ଆଗେଇ ଚାଲିଛି ରଥ ନିର୍ମାଣ

ଧରାକୋଟ,୧୯ ।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଗଡ଼ଜାତ ଅଞ୍ଚଳର ରଥଯାତ୍ରା ମଧ୍ୟରେ ଧରାକୋଟ ରଥଯାତ୍ରା ଏକ ଭିନ୍ନ ପରମ୍ପରା ଦେଇ ପାଳନ ହୋଇଆସୁଛି। ସବୁସ୍ଥାନରେ ବାହୁଡ଼ା ଯାତ୍ରା ପାଳନ ହୋଉଥିବା ବେଳେ ପୂର୍ବ ପରମ୍ପରା ଅନୁଯାୟୀ ଏକାଦଶୀ ଦିନ ଏଠାରେ ଧୁମ୍‌ଧାମରେ ରଥଯାତ୍ରା ପାଳନ ହୁଏ। ଏଥିରେ ଅଞ୍ଚଳର ହଜାର ହଜାର ଭକ୍ତ ଯୋଗ ଦେଇ ରଥଟାଣନ୍ତି। କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ରଥଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇ ରଥଯାତ୍ରା ପାଳନ ହେବ। ନୂତନ ରଥ ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ତରଫରୁ ୨୭୪ସିଏଫ୍‌ଟି କାଠ ବଡଗଡ ଓ ଗାଜରବାଡ଼ି ଜଙ୍ଗଲରୁ ଯୋଗାଇ ଦିଆଯାଇଛି। ଏହାପରେ ମଧ୍ୟ ଆଖପାଖ ଗ୍ରାମର ବଦାନ୍ୟ ବ୍ୟକ୍ତିମାନେ ନିଜ ନିଜର କାଠ ଦାନ କରିଛନ୍ତି। ସମ୍ପ୍ରତି ରଥଚକ, ଅଖ, ବ୍ରାନ୍ଦ, ନାଇକା, ଗର, ଛାଟୁଣୀ, ମୁହାଣ, ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଦୀର୍ଘ ଦୁଇବର୍ଷ ପରେ ସମ୍ପୂର୍ଣ୍ଣ ନୂତନ କାଠରେ ରଥ ନିର୍ମାଣ ହୋଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମହାପ୍ରଭୁଙ୍କ ରାଜସ୍ବ ଆଦାୟ କମ୍‌ ହୋଉଛି। ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ପ୍ରତ୍ୟକ୍ଷ ଭାବେ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବାବେଳେ ଦେବୋତ୍ତର ଗୁମସ୍ଥା ଅଶୋକ କୁମାର ଗୌଡ଼, ମହେନ୍ଦ୍ର ପାତ୍ର, କାଳିଆ ବେହେରା, ସନାତନ ସ୍ବାଇଁ, ମଙ୍ଗଳା ବେହେରା, କୃତିବାସ ସ୍ବାଇଁ, ରିଙ୍କୁ ସ୍ବାଇଁ ଓ ଧରାକୋଟ ସରପଞ୍ଚ ପୁନିଆ ଦାସଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରୁଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦୁଇବର୍ଷ ପରେ ତିନିଠାକୁର ବଡ଼ଦାଣ୍ଡରେ ରଥାରୂଢ଼ ହେବେ ଏଣୁ ଅଞ୍ଚଳର ଭକ୍ତମାନଙ୍କ ମଧ୍ୟରେ ନୂତନ ଉନ୍ମାଦନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

ନୂଆବର୍ଷ ଭେଟି ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁରବାସୀଙ୍କୁ ଓଡ଼ିଆ ନବବର୍ଷରେ କଂଗ୍ରେସ ଭେଟି ଦେଇଛି ବିଧାୟକ ପ୍ରାର୍ଥୀ। ଚିତ୍ରସେନ ବେହେରାଙ୍କ ନାମ ଘୋଷଣା...

ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ

ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ...

କେଦାରେଶ୍ୱର ମନ୍ଦିରରୁ ଚୋରି

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚୋରମାନେ ମହାଦେବଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କୁସୁପୁର ଗ୍ରାମରେ ଥିବା କେଦାରେଶ୍ବର ମହାଦେବ ମନ୍ଦିରରେ ଶନିବାର ବିଳମ୍ବିତ...

ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ରବିବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri