ପ୍ରଥମେ ନା, ପରେ ହଁ

କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ କି ନାହିଁ ସେ ନେଇ ଦୋଛକିରେ ପଡିଥିଲେ। କିନ୍ତୁ ସେପଟେ ପ୍ରଯୋଜକ ମାଇଣ୍ଡ ମେକଅପ କରିନେଇଥିଲେ ଯେ ଏହି ନାୟିକାଙ୍କୁ ସେ ଯେମିତି ହେଲେ ସାଇନ୍‌ କରାଇବେ। ଏ ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିବା ପୂର୍ବରୁ ନାୟିକା ଜଣକ କିଏ ଜାଣିବେନି ? ସେ ହେଲେ ଇଲିୟାନା ଡି’କ୍ରୁଜ୍‌। କଥା କ’ଣ କି ନିକଟରେ ଏକ ଅନଟାଇଟଲ୍‌ଡ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କାହାଣୀଟି ସିନା ତାଙ୍କର ପସନ୍ଦ ହେଲା, ହେଲେ ଏ ନେଇ ହଁ ଭରିବାକୁ ସେ ଅଡୁଆରେ ପଡିଯାଇଥିଲେ। କାରଣ ଏଥିରେ କେତୋଟି ଗରମାଗରମ ଶଟ୍‌ ଦେବାକୁ ପଡ଼ିବ। ହେଲେ କିଛି ଦିନ ପରେ ଇଲିୟାନା ଏଥିରେ ଅଭିନୟ କରିବାକୁ ରାଜି ଅଛନ୍ତି ବୋଲି ପ୍ରଯୋଜକଙ୍କୁ ଜଣାଇ ଦେଇଥିଲେ। ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମ ପାଇଁ ତାଙ୍କର ପାରିଶ୍ରମିକକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ‘ଅନଫେୟାର ଆଣ୍ଡ ଲଭଲି’ ଟାଇଟଲବିଶିଷ୍ଟ ଏକ ସିନେମାରେ ମଧ୍ୟ ଇଲିୟାନା ଅଭିୟନ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ରଣଦୀପ ହୁଦା


Enter your email to get our daily news in your inbox.

All Right Reserved By Dharitri.Com

ମନ ମୋର କାଗଜ ଗୁଡ଼ି

ସତରେ, ଏ ମନ ଭାରି ଅମାନିଆ। କେତେବେଳେ କୁଆଡେ ଉଡିଯାଏ, ତାହା ଆକଳନ କରିବା କଷ୍ଟକର, ନୁହେଁ? ସତେଯେମିତି ଗୋଟିଏ କାଗଜ ଗୁଡି ପରି। ହଁ,...

ସର୍ଟ ଡ୍ରେସ୍‌କୁ ନେଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ବଲିଉଡ୍‌ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀଙ୍କ ସହ ନ୍ୟୁୟର୍କରେ ରହୁଛନ୍ତି। ହେଲେ ନିକଟରେ ସେ ଏମିତି ଏକ ଡ୍ରେସ୍‌ରେ ନଜର...

୧୨ ଜଣଙ୍କଠାରୁ ପ୍ରତାରିତ ହେବା ପରେ ଏମିତି କହିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ୧୯୯୪ରେ ସେ ମିସ୍‌ ଇଣ୍ଡିଆ, ବ୍ରାହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ।...

ଅଭିଷେକ ନୁହନ୍ତି, ଏହି ବ୍ୟକ୍ତିଙ୍କୁ ନିଜ ବାପା ଭାବିଥିଲେ ଆରାଧ୍ୟା

ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ଇତିମଧ୍ୟରେ ୯ ବର୍ଷର ହୋଇଯାଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଏହି ଅଲିଅଳି କନ୍ୟା ୧୬...

ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ,୮।୧୨: ବଲିଉଡ୍‌ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ...

ଗୋଟିଏ ଫିଲ୍ମର ଆୟ ସହ ସମାନ ସଲମାନଙ୍କ ବିଗ୍‌ବସ୍‌ ୧୪ର ପାରିଶ୍ରମିକ!

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ରିୟଲିଟି ଶୋ’ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏଥର ବିଗ୍‌ ବସ୍‌-୧୪କୁ ନୂଆ ଟ୍ବିଷ୍ଟ ଓ ନୂଆ...

ପୁଣି ବିଜ୍ଞାପନକୁ ନେଇ ଟ୍ରୋଲ ହେଲେ ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚୀ

ମୁମ୍ବାଇ: ପ୍ରସିଦ୍ଧ ଡ୍ରେସ ତଥା ଜୁଏଲାରୀ ଡିଜାଇନର୍‌ ସବ୍ୟସାଚୀ ମୁଖାର୍ଜୀ ନିଜର ଅଦ୍ଭୁତ ଡିଜାଇନ ପାଇଁ ସେ ଚାରିଆଡେ ପ୍ରସିଦ୍ଧ। ବଲିଉଡ୍‌ ଠାରୁ ଆରମ୍ଭ କରି...

‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ...

Advertisement


Archives

Model This Week