ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ‘ରାଜୀବ ଭବନ’ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଏହି ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଭିନ୍ନ ପ୍ରସଙ୍ଗରେ ପ୍ରାଥମିକ ସମୀକ୍ଷା କରାଯାଇଥିଲା। ମହାନଦୀ ବିବାଦର ଇତିହାସ ଏବଂ ହୀରାକୁଦ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋଚନା ହୋଇଥିଲା।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ଚାଲିଥିବା ମାମଲାର ବର୍ତ୍ତମାନର ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ସମୀକ୍ଷା କରାଯାଇଥିଲା। ଛତିଶଗଡ଼ ସହ କିଭଳି ଭାବେ ଆଲୋଚନା ମାଧ୍ୟମରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରାଯାଇପାରିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ମହାନଦୀ ଅବବାହିକାର ସାମଗ୍ରିକ ସ୍ଥିତି ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ସର୍ବଦଳୀୟ ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। ଏଥିସହ ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଏବଂ ସୋଫିଆ ଫିର୍ଦୋସ ମଧ୍ୟ ସାମିଲ ହୋଇଥିଲେ। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ବୈଷୟିକ ତଥ୍ୟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?