Posted inଫୁରସତ

ଘର ଲୋକଙ୍କୁ ଖାଇବାକୁ ଦେଇଥିଲି

ମୁଁ ଷଷ୍ଠ ଶ୍ରେଣୀରେ ବଳଗଣ୍ଡି ସ୍କୁଲରେ ପଢୁଥାଏ। ଆମ ସ୍କୁଲର ପ୍ରଧାନଶିକ୍ଷକ ଉମା ମଉସା ମୋ’ ନନାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ହଠାତ୍‌ ସାର୍‌ଙ୍କର ହୃଦ୍‌ଘାତ ସ୍କୁଲରେ ହେଲା। ନନା ସେଠାରେ ଉପସ୍ଥିତ ଥିଲେ। ସେ ସାର୍‌ଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଗଲେ କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଗଲା। ତା’ପରେ ନନା ସାର୍‌ଙ୍କର ମରଶରୀରକୁ ତାଙ୍କ ଘର ଗୋପୀନାଥପୁରକୁ ନେଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କଲେ। ବନ୍ଧୁ ବିୟୋଗରେ ନନା ଅଧା ଭାଙ୍ଗି ପଡିଥିଲେ। ଥରେ ଅନ୍ୟମନସ୍କ ହୋଇ ସାଇକେଲ ଚଳାଉଥିବା ବେଳେ ତାଙ୍କର ଆକ୍ସିଡେଣ୍ଟ ହେଲା। ଦୀର୍ଘଦିନ ଅଫିସ କାର୍ଯ୍ୟ କରିପାରିଲେନି। ଅଫିସ ଭୁବନେଶ୍ୱର ସଚିବାଳୟରେ ଥାଏ। ଦରମା ନ ମିଳିବାରୁ ଘରେ ଚଳିବା ଅସମ୍ଭବ ହୋଇପଡିଲା।
କାରଣ ଆମେ ଥିଲୁ ଭାଇଭଉଣୀ ପାଞ୍ଚ। ବୋଉ ସରଳ ଗୃହିଣୀ। ତା’ସାଙ୍ଗକୁ ଭଡାଘର। ବନ୍ଧୁବାନ୍ଧବ ସବୁ ସୁଖର ସାଥି। ରୋଜଗାର ନଥିବାରୁ ଜେଜେବାପା ବି ଆମକୁ ଗାଁ ଘର ମନା କରିଦେଲେ, ଯାହାର କେହିନାହିଁ ତାକୁ ଠାକୁର ସାହା। ଆମ ଘର ପାଖରେ ଥିବା ରୁନୁ ନାନୀ ଘର କର୍ପୁର ମାଳି ଗୁନ୍ଥନ୍ତି। ଡଜନେ ମାଳି ଗୁନ୍ଥିଲେ ଦୁଇ ଟଙ୍କା। ସେହି କାମ ତାଙ୍କର ଭଲ ଚାଲିଥାଏ। ତାଙ୍କ ସାଙ୍ଗରେ ଯାଇ ମାଳି ଗୁନ୍ଥିବା କାମ ଶିଖିଲି ଆଉ ଆୟା ଦୋକାନରେ ମାଳି ଦେଇ ପଇସା ଆଣିଲି। ମନେ ଅଛି ପ୍ରଥମ ଦିନର ରୋଜଗାର ମୋର ବାର ଟଙ୍କା ହୋଇଥିଲା। ସେହି ପଇସାରେ ଘର ସଉଦା ଆଣିଥିଲି। ଆଉ ଘର ଲୋକଙ୍କୁ ପେଟ ପୂରାଇ ଖାଇବାକୁ ଗଣ୍ଡେ ଦେଇପାରିଥିବାରୁ ଭାରୀ ଖୁସି ଲାଗୁଥିଲା ସେଦିନ। କ୍ରମେ ଘରକୁ ମାଳି ଆଣି ବୋଉ ସହ ମିଶି ମାଳି ଗୁନ୍ଥିଲି। ତା’ସହିତ ବଳିତା ବୋଳିବା ଶିଖି ବଳିତା ବିକ୍ରୀ ମଧ୍ୟ କଲି। କଠୋର ପରିଶ୍ରମ କରୁଥିବା ଯୋଗୁଁ ଭଲ ରୋଜଗାର ହେଲା। ଘରେ ମତେ ଝିଅ ନୁହେଁ ବରଂ ବଡ଼ ପୁଅର ସମ୍ମାନ ଦେଉଥିଲେ। ପିଲାଟିଏ ହୋଇ ବି ମୋର କାମ କରିବାର ଆଗ୍ରହ ଓ ଇଚ୍ଛା ଦେଖି ସାହିପଡ଼ିଶା ଲୋକେ ମୋତେ ଖୁବ୍‌ ଆଦର କରୁଥିଲେ।
ରବିବାର ଦିନ ସ୍କୁଲ ଛୁଟି ଥିବାରୁ କ୍ରମେ ସେଦିନ ବୋଉ ସହ ମିଶି ବଡ଼ି ପକାଇବା କାମ ମଧ୍ୟ ଆରମ୍ଭ କରିଦେଲି। ଦିନେ ସାହିର ଜଣେ ଦୋକାନୀ ଭାଇନା ମୋର ବଡ଼ି ପକାଇବା ଦେଖି କହିଲେ- ଆରେ ବାଃ! କି ସୁନ୍ଦର ଟିକି ଟିକି ବଡ଼ି ପାରୁଛୁ। ମୋ ପାଇଁ ଗଣ୍ଡେ ପାରିଦେବୁ। ମୁଁ କହିଲି, ଠିକ୍‌ ଅଛି କିନ୍ତୁ ଯଦି ତୁମ ଦୋକାନ ପାଇଁ ବଡ଼ି ଦରକାର ହେବ ତା’ହେଲେ କହିବ। ମୋ କଥା ଶୁଣି ସେ କହିଲେ, ହଉ ପ୍ରଥମେ କିଲେ ଦେ, ତା’ପରେ ଦେଖିବା। ସୌଭାଗ୍ୟକୁ ମୋ ବଡ଼ି ଭଲ ଲାଗିବାରୁ ଦୁଇ ଚାରି କିଲୋ ବଡ଼ି ବି ସେ ଅର୍ଡର କରି ନେଉଥିଲେ। ବର୍ଷାଦିନକୁ ଛାଡ଼ି ଦେଲେ ବାକି ସମୟରେ ବଡ଼ି ବିକ୍ରି ଭଲ ହେଉଥିଲା। ଏମିତି ଚାଲିଲା ମାଟ୍ରିକ ପର୍ଯ୍ୟନ୍ତ। ତା’ପରେ ସିଲେଇ ଶିଖି ସିଲେଇ କାମ କରିବା ସହ କିଛି ପିଲାଙ୍କୁ ଟ୍ୟୁସନ କରିବା ମଧ୍ୟ ଆରମ୍ଭ କଲି। ସମୟ ଗଡ଼ିବା ସହିତ ଧୀରେ ଧୀରେ ମୋ ଭାଇଭଉଣୀମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଗଲେ। ସମସ୍ତେ ଏବେ ଖୁସିରେ ନିଜ ନିଜ ସ୍ଥାନରେ ଅଛନ୍ତି। ମୁଁ ବି ୟା’ ଭିତରେ ସାହିତ୍ୟ କ୍ଷେତ୍ରରେ କିଛି ପାଦ ଆଗେଇ ଯାଇଛି। ସ୍ବଚ୍ଛଳ ଚଳଣି ହେଉ ଅବା ସାମାଜିକ ଖ୍ୟାତି ଏବେ ସବୁକିଛି ମୋ ପାଖରେ ଅଛି ସତ, କିନ୍ତୁ ସେହି ପୁରୁଣା ଦିନର ଦୁଃଖ କଷ୍ଟ ଭରା ସମୟକୁ ମୁଁ କେବେ ବି ପାଶୋରି ପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri