପଢ଼ିବାକୁ ଇଚ୍ଛା କରି ନଥିଲି। ଦୁର୍ବଳ ଆର୍ଥିକ ଅବସ୍ଥା ବି ଏହାର ଅନ୍ୟତମ କାରଣ ଥିଲା। ଯାହାବି ହେଉ ଭୁବନେଶ୍ୱରରେ ରହି ସ୍ନାତକ ପଢ଼ା ସାରିଲି। ତା’ପରେ ସ୍ନାତକୋତ୍ତର ପାଇଁ ଆଡ୍‌ମିଶନ ନେଲି। କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ ଅଧାରୁ ପାଠପଢ଼ା ଛାଡି ଚାକିରି ପାଇଁ ବିଭିନ୍ନ ଇଣ୍ଟରଭ୍ୟୁ ଦେବାକୁ ଲାଗିଲି। ଭାଗ୍ୟକୁ ଓଡ଼ିଶା ସରକାରଙ୍କ ଅଧୀନରେ ସମ୍ପ୍ରସାରଣ ଅଧିକାରୀ ଭାବେ ମୋତେ ଫୁଲବାଣୀର ଚାରିଛକ ବ୍ଲକରେ ନିଯୁକ୍ତି ମିଳିଗଲା। ହେଲେ ଉଚ୍ଚପଦସ୍ଥ ଅଫିସର୍‌ଙ୍କ ଅବିଚାରରେ ବା ଭୁଲ୍‌ ନିର୍ଦ୍ଦେଶର ପ୍ରତିବାଦରେ ମାତ୍ର ୩ ମାସ ଭିତରେ ମୋତେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘରକୁ ବଦଳି କରିଦିଆଗଲା। ବେଲଘରକୁ ଅଫିସର୍‌ମାନଙ୍କୁ ଦଣ୍ଡଦେବା ପାଇଁ ବଦଳି କରାଯାଏ ବୋଲି ସେତେବେଳେ ଅନେକଙ୍କଠାରୁ ଶୁଣିବାକୁ ପାଇଥିଲି। କାରଣ ସେଠାକାର ରାସ୍ତାଘାଟ ସେତେ ଉନ୍ନତ ନଥିଲା। ପାଦେ ପାଦେ ବିପଦକୁ ସାମ୍ନା କରିବାକୁ ପଡୁଥିଲା। ତେଣୁ ବାଧ୍ୟ ହୋଇ କିଛିଦିନ ପରେ ସେ ଚାକିରି ଛାଡି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜଏନ୍‌ କରିଗଲି। ତେବେ ପ୍ରଥମ ଚାକିରିର ପ୍ରଥମ ମାସର ଦରମା ୫୪୦ଟଙ୍କା ଯେବେ ପାଇଥିଲି, ସଙ୍ଗେ ସଙ୍ଗେ ନୟାଗଡ଼ରୁ ଛେନାପୋଡ଼ କିଣି ଗାଁରେ ବୋଉ ପାଖରେ ଯାଇ ପହଞ୍ଚତ୍ଥିଲି। ଛେନାପୋଡ଼ ବୋଉର ଭାରି ପ୍ରିୟ ଥିଲା। ଏତେଦିନ ପରେ ପୁଅକୁ ଦେଖୁଥିବାରୁ ତା’ ଆଖିରୁ ଖୁସିରେ ଲୁହ ବୋହି ପଡୁଥିଲା। ଲୁହ ପୋଛି ବୋଉକୁ ଛେନାପୋଡ଼ ଖାଇବାକୁ ଦେଲି ଆଉ ତା’ ହାତରେ ୫୦୦ ଟଙ୍କା ଧରେଇ କହିଲି, ‘ଏଇଟା ରଖ, ତୋ ପୁଅର ପ୍ରଥମ ଦରମା’। ବୋଉ କିଛି କହୁ ନଥିଲେ ବି ତା’ ମୁହଁରୁ ଦୁଃଖ ଆଉ ସୁଖର ମିଶାମିଶି ପ୍ରତିକ୍ରିୟା ସ୍ପଷ୍ଟ ବାରି ହୋଇ ପଡୁଥିଲା। ଆଉ ତା’ରି ଆଶୀର୍ବାଦ ଯୋଗୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ବିଭିନ୍ନ ରାଜ୍ୟରେ ଉଚ୍ଚ ପଦପଦବୀରେ କାମ କରି ଶେଷରେ ଏଇ କିଛି ବର୍ଷ ତଳେ ଚାକିରିରୁ ଅବସର ନେଇଛି। ଆଉ ଏବେ ବିଜ୍‌ନେସ୍‌ କରେସ୍ପଣ୍ଡେଣ୍ଟ ରିସୋର୍ସ କାଉନ୍‌ସିଲ୍‌ (ବି.ସି.ଆର୍‌.ସି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପେ ନୂଆଦିଲ୍ଲୀରେ ଅବସ୍ଥାପିତ । ତା’ସହିତ କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟର ବିତ୍ତୀୟ ସେବା ବିଭାଗର ଏକ କମିଟିର ସଦସ୍ୟ ମଧ୍ୟ ଅଛି। ଏହାଛଡ଼ା କ୍ଷୁଦ୍ର ଗଳ୍ପ, କବିତା ଲେଖିବାରେ ବି ରୁଚି ରହିଛି। ‘କ୍ଳାନ୍ତ ଅପରାହ୍ନର ପ୍ରତିଶ୍ରୁତି’ ହେଉଛି ମୋର ପ୍ରଥମ କବିତା ସଂକଳନ। ତା’ସହିତ ବିଶ୍ୱକବି ଶ୍ରୀ ରବୀନ୍ଦ୍ରନାଥ ଟାଗୋରଙ୍କ ବଙ୍ଗଳା କବିତା ସଂକଳନ ‘ଗୀତାଞ୍ଜଳି’ରୁ ୧୫୨ଟି କବିତା ଅନୁବାଦ କରି ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ଏହାଛଡ଼ା ଜଣେ ଗୀତିକାର ହିସାବରେ ଅନେକ ଭଜନ ଓ ଦେଶାତ୍ମବୋଧକ ଗୀତ ମଧ୍ୟ ମୁଁ ଲେଖିଛି; ଯାହାକୁ ଓଡ଼ିଶାର ବହୁ ନାମୀଦାମୀ କଣ୍ଠଶିଳ୍ପୀ ଗାଇଛନ୍ତି ଏବଂ ଏହା ଶ୍ରୋତାଙ୍କ ଦ୍ୱାରା ଆଦୃତିଲାଭ କରିପାରିଛି। ଜଗତ୍‌ସିଂହପୁର ଜିଲା ବିଓଁଳ ଗାଁର ଏକ ନିମ୍ନମଧ୍ୟବିତ୍ତ ପରିବାରରେ ମୋ ଜନ୍ମ। ଆମର ଥାଏ ଅଳ୍ପ କିଛି ଚାଷଜମି। ଚାଷ ଓ ଛୋଟମୋଟ ବ୍ୟବସାୟରୁ ବାପା ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ଆଉ ତାରି ଭିତରୁ କିଛି ସଞ୍ଚୟ କରି ବାପା ମୋ ଦୁଇ ଭଉଣୀଙ୍କର ବାହାଘର ମଧ୍ୟ କରିଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ ମୋର ସପ୍ତମ ପଢ଼ା ସରିଲାବେଳକୁ ବାପାଙ୍କର ଦେହ ଖରାପ ହେଲା ଆଉ ସିଏ ଆରପାରିକୁ ଚାଲିଗଲେ। ଘରର ସବୁ ଦାୟିତ୍ୱ ବୋଉକୁ ବୁଝିବାକୁ ପଡ଼ିଲା। ଭଲ ପଢୁଥିବାରୁ ମୋତେ ବ୍ଲକସ୍ତରୀୟ ଗ୍ରାମାଞ୍ଚଳ ଜାତୀୟ ମେଧାବୃତ୍ତି ମିଳିଲା ଆଉ ମୁଁ ଶ୍ରୀଗୋପାଳଜୀଉ ହାଇସ୍କୁଲ୍‌ରେ ପଢ଼ିବାକୁ ଗଲି। ସେଠାରେ ରହିବା, ଖାଇବା ଏବଂ ବହିପତ୍ର ଖର୍ଚ୍ଚ ସବୁ ପ୍ରାୟ ବୃତ୍ତି ଟଙ୍କାରେ ଚଳିଯାଉଥିଲା। କେବେକେବେ ଯଦି ୫ କି ୧୦ ଟଙ୍କା ବଳି ପଡୁଥିଲା, ତାକୁ ନେଇ ବୋଉ ହାତରେ ଦେବା ମୋର କର୍ତ୍ତବ୍ୟ ବୋଲି ମୁଁ ସେବେଠାରୁ ଭାବି ନେଇଥିଲି। ତା’ସହିତ କେମିତି ଭଲ ପାଠ ପଢ଼ି ନିଜ ଗୋଡ଼ରେ ନିଜେ ଠିଆହେବି ସେଥିପାଇଁ ଆପ୍ରାଣ ଚେଷ୍ଟା ବି କରୁଥିଲି। ବୋଉ ମଧ୍ୟ ସବୁବେଳେ ଆଶା ଓ ବିଶ୍ୱାସର ରାହାରେ ଚାଲିବାକୁ ପ୍ରେରଣା ଦେଉଥିଲା। ଏମିତି ଏମିତିରେ ସ୍କୁଲ୍‌ ପଢ଼ା ସାରି ରେଭେନ୍‌ଶା କଲେଜରେ ବିଜ୍ଞାନରେ ଇଣ୍ଟରମେଡିଏଟ୍‌ ପାସ୍‌ କଲି। ରାଜ୍ୟ ବାହାରେ ବିଭିନ୍ନ ଉଚ୍ଚ ଶ୍ରେଣୀୟ ସଂସ୍ଥାନରେ ଗ୍ରାଜୁଏଶନ୍‌ କରିବା ପାଇଁ ବିବେଚିତ ହୋଇଥିଲେ ବି ବୋଉକୁ ଛାଡ଼ି ଅନ୍ୟ ରାଜ୍ୟରେ ଯାଇ ପଢ଼ିବାକୁ ଇଚ୍ଛା କରି ନଥିଲି। ଦୁର୍ବଳ ଆର୍ଥିକ ଅବସ୍ଥା ବି ଏହାର ଅନ୍ୟତମ କାରଣ ଥିଲା। ଯାହାବି ହେଉ ଭୁବନେଶ୍ୱରରେ ରହି ସ୍ନାତକ ପଢ଼ା ସାରିଲି। ତା’ପରେ ସ୍ନାତକୋତ୍ତର ପାଇଁ ଆଡ୍‌ମିଶନ ନେଲି। କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ ଅଧାରୁ ପାଠପଢ଼ା ଛାଡି ଚାକିରି ପାଇଁ ବିଭିନ୍ନ ଇଣ୍ଟରଭ୍ୟୁ ଦେବାକୁ ଲାଗିଲି। ଭାଗ୍ୟକୁ ଓଡ଼ିଶା ସରକାରଙ୍କ ଅଧୀନରେ ସମ୍ପ୍ରସାରଣ ଅଧିକାରୀ ଭାବେ ମୋତେ ଫୁଲବାଣୀର ଚାରିଛକ ବ୍ଲକରେ ନିଯୁକ୍ତି ମିଳିଗଲା। ହେଲେ ଉଚ୍ଚପଦସ୍ଥ ଅଫିସର୍‌ଙ୍କ ଅବିଚାରରେ ବା ଭୁଲ୍‌ ନିର୍ଦ୍ଦେଶର ପ୍ରତିବାଦରେ ମାତ୍ର ୩ ମାସ ଭିତରେ ମୋତେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘରକୁ ବଦଳି କରିଦିଆଗଲା। ବେଲଘରକୁ ଅଫିସର୍‌ମାନଙ୍କୁ ଦଣ୍ଡଦେବା ପାଇଁ ବଦଳି କରାଯାଏ ବୋଲି ସେତେବେଳେ ଅନେକଙ୍କଠାରୁ ଶୁଣିବାକୁ ପାଇଥିଲି। କାରଣ ସେଠାକାର ରାସ୍ତାଘାଟ ସେତେ ଉନ୍ନତ ନଥିଲା। ପାଦେ ପାଦେ ବିପଦକୁ ସାମ୍ନା କରିବାକୁ ପଡୁଥିଲା। ତେଣୁ ବାଧ୍ୟ ହୋଇ କିଛିଦିନ ପରେ ସେ ଚାକିରି ଛାଡି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜଏନ୍‌ କରିଗଲି। ତେବେ ପ୍ରଥମ ଚାକିରିର ପ୍ରଥମ ମାସର ଦରମା ୫୪୦ଟଙ୍କା ଯେବେ ପାଇଥିଲି, ସଙ୍ଗେ ସଙ୍ଗେ ନୟାଗଡ଼ରୁ ଛେନାପୋଡ଼ କିଣି ଗାଁରେ ବୋଉ ପାଖରେ ଯାଇ ପହଞ୍ଚତ୍ଥିଲି। ଛେନାପୋଡ଼ ବୋଉର ଭାରି ପ୍ରିୟ ଥିଲା। ଏତେଦିନ ପରେ ପୁଅକୁ ଦେଖୁଥିବାରୁ ତା’ ଆଖିରୁ ଖୁସିରେ ଲୁହ ବୋହି ପଡୁଥିଲା। ଲୁହ ପୋଛି ବୋଉକୁ ଛେନାପୋଡ଼ ଖାଇବାକୁ ଦେଲି ଆଉ ତା’ ହାତରେ ୫୦୦ ଟଙ୍କା ଧରେଇ କହିଲି, ‘ଏଇଟା ରଖ, ତୋ ପୁଅର ପ୍ରଥମ ଦରମା’। ବୋଉ କିଛି କହୁ ନଥିଲେ ବି ତା’ ମୁହଁରୁ ଦୁଃଖ ଆଉ ସୁଖର ମିଶାମିଶି ପ୍ରତିକ୍ରିୟା ସ୍ପଷ୍ଟ ବାରି ହୋଇ ପଡୁଥିଲା। ଆଉ ତା’ରି ଆଶୀର୍ବାଦ ଯୋଗୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ବିଭିନ୍ନ ରାଜ୍ୟରେ ଉଚ୍ଚ ପଦପଦବୀରେ କାମ କରି ଶେଷରେ ଏଇ କିଛି ବର୍ଷ ତଳେ ଚାକିରିରୁ ଅବସର ନେଇଛି। ଆଉ ଏବେ ବିଜ୍‌ନେସ୍‌ କରେସ୍ପଣ୍ଡେଣ୍ଟ ରିସୋର୍ସ କାଉନ୍‌ସିଲ୍‌ (ବି.ସି.ଆର୍‌.ସି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପେ ନୂଆଦିଲ୍ଲୀରେ ଅବସ୍ଥାପିତ । ତା’ସହିତ କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟର ବିତ୍ତୀୟ ସେବା ବିଭାଗର ଏକ କମିଟିର ସଦସ୍ୟ ମଧ୍ୟ ଅଛି। ଏହାଛଡ଼ା କ୍ଷୁଦ୍ର ଗଳ୍ପ, କବିତା ଲେଖିବାରେ ବି ରୁଚି ରହିଛି। ‘କ୍ଳାନ୍ତ ଅପରାହ୍ନର ପ୍ରତିଶ୍ରୁତି’ ହେଉଛି ମୋର ପ୍ରଥମ କବିତା ସଂକଳନ। ତା’ସହିତ ବିଶ୍ୱକବି ଶ୍ରୀ ରବୀନ୍ଦ୍ରନାଥ ଟାଗୋରଙ୍କ ବଙ୍ଗଳା କବିତା ସଂକଳନ ‘ଗୀତାଞ୍ଜଳି’ରୁ ୧୫୨ଟି କବିତା ଅନୁବାଦ କରି ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ଏହାଛଡ଼ା ଜଣେ ଗୀତିକାର ହିସାବରେ ଅନେକ ଭଜନ ଓ ଦେଶାତ୍ମବୋଧକ ଗୀତ ମଧ୍ୟ ମୁଁ ଲେଖିଛି; ଯାହାକୁ ଓଡ଼ିଶାର ବହୁ ନାମୀଦାମୀ କଣ୍ଠଶିଳ୍ପୀ ଗାଇଛନ୍ତି ଏବଂ ଏହା ଶ୍ରୋତାଙ୍କ ଦ୍ୱାରା ଆଦୃତିଲାଭ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri