ହୀରାକୁଦରୁ ଛଡ଼ାହେଲା ପ୍ରଥମ ବନ୍ୟାଜଳ: ତଳି ଅଞ୍ଚଳ ଜିଲାକୁ ସତର୍କ ନିର୍ଦ୍ଦେଶ

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ): ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ଘଟିଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ୨୩ ତାରିଖ ସକାଳ ୯ଟାରେ ପ୍ରଥମେ ୭ନମ୍ବର ଗେଟ୍‌ରୁ ବନ୍ୟାଜଳ ନିଷ୍କାସନ କରିବାକୁ ଡ୍ୟାମ୍‌ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଥିଲେ। ବିଜ୍ଞପ୍ତି ଅନୁସାରେ ରବିବାର ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟରେ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା। ହୀରାକୁଦ ଡ୍ୟାମ୍‌୍‌ର ବାମ ପାର୍ଶ୍ୱରୁ ୩ଟି ଓ ଡାହାଣ ପାର୍ଶ୍ୱରୁ ୨ଟି ଗେଟ୍‌ ଖୋଲା ଯାଇଛି। ଏହିଭଳି ମୋଟ ୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ ବନ୍ୟାଜଳ ନିଷ୍କାସନ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଏବଂ ଭିଡ଼ ଜମିିଥିଲା। ହୀରାକୁଦ ଜଳଭଣ୍ଡାରକୁ ରବିବାର ପ୍ରତି ସେକେଣ୍ଡରେ ୮୦ ହଜାର ୯୦୦ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି।

ବନ୍ୟାଜଳ ନିଷ୍କାସନ ସମୟରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ, ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ତେବେ ଆଜି ପ୍ରଥମ ଦିନରେ ହୀରାକୁଦରୁ ୫ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଗକୁ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଜଳ ନିଷ୍କାସନ ପୂର୍ବରୁ ଜଳଭଣ୍ଡାର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ମହାନଦୀର ତଳ ଅଞ୍ଚଳରେ ଥିବା ଜିଲାଗୁଡ଼ିକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ରାତିରେ ଅଟୋ ଚାବି-ମୋବାଇଲ୍ ଛଡ଼ାଇ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତକୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ

ବଞ୍ଚୋ/ହାଟଡିହୀ, (ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍‌…

ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

ଭଞ୍ଜନଗର, ୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଗୁରୁବାର ରାତିରେ ବେଶ୍‌ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ଅଭିନବ ବିକାଶ ମେଳାରେ ଚରମ ଅବ୍ୟବସ୍ଥା: ପ୍ରକୃତ ହିତାଧିକାରୀ ବଞ୍ଚିତ, ଅଧାରୁ ସଭା ଛାଡ଼ିଲେ…

ଥୁଆମୂଳ ରାମପୁର, ୨୫।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା ଓଡ଼ିଶା ସାରା” ଅଭିଯାନର ବ୍ଲକ ସ୍ତରୀୟ ସମ୍ବୀଳନୀ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri