Posted inଖେଳ

ଆଜି ପ୍ରଥମ ଦିନିକିଆ: ପେସ୍‌ ଆଟାକ୍‌ ଭାରତ ପାଇଁ ଚିନ୍ତାର କାରଣ

ଅକ୍‌ଲାଣ୍ଡ, ୪ା୧୧: ସ୍ଥାନୀୟ ଇଡେନ୍‌ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। କ୍ୟାରିୟରରେ ଅନ୍ତିମଥର ପାଇଁ ନ୍ୟୁଜିଲାଣ୍ଡ ଟୁର୍‌ କରିଥିବା ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର୍‌ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ। କିନ୍ତୁ ଭାରତର ଅନଭିଜ୍ଞ ବୋଲିଂ ଆକ୍ରମଣ ଯୋଗୁ ଘରୋଇ ନ୍ୟୁଜିଲାଣ୍ଡ ଏହି ସିରିଜ୍‌ରେ ଫାଇଦାରେ ରହିବ ବୋଲି ଆଶା କରାଯାଉଛି। ଯଶ୍‌ପ୍ରୀତ ବୁମ୍‌ରାଙ୍କୁ ଟେଷ୍ଟ ମ୍ୟାଚ୍‌ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ପାଇଁ କିଛି ସପ୍ତାହ ଲାଗିବ। ଏଥିଯୋଗୁ ଅଭିଜ୍ଞ ପେସର ମହମ୍ମଦ ସିରାଜଙ୍କୁ ଅତିରିକ୍ତ ବୋଝ ଉଠାଇବାକୁ ପଡ଼ିବ। ତାଙ୍କ ସହିତ ଦଳରେ ଅର୍ଶଦୀପ ସିଂ(୧୮), ଗୁରନୁର ବ୍ରାର (୯), ଅଂଶୁଲ କମ୍ବୋଜ ଓ ଅକିବ ନବି (ଗୋଟିଏ ଲେଖାଏ) ସ୍ଥାନ ପାଇଛନ୍ତି, ଯେଉଁମାନଙ୍କ ପାଖରେ ମିଳିତ ଭାବେ ୨୯ ଦିନିକିଆ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିଛି। ଦିନିକିଆ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ୧୫ ତାରିଖରେ ଖେଳାଯିବାକୁ ଥିବାବେଳେ ପ୍ରଥମ ଟେଷ୍ଟ ୧୯ରୁ ଓ୍ବେଲିଂଟନ୍‌ଠାରେ ଆରମ୍ଭ ହେବ, ଯାହାକି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଅଂଶବିଶେଷ। ଏଥିଯୋଗୁ ଭାରତ ତା’ର ଶ୍ରେଷ୍ଠ ଦଳ ସହ ଦିନିକିଆ ସିରିଜ୍‌ ଖେଳିପାରିବ ନାହିଁ। ଏପରିକି ଅଧିନାୟକ ଶୁବମନ ଗିଲ ମଧ୍ୟ ଅନ୍ତିମ ଦୁଇ ଦିନିକିଆ ଖେଳିବେ ନାହିଁ। ଯାହାଫଳରେ ତାଙ୍କୁ ଟେଷ୍ଟ ଲାଗି ପ୍ରସ୍ତୁତି କରିବାକୁ ସମୟ ମିଳିବ। ଏ ସମ୍ପର୍କରେ ଗିଲ କହିଛନ୍ତି, ଉଭୟ ଫର୍ମାଟ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୁର୍ଭାଗ୍ୟବଶତଃ, ଟେଷ୍ଟ ଦଳର ଅଂଶ ଥିବା କିଛି ଖେଳାଳି ଅନ୍ତିମ ଦୁଇ ଦିନିକିଆ ମିସ୍‌ କରିବେ। ଅଷ୍ଟ୍ରେଲିଆକୁ ହରାଇ ଦ. ଆଫ୍ରିକା ସିରିଜ୍‌ ଜିତିବାରୁ ଡବ୍ଲ୍ୟୁଟିସିରେ ଖୁବ୍‌ ରୋଚକ ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଟେଷ୍ଟ ସିରିଜ୍‌ରେ ଭଲ ଖେଳିବା ପରେ ଅଷ୍ଟ୍ରେଲିଆକୁ ହରାଇ ଆମେ ଫାଇନାଲ ଖେଳିବାକୁ ଆଶା ରଖିଛୁ। ଉଲ୍ଲେଖଯୋଗ୍ୟ, ଭାରତକୁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବା ପାଇଁ ବଳକା ୭ରୁ ୬ ମ୍ୟାଚ୍‌ ଜିତିବାକୁ ପଡ଼ିବ।
ଟିମ୍‌ କମ୍ବିନେଶନ
ଦିନିକିଆରେ ଭାରତର ଟପ୍‌ ୫ ପ୍ରାୟ ଧାର୍ଯ୍ୟ ଥାନ୍ତି। ରୋହିତ ଓ ଅଧିନାୟକ ଗିଲ ଓପ୍‌ନିଂ କରନ୍ତି, ନଂ.୩ରେ କୋହଲି, ନଂ-୪ରେ ଉପଅଧିନାୟକ ଶ୍ରେୟସ ଆୟାର ଓ ଉଇକେଟ୍‌କିପର ବ୍ୟାଟର ଲୋକେଶ ରାହୁଲ ନଂ.୫ରେ ଖେଳନ୍ତି। କେବଳ ପ୍ରଥମ ଦିନିକିଆ ପାଇଁ ଉପଲବ୍ଧ ଥିବା ଅଲରାଉଣ୍ଡର ଅକ୍ଷର ପଟେଲ ଓ ନୀତୀଶ କୁମାର ରେଡ୍ଡୀ ଷଷ୍ଠ ଓ ସପ୍ତମ କ୍ରମରେ ଖେଳିବେ। ହର୍ଷିତ ଉପଲବ୍ଧ ନ ଥିବାରୁ କମ୍ବୋଜଙ୍କ ବଡ଼ ଶଟ୍‌ ଖେଳିବାର ଦକ୍ଷତା କାରଣରୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ନଂ.୮ରେ ବ୍ୟବହାର କରିପାରେ। ପେସର ଭାବେ ସିରାଜଙ୍କ ସହିତ ଅର୍ଶଦୀପ ଓ ଗୁରନୁର ଖେଳିପାରନ୍ତି। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି କାରଣରୁ କୁଲଦୀପ ଯାଦବଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳୁନାହିଁ। କିନ୍ତୁ ୧୧ରୁ ୪୦ ପର୍ଯ୍ୟନ୍ତ ମିଡଲ ଓଭରରେ କୁଲଦୀପ ଏକ ଭଲ ଆଟାକିଂ ବିକଳ୍ପ ହୋଇପାରନ୍ତି। ହେଲେ ଇଡେନ୍‌ ପାର୍କର ସିଧା ବାଉଣ୍ଡ୍ରି ମାତ୍ର ୫୫ ମିଟର ଥିବାରୁ ଅତିରିକ୍ତ ସ୍ପିନରଙ୍କୁ ଖେଳାଇବା ସହଜ ହେବ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍‌ ପାଇଁ…

ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକ୍କା: କନଓ୍ବେ ବାଦ୍‌, ସିଫର୍ଟ ଖେଳିବେ

ଅକ୍‌ଲାଣ୍ଡ,୩ା୧୧: ଅକ୍‌ଲାଣ୍ଡ,୩ା୧୧: ସ୍ଥାନୀୟ ଇଡେନ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ…

ଟିମ୍ ଚୟନକୁ ନେଇ ମୁହଁ ଖୋଲିଲେ ଗିଲ୍, କହିଲେ ମୋ ହାତରେ ଥିଲେ….

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ ତାରିଖ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ…

ଫୁଟବଲ ଜଗତରେ ଶୋକର ଛାୟ, ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ରେ ଚାଲିଗଲା ଖେଳାଳିଙ୍କ ଜୀବନ

ମାଡ୍ରିଡ୍‌,୩ା୧୧: ସ୍ପାନିଶ ଫୁଟବଲରେ ମଙ୍ଗଳବାର ଶୋକର ଛାୟା ଖେଳିଯାଇଛି। ଏକ ଦ୍ୱିତୀୟ ଡିଭିଜନ ମ୍ୟାଚ୍‌ରେ ପ୍ରତିପକ୍ଷ ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍‌ର ସମ୍ମୁଖୀନ ହୋଇଥିବା ଟେନେରାଇଫ୍‌…

ମୋଦିଙ୍କୁ ପୁଣି ରାହୁଲଙ୍କ ଚ୍ୟାଲେଞ୍ଜ, କହିଲେ ଡରନ୍ତୁ ନାହିଁ….

ନୂଆଦିଲ୍ଲୀ, ୩।୧୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ବିତର୍କ ପାଇଁ ଦେଇଥିବା…

ହରଦୀପ ପୁରୀଙ୍କୁ ନେଇ ୩ ବଡ଼ ଆପତ୍ତି ଉଠାଇଲେ ବିଧାୟକ, ରାଜ୍ୟ ସଭା ନାମାଙ୍କନ….

ଭୋପାଳ,୩।୧୧: ମଧ୍ୟପ୍ରଦେଶରେ ରାଜ୍ୟ ସଭା ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଭାଜପା ପ୍ରାର୍ଥୀ ହରଦୀପ ପୁରୀଙ୍କ ନାମାଙ୍କନକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ।…

ନ୍ୟୁଜିଲାଣ୍ଡ ୨୬, ଭାରତ ମାତ୍ର ୧୪! କିୱି ମାଟିରେ ଟିମ୍‌ ଇଣ୍ଡିଆର ରେକର୍ଡ ନିରାଶାଜନକ, ୭ ବର୍ଷ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍‌କୁ ୩-୨ରେ ଜିତିଛି ଟିମ୍‌ ଇଣ୍ଡିଆ। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ମାନେ କିୱି ବୋଲରଙ୍କୁ ନାକେଦମ୍‌ କରିଥିବା ବେଳେ…

ରାତିରେ ନିଦ…..ନିଜ ସ୍ୱାସ୍ଥ୍ୟକୁ ନେଇ ବଡ଼ କଥା କହିଲେ ଅମିତାଭ ବଚ୍ଚନ, ଚାରିଆଡେ ଚର୍ଚ୍ଚା!

ମୁମ୍ବାଇ,୩।୧୧: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିଣିଥିବା ବିଗ୍‌ ବି ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?