Posted inଫୁରସତ

ଘର ଲୋକଙ୍କୁ ଖାଇବାକୁ ଦେଇଥିଲି

ମୁଁ ଷଷ୍ଠ ଶ୍ରେଣୀରେ ବଳଗଣ୍ଡି ସ୍କୁଲରେ ପଢୁଥାଏ। ଆମ ସ୍କୁଲର ପ୍ରଧାନଶିକ୍ଷକ ଉମା ମଉସା ମୋ’ ନନାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ହଠାତ୍‌ ସାର୍‌ଙ୍କର ହୃଦ୍‌ଘାତ ସ୍କୁଲରେ ହେଲା। ନନା ସେଠାରେ ଉପସ୍ଥିତ ଥିଲେ। ସେ ସାର୍‌ଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଗଲେ କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଗଲା। ତା’ପରେ ନନା ସାର୍‌ଙ୍କର ମରଶରୀରକୁ ତାଙ୍କ ଘର ଗୋପୀନାଥପୁରକୁ ନେଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କଲେ। ବନ୍ଧୁ ବିୟୋଗରେ ନନା ଅଧା ଭାଙ୍ଗି ପଡିଥିଲେ। ଥରେ ଅନ୍ୟମନସ୍କ ହୋଇ ସାଇକେଲ ଚଳାଉଥିବା ବେଳେ ତାଙ୍କର ଆକ୍ସିଡେଣ୍ଟ ହେଲା। ଦୀର୍ଘଦିନ ଅଫିସ କାର୍ଯ୍ୟ କରିପାରିଲେନି। ଅଫିସ ଭୁବନେଶ୍ୱର ସଚିବାଳୟରେ ଥାଏ। ଦରମା ନ ମିଳିବାରୁ ଘରେ ଚଳିବା ଅସମ୍ଭବ ହୋଇପଡିଲା।
କାରଣ ଆମେ ଥିଲୁ ଭାଇଭଉଣୀ ପାଞ୍ଚ। ବୋଉ ସରଳ ଗୃହିଣୀ। ତା’ସାଙ୍ଗକୁ ଭଡାଘର। ବନ୍ଧୁବାନ୍ଧବ ସବୁ ସୁଖର ସାଥି। ରୋଜଗାର ନଥିବାରୁ ଜେଜେବାପା ବି ଆମକୁ ଗାଁ ଘର ମନା କରିଦେଲେ, ଯାହାର କେହିନାହିଁ ତାକୁ ଠାକୁର ସାହା। ଆମ ଘର ପାଖରେ ଥିବା ରୁନୁ ନାନୀ ଘର କର୍ପୁର ମାଳି ଗୁନ୍ଥନ୍ତି। ଡଜନେ ମାଳି ଗୁନ୍ଥିଲେ ଦୁଇ ଟଙ୍କା। ସେହି କାମ ତାଙ୍କର ଭଲ ଚାଲିଥାଏ। ତାଙ୍କ ସାଙ୍ଗରେ ଯାଇ ମାଳି ଗୁନ୍ଥିବା କାମ ଶିଖିଲି ଆଉ ଆୟା ଦୋକାନରେ ମାଳି ଦେଇ ପଇସା ଆଣିଲି। ମନେ ଅଛି ପ୍ରଥମ ଦିନର ରୋଜଗାର ମୋର ବାର ଟଙ୍କା ହୋଇଥିଲା। ସେହି ପଇସାରେ ଘର ସଉଦା ଆଣିଥିଲି। ଆଉ ଘର ଲୋକଙ୍କୁ ପେଟ ପୂରାଇ ଖାଇବାକୁ ଗଣ୍ଡେ ଦେଇପାରିଥିବାରୁ ଭାରୀ ଖୁସି ଲାଗୁଥିଲା ସେଦିନ। କ୍ରମେ ଘରକୁ ମାଳି ଆଣି ବୋଉ ସହ ମିଶି ମାଳି ଗୁନ୍ଥିଲି। ତା’ସହିତ ବଳିତା ବୋଳିବା ଶିଖି ବଳିତା ବିକ୍ରୀ ମଧ୍ୟ କଲି। କଠୋର ପରିଶ୍ରମ କରୁଥିବା ଯୋଗୁଁ ଭଲ ରୋଜଗାର ହେଲା। ଘରେ ମତେ ଝିଅ ନୁହେଁ ବରଂ ବଡ଼ ପୁଅର ସମ୍ମାନ ଦେଉଥିଲେ। ପିଲାଟିଏ ହୋଇ ବି ମୋର କାମ କରିବାର ଆଗ୍ରହ ଓ ଇଚ୍ଛା ଦେଖି ସାହିପଡ଼ିଶା ଲୋକେ ମୋତେ ଖୁବ୍‌ ଆଦର କରୁଥିଲେ।
ରବିବାର ଦିନ ସ୍କୁଲ ଛୁଟି ଥିବାରୁ କ୍ରମେ ସେଦିନ ବୋଉ ସହ ମିଶି ବଡ଼ି ପକାଇବା କାମ ମଧ୍ୟ ଆରମ୍ଭ କରିଦେଲି। ଦିନେ ସାହିର ଜଣେ ଦୋକାନୀ ଭାଇନା ମୋର ବଡ଼ି ପକାଇବା ଦେଖି କହିଲେ- ଆରେ ବାଃ! କି ସୁନ୍ଦର ଟିକି ଟିକି ବଡ଼ି ପାରୁଛୁ। ମୋ ପାଇଁ ଗଣ୍ଡେ ପାରିଦେବୁ। ମୁଁ କହିଲି, ଠିକ୍‌ ଅଛି କିନ୍ତୁ ଯଦି ତୁମ ଦୋକାନ ପାଇଁ ବଡ଼ି ଦରକାର ହେବ ତା’ହେଲେ କହିବ। ମୋ କଥା ଶୁଣି ସେ କହିଲେ, ହଉ ପ୍ରଥମେ କିଲେ ଦେ, ତା’ପରେ ଦେଖିବା। ସୌଭାଗ୍ୟକୁ ମୋ ବଡ଼ି ଭଲ ଲାଗିବାରୁ ଦୁଇ ଚାରି କିଲୋ ବଡ଼ି ବି ସେ ଅର୍ଡର କରି ନେଉଥିଲେ। ବର୍ଷାଦିନକୁ ଛାଡ଼ି ଦେଲେ ବାକି ସମୟରେ ବଡ଼ି ବିକ୍ରି ଭଲ ହେଉଥିଲା। ଏମିତି ଚାଲିଲା ମାଟ୍ରିକ ପର୍ଯ୍ୟନ୍ତ। ତା’ପରେ ସିଲେଇ ଶିଖି ସିଲେଇ କାମ କରିବା ସହ କିଛି ପିଲାଙ୍କୁ ଟ୍ୟୁସନ କରିବା ମଧ୍ୟ ଆରମ୍ଭ କଲି। ସମୟ ଗଡ଼ିବା ସହିତ ଧୀରେ ଧୀରେ ମୋ ଭାଇଭଉଣୀମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଗଲେ। ସମସ୍ତେ ଏବେ ଖୁସିରେ ନିଜ ନିଜ ସ୍ଥାନରେ ଅଛନ୍ତି। ମୁଁ ବି ୟା’ ଭିତରେ ସାହିତ୍ୟ କ୍ଷେତ୍ରରେ କିଛି ପାଦ ଆଗେଇ ଯାଇଛି। ସ୍ବଚ୍ଛଳ ଚଳଣି ହେଉ ଅବା ସାମାଜିକ ଖ୍ୟାତି ଏବେ ସବୁକିଛି ମୋ ପାଖରେ ଅଛି ସତ, କିନ୍ତୁ ସେହି ପୁରୁଣା ଦିନର ଦୁଃଖ କଷ୍ଟ ଭରା ସମୟକୁ ମୁଁ କେବେ ବି ପାଶୋରି ପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri