ପ୍ରିନ୍ସ ଚାର୍ଲସଙ୍କୁ ସ୍ବାଗତ କରିବା ପାଇଁ ଏହି ଅଭିନେତ୍ରୀ କରିଥିଲେ ଏମିତି କିଛି, ଯାହାକୁ ନେଇ ଭାରତରୁ ବ୍ରିଟେନ୍‌ ଯାଏ ହୋଇଥିଲା ଚର୍ଚ୍ଚା

୮୦ ଦଶକର ସୁପରହିଟ୍‌ ହିରୋଇନ ପଦ୍ମିନୀ କୋହ୍ଲାପୁରୀ ଶିଶୁ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ କିନ୍ତୁ  ସଫଳ ଅଭିନେତ୍ରୀ ହୋଇଗଲେ। ‘ୟଦୋଁ କି ବାରାତ’ ଏବଂ ’ଦୁଷ୍ମନ ଦୋସ୍ତ’ ଭଳି କିଛି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ପରେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ କିନ୍ତୁ ଫିଲ୍ମ ‘ପ୍ରେମ ରୋଗ’ ତାଙ୍କ କ୍ୟାରିୟରର ପ୍ରଥମ ସୁପରହିଟ ଫିଲ୍ମ ହୋଇଥିଲା । ଏହି ଚଳଚ୍ଚିତ୍ରରୁ ପଦ୍ମିନୀ ୮୦ ଦଶକର ଶ୍ରେଷ୍ଠ ହିରୋଇନଙ୍କ ମଧ୍ୟରେ ଗଣନା ହେବାକୁ ଲାଗିଲେ।
ପଦ୍ମିନୀ ଏତେ ବଡ ଅଭିନେତ୍ରୀ ଥିଲେ ଯେ ତାଙ୍କୁ ନେଇ ଚର୍ଚ୍ଚା ହେବା ଏକ ସାଧାରଣ କଥା। ୧୯୮୦ ମସିହାରେ ପ୍ରିନ୍ସ ଚାଲର୍‌ସ ଭାରତ ଗସ୍ତରେ ଆସିଥିଲେ। ସେ ହଠାତ୍‌ ବଲିଉଡ ଫିଲ୍ମର ଶୁଟିଂ ଦେଖିବାକୁ ମନ କରିଥିଲେ। ଏଭଳି ପରିସ୍ଥିତିରେ ପ୍ରିନ୍ସ ଚାଲର୍‌ସଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓକୁ ନିଆଯାଇଥିଲା। ଉକ୍ତ ରାଜକାମାଲ ଷ୍ଟୁଡିଓରେ ପଦ୍ମିନୀ ଫିଲ୍ମ ‘ଆହିସ୍ତା-ଅହିସ୍ତା’ ଶୁଟିଂ ଚାଲିଥିଲା। ଯେତେବେଳେ ସେ ପ୍ରିନ୍ସ ଚାଲର୍‌ସଙ୍କ ଆଗମନ ବିଷୟରେ ଜାଣିଲେ, ସେ ନିଜେ ତାଙ୍କୁ ଭେଟିବାକୁ ଯାଇଥିଲେ ।
ଅଭିନେତ୍ରୀ ଶଶିକଳା ମଧ୍ୟ ସେଟରେ ଉପସ୍ଥିତ ଥିଲେ। ସେ ପ୍ରିନ୍ସଙ୍କୁ ବନ୍ଦାପନା କରିଥିଲେ। ହେଲେ ପଦ୍ମିନୀ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ସେହି ସମୟରେ ଜଣେ ଅଭିନେତ୍ରୀଙ୍କ ପାଇଁ ସେହିଭଳି କାହାକୁ ଚୁମ୍ବନ ଦେବା ସାଧାରଣ କଥା ନୁହେଁ। କାରଣ ସେତେବେଳେ ପରଦାରେ ବହୁତ କମ ଚୁମ୍ବନ ଦୃଶ୍ୟ ମଧ୍ୟ ଶୁଟ୍‌ କରାଯାଇଥିଲା । ଏପରି ପରିସ୍ଥିତିରେ, ଲୋକମାନେ ପଦ୍ମିନୀଙ୍କ ଏହି ପଦକ୍ଷେପକୁ ବହୁତ ବୋଲ୍ଡ ବୋଲି କହିଥିଲେ। ପ୍ରିନ୍ସ ଚାଲର୍‌ସ ବିବାହିତ ନଥିଲେ। ଏପରି ପରିସ୍ଥିତିରେ, ପଦ୍ମିନୀଙ୍କୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଭାରତରେ ଏହି ଘଟଣା ଏତେ ଚର୍ଚ୍ଚିତ ହେଲା ଯେ, ଏହା ବ୍ରିଟେନରେ ପହଞ୍ଚିଥିଲା। ଅଭିନେତ୍ରୀ କହିଥିଲେ, ଏହି ଘଟଣା ପରେ ମୁଁ ବ୍ରିଟେନକୁ ଯାଇଥିଲି ଯେଉଁଠାରେ ଇମିଗ୍ରେସନ ଅଧିକାରୀ ମୋତେ ପଚାରିଥିଲେ ଯେ, ତୁମେ ହିଁ ପ୍ରିନ୍ସ ଚାଲର୍‌ସଙ୍କୁ ଚୁମ୍ବନ ଦେଇଥିଲ। ଏହି ଚୁମ୍ବନ ଯୋଗୁ ତାଙ୍କୁ ବହୁତ ଲଜ୍ଜାଜନକ ଅନୁଭବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri