ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି। ଆଫ୍ରିକା ମହାଦେଶର ସମସ୍ତ ପିଲାଙ୍କୁ ବିଶ୍ୱର ଏହି ପ୍ରଥମ ମ୍ୟାଲେରିଆ ଟିକା ଦିଆଯିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ ସୁପାରିସ କରିଛି। ଉକ୍ତ ଟିକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ମ୍ୟାଲେରିଆରେ ପ୍ରତିବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥାନ୍ତି। ସେଥିରୁ ୨,୬୦,୦୦୦ ହେଉଛନ୍ତି ୫ ବର୍ଷରୁ କମ୍‌ ବୟସର ପିଲା। ମୁଖ୍ୟତଃ ଆଫ୍ରିକା ମହାଦେଶରେ ଏହି ରୋଗ ଦେଖାଦେଇଥାଏ। ଗ୍ଲାକ୍ସୋସ୍ମିଥ୍‌କ୍ଲିନ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକା ପିଲାଙ୍କଠାରେ ୫ଟି ମାରାତ୍ମକ ମ୍ୟାଲେରିଆ ସୃଷ୍ଟିକାରୀ ଭୂତାଣୁ ବିରୋଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଏହା କେବଳ ମ୍ୟାଲେରିଆ ପାଇଁ ନୁହେଁ ଯେକୌଣସି ପରଜୀବୀ ଜନିତ ରୋଗ ବିରୋଧରେ ପ୍ରଥମ ଭାକ୍ସିନ୍‌। ଘାନା, କେନିଆ ଏବଂ ମାଲାଓ୍ବିରେ ୨୦୧୯ରୁ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ପରୀକ୍ଷାମୂଳକ ଭାବେ ଏହି ଟିକା ଦିଆଯାଇଥିଲା। କ୍ଲିନିକାଲ ପରୀକ୍ଷାରେ ଏହା ପ୍ରଥମ ବର୍ଷରେ ଗୁରୁତର ମ୍ୟାଲେରିଆ ବିରୋଧରେ ୫୦ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିବାବେଳେ ଚତୁର୍ଥ ବର୍ଷକୁ ଟିକାର ପ୍ରତିରୋଧକ ଶକ୍ତି ଯଥେଷ୍ଟ ହ୍ରାସ ପାଉଥିବା ଦେଖାଯାଇଛି। ଏହା ମ୍ୟାଲେରିଆଜନିତ ମୃତ୍ୟୁ ରୋକିବାରେ କେତେଦୂର ଫଳପ୍ରଦ ହେବ ତାହାକୁ ନେଇ କେତେଜଣ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ତେବେ ମ୍ୟାଲେରିଆ ମୃତ୍ୟୁର ପାଖାପାଖି ୫୦ ପ୍ରତିଶତ ଗୁରୁତର ମାମଲା ହୋଇଥିବାରୁ ମୃତ୍ୟୁହାର କମାଇବାରେ ଏହା ଫଳପ୍ରଦ ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ମ୍ୟାଲେରିଆ ଟିକା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ଡ. ମେରି ହାମେଲ୍‌ କହିଛନ୍ତି। ଟିକାକରଣ କାର୍ଯ୍ୟକାରୀ ହେଲେ ପ୍ରତିବର୍ଷ ୫୪ ଲକ୍ଷଙ୍କୁ ସଂକ୍ରମଣରୁ ଏବଂ ୫ ବର୍ଷରୁ କମ୍‌ ୨୩,୦୦୦ ପିଲାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରିବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ଯବାନ ଶହୀଦ

ଇସଲାମବାଦ,୧୩।୭: ପାକିସ୍ତାନର ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ଆକ୍ରମଣରେ ତିନିଜଣ...

ତୁର୍କୀ, ସିରିଆ ପରେ ଥରିଲା ଓମାନ

ମସ୍କଟ,୧୯ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପର କ୍ଷତ ପୂରଣ ହୋଇ ନ ଥିବା ବେଳେ ଏବେ ଥରି ଉଠିଛି ଓମାନ ।...

ଆମେରିକା-ତାଲିବାନ ସମ୍ପର୍କ ସୁଧାର ଉପରେ ଗୁରୁତ୍ୱାରୋପ, ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ…

ଓ୍ବାଶିଂଟନ/କାବୁଲ,୧୪।୯ : ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି। ଆମେରିକାର ସ୍ବତନ୍ତ୍ର ଦୂତ ଥୋମାସ ୱେଷ୍ଟ ଏକ ରିପୋର୍ଟ ଉପସ୍ଥାପନ କରି ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହ...

ୱାଗନର୍‌ ଗ୍ରୁପ ପାଇଁ ପ୍ରଚାର କରିବା ଅଭିଯୋଗରେ ୨ ରୁଷିଆ ନାଗରିକ ଗିରଫ

ୱାର୍ସୋ,୧୪।୮: ୱାଗନର୍‌ ଗ୍ରୁପ ପାଇଁ ଗୁପ୍ତଚର ତଥା ପ୍ରଚାର ପ୍ରସାର ଅଭିଯୋଗରେ ପୋଲାଣ୍ଡ ଦୁଇ ରୁଷିଆ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ଉପରେ ରାଜଧାନୀ ୱାର୍ସୋ...

ଚାଇନାରୁ ଆସିଲା ଭଲ ଖବର: ସଫଳତାର ସହ ପରୀକ୍ଷା ହେଲା କରୋନା ଟୀକା!

ବେଜିଂ,୪।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ ବ୍ୟାପି ସାରିଲାଣି। ହେଲେ ଚାଇନା ଏବେ କରୋନା ଭାଇରସ ପାଇଁ...

ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେଲେ: ରୋକିହେବ ୭୨% ସଂକ୍ରମଣ

ଓ୍ବାଶିଂଟନ,୧୯ା୫: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବାକୁ ବସିଲାଣି। ସଂକ୍ରମଣ ଭୟ ବୃଦ୍ଧି ପାଉଥିବାବେଳେ...

ବୟଫ୍ରେଣ୍ଡ୍‌ଙ୍କ ସହିତ ମୋବାଇଲ୍‌ରେ କଥା ହେବାରୁ ମିଳିଲା ଏଭଳି ଦଣ୍ଡ…

କାବୁଲ,୨୮।୪: ମୋବାଇଲରେ ବୟଫ୍ରେଣ୍ଡ୍‌ଙ୍କ ସହିତ କଥା ହେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ୪୦ ଥର ଚାବୁକ୍‌ମାଡ଼ ହୋଇଛି। ଏଭଳି...

ଦୁର୍ଘଟଣା ପୂର୍ବରୁ ବିମାନରେ ଲାଗିଥିଲା ନିଆଁ:କ୍ଷେପଣାସ୍ତ୍ର ମାଡ଼ରେ ଖସିଥିବା ଆଶଙ୍କା

କିଏଭ୍‌,୯ା୧- ଇରାନ ରାଜଧାନୀ ତେହେରାନ ନିକଟରେ ୟୁକ୍ରେନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।...

Advertisement
Archives

Model This Week