ପ୍ରଥମ ଡୋଜ୍‌ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ୍‌ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…

ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଅବା କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲାର ସରକାରୀ ହସ୍ପିଟାଲରେ ୨୦ ଜଣ ଗ୍ରାମବାସୀଙ୍କୁ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ୍‌ ଏପ୍ରିଲ୍‌ର ପ୍ରଥମ ସପ୍ତାହରେ ପ୍ରଦାନ କରାଯାଇଥିଲା। ମେ’ ୧୪ରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ଭାବେ କୋଭାକ୍ସିନ୍‌ ଦିଆଯାଇଛି। ଏହି ଖବର ପ୍ରଘଟ ହେବା ପରେ ଜିଲା ପ୍ରଶାସନ ହରଡ଼ଘଣାରେ ପଡ଼ିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି। ଏହା କିପରି ଘଟିଲା ଏବଂ ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦ୍ଧାର୍ଥନଗର ସିଏମ୍‌ଓ ସନ୍ଦୀପ୍‌ ଚୌଧୁରୀ ସୂଚନା ଦେଇଛନ୍ତି। ଦୁଇ ପ୍ରକାର ଭିନ୍ନ ଟିକା ନେଇଥିବା ଗ୍ରାମାବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ରହିଛି। ସେମାନଙ୍କ ମଧ୍ୟରେ କାହାଠାରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ହାରିବା ପରେ ଟ୍ୟୁବଓ୍ବେଲ ଭାଙ୍ଗୁଛନ୍ତି ଟିଏମ୍‌ସି କର୍ମୀ: ଭାଜପା

କୋଲକାତା,୩୦।୫: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ପରାଜୟ ପରେ ବହୁ ନେତା ଟିଏମ୍‌ସି ଛାଡି ଭାଜପାରେ ଯୋଗ ଦେବା ପରେ ଏହା ଦଳ ପାଇଁ ଶକ୍ତ ଧକ୍କା...

ନିର୍ବାଚନୀ ପ୍ରତିଶ୍ରୁତି: ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ଅବଗତ କରାଇବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୪।୧୦ : ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମାଗଣା ଉପହାର କିମ୍ବା ପ୍ରତିଶ୍ରୁତି ବନ୍ଦକୁ ନେଇ...

୨୨ ଦିନ ପରେ ନୀଳଗିରି ଧରମପୁରରୁ ପୁଣି ଆଉ ଜଣେ କରୋନା ପଜିଟିଭ୍‌

ସଜନାଗଡ଼,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ମଙ୍ଗଳବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ...

ପିଏମ୍‌ସି ବ୍ୟାଙ୍କ ଜାଲିଆତି: ସଞ୍ଜୟଙ୍କ ପତ୍ନୀଙ୍କୁ ତୃତୀୟ ଥର ଲାଗି ସମନ ଜାରି କଲା ଇଡି

ମୁମ୍ବାଇ,୨୯ ।୧୦: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପଞ୍ଜାବ ଓ ମହାରାଷ୍ଟ୍ର ସହକାରୀ(ପିଏମ୍‌ସି)...

୭ ପିଢ଼ି ମଧ୍ୟରେ କେବେ ବି ହୋଇନି ସମ୍ପତ୍ତି ଭାଗବଣ୍ଟା: ପରିବାର ସଦସ୍ୟ ସଂଖ୍ୟା ୧୪୦

ବେଙ୍ଗାଲୁରୁ,୨୦।୧: ପରିବାରରେ ଭାଇଭାଇ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହେବା ସ୍ବାଭାବିକ କଥା। ତେବେ କର୍ନାଟକର ଧାରଓ୍ବାଡ୍‌ରେ ବାସ କରୁଥିବା ନରସିଂଓ୍ବର ପରିବାରରେ ଭିନ୍ନ ପରମ୍ପରା ଗତ...

ମୋ ପାଇଁ ଖାଲ ଖୋଳୁଥିବା ଲୋକେ ୧୦ ଫୁଟ ତଳେ ସମାଧି ନେଇଗଲେ: ସିଦ୍ଧୁ

ଚଣ୍ଡିଗଡ଼,୧୧ ।୩: ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ବହୁ ଦିନ ଧରି...

ଭୋଟ ଦେବାରୁ ବଞ୍ଚିତ ହେଲେ ଆଜମ

ଲକ୍ଷ୍ନୌ,୧୭।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କ ଭୋଟ ଦେବା ଅଧିକାରକୁ ରଦ୍ଦ କରାଯାଇଛି। ଏପରିକି ଭୋଟର ତାଲିକାରୁ ମଧ୍ୟ ତାଙ୍କର ନାମକୁ ହଟାଇଦିଆଯାଇଛି।...

ଆଶିଷ ମିଶ୍ରାଙ୍କୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୮।୪: ୟୁପିର ପ୍ରସିଦ୍ଧ ଲଖିମ୍‌ପୁର ଖେରୀ ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ଦିଆଯାଇଥିବା ଜାମିନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଆହ୍ଲାବାଦ...

Advertisement
Archives

Model This Week