Posted inଫୁରସତ

ଦରମା ଟଙ୍କାରେ ଘରଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି: ଅନ୍ନଦା ପ୍ରଭା ରାୟ

ମୋର ଜନ୍ମ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋ ଅଞ୍ଚଳରେ। ତମାଣ୍ଡୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିବା ପରେ ବିଜେବି କଲେଜରେ ପଢିଥିଲି। ସେଠାରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ସାରି ଏମ୍‌ସିଏ କଲି। ଏହାପରେ ହାଇଦ୍ରାବାଦସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ସଫ୍ଟୱେର ଡେଭ୍‌ଲପର୍‌ ଭାବେ ଜଏନ୍‌ କଲି। ସେଠାରେ ମୋତେ ଦଶ ହଜାର ଟଙ୍କା ଦରମା ମିଳିଲା। ଛଅ ଭାଇଭଉଣୀ (ଚାରି ଭଉଣୀ ଓ ଦୁଇ ଭାଇ) ଭିତରେ ମୁଁ ଥିଲି ସବା ସାନ। ଘରର ସେମିତି କିଛି ଦାୟିତ୍ୱ ବି ମୋ ଉପରେ ନ ଥିଲା। ତେଣୁ ଛୁଟିରେ ଯେତେବେଳେ ଘରକୁ ଆସିଲି ପ୍ରଥମ ଦରମା ଟଙ୍କାରେ ସମସ୍ତଙ୍କ ପାଇଁ କିଛି ନା କିଛି ଗିଫ୍ଟ ନେଇକି ଆସିଥିଲି। ତା’ସହିତ ଠାକୁରଙ୍କ ପାଖେ ଭୋଗ କରିବାକୁ ବୋଉ ହାତରେ କିଛି ଟଙ୍କା ବି ଦେଇଥିଲି। ଘରଠାରୁ ଏତେ ଦୂରରେ ରହି ଚାକିରି କରିବାକୁ ଭଲ ନ ଲାଗିବାରୁ ୬ମାସ ପରେ ସେଠାରୁ ଚାକିରି ଛାଡି ଭୁବନେଶ୍ୱରସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ଯୋଗ ଦେଲି। ପାଖାପାଖି ୨ବର୍ଷ ଏଠି କାମ କରିବା ପରେ ମୋ ବାହାଘର ହେଲା। ଶାଶୁଘର ବାଲେଶ୍ୱରରେ ହୋଇଥିବାରୁ ପୁଣି ଚାକିରି ଛାଡ଼ିବାକୁ ପଡ଼ିଲା। ହେଲେ କିଛିଦିନ ପରେ ସମସ୍ତଙ୍କ ଅନୁମତି କ୍ରମେ ମୁଁ ପୁନର୍ବାର ଚାକିରି କରିବାକୁ ମନସ୍ଥ କରି ରିଜିଓନାଲ୍‌ କଲେଜ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ କମ୍ପ୍ୟୁଟର୍‌ ସାଇନ୍ସର ଅଧ୍ୟାପିକା ଭାବେ ଯୋଗଦେଲି। ଏବେ ବି ମୁଁ ସେଠାରେ କାର୍ଯ୍ୟରତ। ତେବେ ଅଧ୍ୟାପନା ବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା କରିବା ତଥା ଅଭିନୟ କ୍ଷେତ୍ରରେ ମଧ୍ୟ ମୋର ବିଶେଷ ରୁଚି ରହିଛି। କାରଣ ପିଲାଟି ଦିନରୁ ସ୍କୁଲ ଫଙ୍କ୍‌ସନ୍‌ରେ ନାଚି, ଅଭିନୟ କରି ମୁଁ ଅନେକ ପୁରସ୍କାର ପାଇଥିଲି। ଇଚ୍ଛା ଥିଲା ଏହି ଲାଇନ୍‌ରେ କ୍ୟାରିୟର କରିବି ବୋଲି। ହେଲେ ପାଠପଢା, ଚାକିରି ଆଉ ଘର ଜଞ୍ଜାଳ ଭିତରେ ଏଥିପ୍ରତି ଧ୍ୟାନ ଦେଇ ପାରି ନଥିଲି। ହଠାତ୍‌ ଏକ ସୁଯୋଗ ଦୂରଦର୍ଶନ ମୋତେ ଆଣିଦେଲା। ସେତେବେଳେ ଦୂରଦର୍ଶନ ତରଫରୁ ‘ଆମ ରୋଷେଇ’ କାର୍ଯ୍ୟକ୍ରମ ପାଇଁ ଉପସ୍ଥାପିକା ଆବଶ୍ୟକ ବୋଲି ଏକ ବିଜ୍ଞାପନ ବାହାରିଥିଲା। ମୁଁ ସେହି ବିଜ୍ଞାପନ ଦେଖି ଅଡିସନ୍‌ ଦେଲି ଆଉ ସେଥିରେ ସିଲେକ୍ଟ ବି ହେଲି। ବାସ୍‌ ତା’ପରଠୁ ମୋତେ ଗୋଟେ ପରେ ଗୋଟେ ସୁଯୋଗ ମିଳି ଚାଲିଲା। ‘ଆମ ରୋଷେଇ’ ପରେ ଦୂରଦର୍ଶନର ‘ସଞ୍ଜୀବନୀ’ କାର୍ଯ୍ୟକ୍ରମର ବି ଉପସ୍ଥାପନା କଲି। ଏଥିସହିତ ବିଭିନ୍ନ ଘରୋଇ ଚ୍ୟାନେଲ୍‌ ତରଫରୁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମଧ୍ୟ ଉପସ୍ଥାପନା କରିଥିଲି। କେବଳ ସେତିକି ନୁହେଁ ୟା’ଭିତରେ ଦୂରଦର୍ଶନ ତରଫରୁ ପ୍ରାୟ ୭/୮ଟି ତଥା ଅନ୍ୟ ଘରୋଇ ଚ୍ୟାନେଲ ତରଫରୁ ହାତଗଣତି କେତୋଟି ଡକ୍ୟୁମେଣ୍ଟାରୀ ଫିଲ୍ମରେ ମଧ୍ୟ ମୁଁ ଅଭିନୟ କରିସାରିଲିଣି। ଏସବୁବାଦ୍‌ ମୋ ଝିଅ ଆଲିଶା ନାମରେ ୨୦୧୭ରୁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଢି ବିଭିନ୍ନ ସମାଜମଙ୍ଗଳ କାର୍ଯ୍ୟରେ ବି ନିଜକୁ ସାମିଲ କରିପାରିଛି। ବିଶେଷକରି ଏହି ଅନୁଷ୍ଠାନ ପ୍ରତିବର୍ଷ ଜୁଲାଇ ମାସର ଶେଷ ରବିବାର ଦିନ ପଚାଶ ବର୍ଷର ସୁଖୀ ଦାମ୍ପତ୍ୟ ଅତିବାହିତ କରିଥିବା ଦମ୍ପତିମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କର ୫୦ତମ ବିବାହ ବାର୍ଷିକୀ ପାଳନ କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବାର ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି। ଏଥିସହିତ ୨୦୧୮ରୁ ପ୍ରତି ଶିଶୁଦିବସ ଦିନ ‘ମନେପଡ଼େ ପିଲାଦିନ’ ନାମରେ ଏକ ନିଆରା କାର୍ଯ୍ୟକ୍ରମ ବି ଉକ୍ତ ଅନୁଷ୍ଠାନ କରିଆସୁଛି। ଏଥିରେ ମୁଖ୍ୟତଃ ୫୦/୬୦ ବର୍ଷର ବୃଦ୍ଧାବୃଦ୍ଧ ଓ ତାଙ୍କର ଗୁରୁଙ୍କୁ ଆମନ୍ତ୍ରିତ କରାଯାଇ ସେମାନଙ୍କ ମଧ୍ୟରେ ଥିବା ପୁରୁଣା ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିବାର ଉଦ୍ୟମ କରାଯାଉଛି। ଏହାଛଡ଼ା ବର୍ଷର ବିଭିନ୍ନ ସମୟରେ ଅନାଥାଶ୍ରମ, ବୃଦ୍ଧାଶ୍ରମ ତଥା ବସ୍ତି ଅଞ୍ଚଳକୁ ଯାଇ ସେମାନଙ୍କୁ ଖାଦ୍ୟ, ବସ୍ତ୍ର ବାଣ୍ଟିବା ସହ ସେମାନଙ୍କର ଭଲମନ୍ଦ କଥା ବି ଏହି ଅନୁଷ୍ଠାନ ବୁଝୁଛି। ତେଣୁ ଏହି ଅନୁଷ୍ଠାନ ମାଧ୍ୟମରେ ସମାଜର କିଛି ହିତ ସାଧନ କରିବାର ସୁଯୋଗ ମୋତେ ମିଳିଥିବାରୁ ଖୁବ୍‌ ଆତ୍ମଶାନ୍ତି ପାଇପାରୁଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?