Posted inଫୁରସତ

ଦରମା ଟଙ୍କାରେ ଘରଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି: ଅନ୍ନଦା ପ୍ରଭା ରାୟ

ମୋର ଜନ୍ମ ଭୁବନେଶ୍ୱର ଉପକଣ୍ଠସ୍ଥ ତମାଣ୍ଡୋ ଅଞ୍ଚଳରେ। ତମାଣ୍ଡୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିବା ପରେ ବିଜେବି କଲେଜରେ ପଢିଥିଲି। ସେଠାରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ସାରି ଏମ୍‌ସିଏ କଲି। ଏହାପରେ ହାଇଦ୍ରାବାଦସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ସଫ୍ଟୱେର ଡେଭ୍‌ଲପର୍‌ ଭାବେ ଜଏନ୍‌ କଲି। ସେଠାରେ ମୋତେ ଦଶ ହଜାର ଟଙ୍କା ଦରମା ମିଳିଲା। ଛଅ ଭାଇଭଉଣୀ (ଚାରି ଭଉଣୀ ଓ ଦୁଇ ଭାଇ) ଭିତରେ ମୁଁ ଥିଲି ସବା ସାନ। ଘରର ସେମିତି କିଛି ଦାୟିତ୍ୱ ବି ମୋ ଉପରେ ନ ଥିଲା। ତେଣୁ ଛୁଟିରେ ଯେତେବେଳେ ଘରକୁ ଆସିଲି ପ୍ରଥମ ଦରମା ଟଙ୍କାରେ ସମସ୍ତଙ୍କ ପାଇଁ କିଛି ନା କିଛି ଗିଫ୍ଟ ନେଇକି ଆସିଥିଲି। ତା’ସହିତ ଠାକୁରଙ୍କ ପାଖେ ଭୋଗ କରିବାକୁ ବୋଉ ହାତରେ କିଛି ଟଙ୍କା ବି ଦେଇଥିଲି। ଘରଠାରୁ ଏତେ ଦୂରରେ ରହି ଚାକିରି କରିବାକୁ ଭଲ ନ ଲାଗିବାରୁ ୬ମାସ ପରେ ସେଠାରୁ ଚାକିରି ଛାଡି ଭୁବନେଶ୍ୱରସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ଯୋଗ ଦେଲି। ପାଖାପାଖି ୨ବର୍ଷ ଏଠି କାମ କରିବା ପରେ ମୋ ବାହାଘର ହେଲା। ଶାଶୁଘର ବାଲେଶ୍ୱରରେ ହୋଇଥିବାରୁ ପୁଣି ଚାକିରି ଛାଡ଼ିବାକୁ ପଡ଼ିଲା। ହେଲେ କିଛିଦିନ ପରେ ସମସ୍ତଙ୍କ ଅନୁମତି କ୍ରମେ ମୁଁ ପୁନର୍ବାର ଚାକିରି କରିବାକୁ ମନସ୍ଥ କରି ରିଜିଓନାଲ୍‌ କଲେଜ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ କମ୍ପ୍ୟୁଟର୍‌ ସାଇନ୍ସର ଅଧ୍ୟାପିକା ଭାବେ ଯୋଗଦେଲି। ଏବେ ବି ମୁଁ ସେଠାରେ କାର୍ଯ୍ୟରତ। ତେବେ ଅଧ୍ୟାପନା ବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା କରିବା ତଥା ଅଭିନୟ କ୍ଷେତ୍ରରେ ମଧ୍ୟ ମୋର ବିଶେଷ ରୁଚି ରହିଛି। କାରଣ ପିଲାଟି ଦିନରୁ ସ୍କୁଲ ଫଙ୍କ୍‌ସନ୍‌ରେ ନାଚି, ଅଭିନୟ କରି ମୁଁ ଅନେକ ପୁରସ୍କାର ପାଇଥିଲି। ଇଚ୍ଛା ଥିଲା ଏହି ଲାଇନ୍‌ରେ କ୍ୟାରିୟର କରିବି ବୋଲି। ହେଲେ ପାଠପଢା, ଚାକିରି ଆଉ ଘର ଜଞ୍ଜାଳ ଭିତରେ ଏଥିପ୍ରତି ଧ୍ୟାନ ଦେଇ ପାରି ନଥିଲି। ହଠାତ୍‌ ଏକ ସୁଯୋଗ ଦୂରଦର୍ଶନ ମୋତେ ଆଣିଦେଲା। ସେତେବେଳେ ଦୂରଦର୍ଶନ ତରଫରୁ ‘ଆମ ରୋଷେଇ’ କାର୍ଯ୍ୟକ୍ରମ ପାଇଁ ଉପସ୍ଥାପିକା ଆବଶ୍ୟକ ବୋଲି ଏକ ବିଜ୍ଞାପନ ବାହାରିଥିଲା। ମୁଁ ସେହି ବିଜ୍ଞାପନ ଦେଖି ଅଡିସନ୍‌ ଦେଲି ଆଉ ସେଥିରେ ସିଲେକ୍ଟ ବି ହେଲି। ବାସ୍‌ ତା’ପରଠୁ ମୋତେ ଗୋଟେ ପରେ ଗୋଟେ ସୁଯୋଗ ମିଳି ଚାଲିଲା। ‘ଆମ ରୋଷେଇ’ ପରେ ଦୂରଦର୍ଶନର ‘ସଞ୍ଜୀବନୀ’ କାର୍ଯ୍ୟକ୍ରମର ବି ଉପସ୍ଥାପନା କଲି। ଏଥିସହିତ ବିଭିନ୍ନ ଘରୋଇ ଚ୍ୟାନେଲ୍‌ ତରଫରୁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମଧ୍ୟ ଉପସ୍ଥାପନା କରିଥିଲି। କେବଳ ସେତିକି ନୁହେଁ ୟା’ଭିତରେ ଦୂରଦର୍ଶନ ତରଫରୁ ପ୍ରାୟ ୭/୮ଟି ତଥା ଅନ୍ୟ ଘରୋଇ ଚ୍ୟାନେଲ ତରଫରୁ ହାତଗଣତି କେତୋଟି ଡକ୍ୟୁମେଣ୍ଟାରୀ ଫିଲ୍ମରେ ମଧ୍ୟ ମୁଁ ଅଭିନୟ କରିସାରିଲିଣି। ଏସବୁବାଦ୍‌ ମୋ ଝିଅ ଆଲିଶା ନାମରେ ୨୦୧୭ରୁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଢି ବିଭିନ୍ନ ସମାଜମଙ୍ଗଳ କାର୍ଯ୍ୟରେ ବି ନିଜକୁ ସାମିଲ କରିପାରିଛି। ବିଶେଷକରି ଏହି ଅନୁଷ୍ଠାନ ପ୍ରତିବର୍ଷ ଜୁଲାଇ ମାସର ଶେଷ ରବିବାର ଦିନ ପଚାଶ ବର୍ଷର ସୁଖୀ ଦାମ୍ପତ୍ୟ ଅତିବାହିତ କରିଥିବା ଦମ୍ପତିମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କର ୫୦ତମ ବିବାହ ବାର୍ଷିକୀ ପାଳନ କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବାର ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି। ଏଥିସହିତ ୨୦୧୮ରୁ ପ୍ରତି ଶିଶୁଦିବସ ଦିନ ‘ମନେପଡ଼େ ପିଲାଦିନ’ ନାମରେ ଏକ ନିଆରା କାର୍ଯ୍ୟକ୍ରମ ବି ଉକ୍ତ ଅନୁଷ୍ଠାନ କରିଆସୁଛି। ଏଥିରେ ମୁଖ୍ୟତଃ ୫୦/୬୦ ବର୍ଷର ବୃଦ୍ଧାବୃଦ୍ଧ ଓ ତାଙ୍କର ଗୁରୁଙ୍କୁ ଆମନ୍ତ୍ରିତ କରାଯାଇ ସେମାନଙ୍କ ମଧ୍ୟରେ ଥିବା ପୁରୁଣା ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିବାର ଉଦ୍ୟମ କରାଯାଉଛି। ଏହାଛଡ଼ା ବର୍ଷର ବିଭିନ୍ନ ସମୟରେ ଅନାଥାଶ୍ରମ, ବୃଦ୍ଧାଶ୍ରମ ତଥା ବସ୍ତି ଅଞ୍ଚଳକୁ ଯାଇ ସେମାନଙ୍କୁ ଖାଦ୍ୟ, ବସ୍ତ୍ର ବାଣ୍ଟିବା ସହ ସେମାନଙ୍କର ଭଲମନ୍ଦ କଥା ବି ଏହି ଅନୁଷ୍ଠାନ ବୁଝୁଛି। ତେଣୁ ଏହି ଅନୁଷ୍ଠାନ ମାଧ୍ୟମରେ ସମାଜର କିଛି ହିତ ସାଧନ କରିବାର ସୁଯୋଗ ମୋତେ ମିଳିଥିବାରୁ ଖୁବ୍‌ ଆତ୍ମଶାନ୍ତି ପାଇପାରୁଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri