ଜେଡ୍‌ଏସ୍‌ଆଇ ପ୍ରଥମ ନିର୍ଦ୍ଦେଶିକା

ଭାରତରେ ପ୍ରତି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଓ ଅବଦାନ ନାରୀ ଶକ୍ତିର ପରିଚୟ ଦେଇଚାଲିଛି। ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ)ର ପ୍ରଥମ ମହିଳା ନିର୍ଦ୍ଦେଶିକା ହେବାରେ ଦୃଷ୍ଟି ବାନାର୍ଜୀ ଏବେ ସଂସ୍ଥାର ୧୦୫ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରାରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଜେଡ୍‌ଏସ୍‌ଆଇର ଅତୀତକୁ ଦେଖିଲେ ଏସିଆଟିକ୍‌ ସୋସାଇଟି ଅଫ୍‌ ବେଙ୍ଗଲକୁ ମନେ ପକାଇବାକୁ ପଡ଼ିବ। ୧୫ ଜାନୁୟାରୀ ୧୭୮୪ରେ ସାର୍‌ ଓ୍ବିଲିୟମ୍ସ ଜୋନ୍‌ସ ଏସିଆଟିକ୍‌ ସୋସାଇଟି ପ୍ରତିଷ୍ଠା କରିଥିଲେ। ସେହିଠାରେ ହିଁ ଜୁଲାଇ ୧୯୧୬ରେ ଜେଡ୍‌ଏସ୍‌ଆଇର ଜନ୍ମ ହୋଇଥିଲା। ଏହାର ମୁଖ୍ୟାଳୟ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଥିବା ବେଳେ ଦେଶରେ ୧୬ଟି ଆଞ୍ଚଳିକ କେନ୍ଦ୍ର ରହିଛି। ଏହା ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି। ଭାରତରେ ପ୍ରାଣୀ ସମ୍ବନ୍ଧୀୟ ସର୍ଭେ କରିବା ଦିଗରେ ଏହା ଅଭିପ୍ରେତ। ଏଭଳି ଏକ ବୃହତ୍‌ ସଂସ୍ଥାର ମୁଖ୍ୟ ଭାବେ ଦୃଷ୍ଟିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଅନୁମୋଦନ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଉଜ୍ଜ୍ୱଳ ହୋଇଛି।
ଦୃଷ୍ଟି ୬ ଫେବୃୟାରୀ ୧୯୭୦ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। କୋଲକାତାର ପ୍ରେସିଡେନ୍ସି କଲେଜରୁ ସେ ପ୍ରାଣୀବିଜ୍ଞାନରେ ଉଚ୍ଚତର ଗବେଷଣା କରି ଡକ୍ଟର ଅଫ୍‌ ଫିଲୋସଫି ଡିଗ୍ରୀ ଅର୍ଜନ କରିଥିଲେ। ୧୯୯୮ରେ ସେ ଜେଡ୍‌ଏସ୍‌ଆଇରେ ଆସିଷ୍ଟାଣ୍ଟ ଜୁଲୋଜିଷ୍ଟ ଭାବେ ଯୋଗ ଦେଇଥିଲେ। ସମୟକ୍ରମେ ସେ ଜୁଜିଓଗ୍ରାଫି (ପ୍ରାଣୀ ବିଜ୍ଞାନର ଏକ ଶାଖା ଭାବେ ପ୍ରାଣୀଙ୍କ ଭୌଗୋଳିକ ସ୍ଥିତି ସମ୍ବନ୍ଧରେ ଅଧ୍ୟୟନ), ଟାକ୍ସୋନୋମି (ବର୍ଗୀକରଣ ବିଦ୍ୟା), ମର୍ଫୋଲୋଜି (ରୂପତତ୍ତ୍ୱ) ଓ ମଲିକ୍ୟୁଲାର ସିଷ୍ଟେମେଟିକ୍ସ (ଆଣବିକ ପ୍ରଣାଳୀବଦ୍ଧ) ଆଦି ବିଷୟ ଉପରେ ଗବେଷଣା କରି ନୂଆ ତଥ୍ୟ ଦେଇଛନ୍ତି। ଦୃଷ୍ଟି କହିଛନ୍ତି, ହିମାଳୟ ଓ ଗଭୀର ସମୁଦ୍ର ଭିତରେ ପ୍ରାଣୀସମୂହର ବିବିଧତାକୁ ଅନୁଧ୍ୟାନ କରିବା ଦିଗରେ ମହିଳା ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପାଖାପାଖି ୬୦ ପ୍ରତିଶତ ମହିଳା ବୈଜ୍ଞାନିକ ନୂଆ ପ୍ରଜାତି ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି। ତେବେ ଦୃଷ୍ଟି ୨୦୧୨ରୁ ଜେଡ୍‌ଏସ୍‌ଆଇ ଡିଜିଟାଲ ସିକ୍ୱେନ୍ସ ଇନ୍‌ଫର୍ମେଶନ ପ୍ରୋଜେକ୍ଟରେ କୋଅର୍ଡିନେଟର ଭାବେ କାର୍ଯ୍ୟ କରିବା ବେଳେ ପ୍ରାଣୀବିଜ୍ଞାନ ସମ୍ବନ୍ଧରେ ଅନେକ ନୂତନ ତଥ୍ୟ ପ୍ରକାଶ କରିବାରେ ସଫଳ ହୋଇଛନ୍ତି। ଫଳରେ ତାଙ୍କୁ ଆଜି ବଡ଼ ପଦବୀ ମିଳିଛି। ଏଭଳି ସଫଳତା ଉପରେ ମତ ଦେଇ ସେ କହିଛନ୍ତି ଯେ, ଜେଡ୍‌ଏସ୍‌ଆଇ ପ୍ରତିଷ୍ଠା ହେବାର ୩ ଦଶନ୍ଧି ପରେ ୧୯୪୯ରେ ମହିଳା ବିଜ୍ଞାନୀ ମୀରା ମନ୍‌ସୁଖାନି ସଂସ୍ଥାରେ ଯୋଗ ଦେଇଥିଲେ। ଏବେ ମୁଖ୍ୟ ପଦବୀରେ ତାଙ୍କ ନିଯୁକ୍ତି ପୁରୁଷ ପ୍ରାଧାନ୍ୟ ସଂସ୍ଥାରେ ପରିବର୍ତ୍ତନ ଆଣିଥିବା କୁହାଯାଉଛି ବୋଲି ଦୃଷ୍ଟି କହିଛନ୍ତି। ଏଥିସହିତ ସେ ତାଙ୍କ ସଫଳତା ଉପରେ ଆହୁରି କହିଛନ୍ତି, ମହିଳାମାନେ ହେଉଛନ୍ତି ସ୍ବତନ୍ତ୍ର କ୍ଷମତାର ଅଧିକାରୀ। କାର୍ଯ୍ୟସ୍ଥଳୀ ଓ ପରିବାରକୁ ପରିଚାଳନା କରିବାରେ ସେ ମଧ୍ୟ ସକ୍ଷମ ହୋଇଛନ୍ତି। ନିଜ ସ୍ବାମୀ ସୁଗ୍ରନ୍‌ ବାନାର୍ଜୀ ଓ ଝିଅ ରୋନୀ ତାଙ୍କୁ ବହୁ କ୍ଷେତ୍ରରେ ସହଯୋଗ କରିଥିବାରୁ ସେ ଆଜି ଏଭଳି ସ୍ଥାନରେ ପହଞ୍ଚିଛନ୍ତି। ଅଧିକ ଗବେଷଣା ଓ ଉପରକୁ ଉଠିବା ଦିଗରେ ସଂସ୍ଥାରେ ତାଙ୍କ ପାଇଁ ମାର୍ଗଦର୍ଶକ ପାଲଟିଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଶ୍ରେୟ ଦେଇଛନ୍ତି ଦୃଷ୍ଟି। ବାସ୍ତବରେ ଜଣେ ମହିଳା ବିଜ୍ଞାନ ଗବେଷଣା କ୍ଷେତ୍ରରେ ନିଜକୁ ଉଚ୍ଚ ସ୍ଥାନକୁ ନେଇ ଆଜି ଭାରତୀୟ ଯୁବ ଗବେଷିକାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri