Posted inଖେଳ

ଟିମ୍‌ ଇଣ୍ଡିଆକୁ ବଞ୍ଚାଇଦେଲେ ମୟଙ୍କ

ମୁମ୍ବାଇ,୩।୧୨:ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୭୦ ଓଭର ଖେଳି ୪ ଉଇକେଟ ହରାଇ ୨୨୧ ରନ୍‌ କରିଛି। କମ୍‌ବ୍ୟାକ କରିଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ଏହାକୁ ସଠିକ ପ୍ରମାଣିତ କରିଥିଲେ ଭାରତର ଓପନର୍‌ ମୟଙ୍କ ଅଗ୍ରୱାଲ ଏବଂ ଶୁବମାନ ଗିଲ। ଉଭୟ ଲଡୁଆ ବ୍ୟାଟିଂ କରି ଦଳକୁ ଭଳ ଷ୍ଟାଟ୍‌ ଦେଇଥିଲେ। ମୟଙ୍କ ଏବଂ ଶୁବମନ ପ୍ରଥମ ଉଇକେଟ ପାଇଁ ୮୦ ରନ୍‌ ଯୋଡି ଥିଲେ। ହେଲେ ପ୍ରଥମ ଉଇକେଟ ଭାବେ ଶୁବମାନ ଗିଲ ୪୪ ରନ୍‌ (୭୧ ବଲ୍‌, ୭ ଚଉକା, ୧ ଛକା) କରି ଆଉଟ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଖାତା ନ ଖୋଲି ଆଉଟ ହୋଇଥିଲେ। ସେହିପରି ପ୍ରତ୍ୟାବର୍ତ୍ତନ କରିଥିବା ଅଧିନାୟକ ବିରାଟ କୋହଲି ୪ ବଲ ଖେଳି ଖାତା ଖୋଲିବାକୁ ଅସମର୍ଥ ହେଇଥିଲେ। ଏଜାଜ ପଟେଲ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରିଥିଲେ। ଉଭୟ ପୂଜାରା ଓ କୋହଲି ଶୂନରେ ଆଉଟ ହେବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଓପନର୍‌ ମୟଙ୍କ କ୍ରିଜରେ ରହି ୧୧୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ସେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପରବର୍ତ୍ତୀ ୫୦ ରନ୍‌ ପାଇଁ ୭୭ ବଲର ସହାୟତା ନେଇଥିଲେ। ସେ ନିଜ ଇନିଂସ ଭିତରେ ୧୩ ଚୌକା ଓ ୩ ଛକା ମାରିଛନ୍ତି। ସେ ତାଙ୍କର ୪ଟି ଯାକ ଶତକ ଭାରତରେ ହିଁ ମାରିଛନ୍ତି। ମୟଙ୍କ ଶେଷଥର ଲାଗି ୨୦୧୯ରେ ଇନ୍ଦୋରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ଶତକ ମାରିଥିଲେ। ଏହି ମ୍ୟାଚରେ ସେ ୨୪୩ ରନ୍‌ର ଇନିଂସ ଖେଳିଥିଲେ।

ସେହିପରି ଶ୍ରେୟସ ଆୟର ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ। ଉଭୟ ୮୦ ରନର ସହଭାଗିତା କରିଥିଲେ । କିନ୍ତୁ ଆୟର ୧୮ ରନ କରି ଆଉଟ ହେବା ପରେ ଦଳ ଉପରେ ପୁଣି ଚାପ ପଡିଯାଇଥିଲା। ପରେ ସତର୍କତାର ସହ ବ୍ୟାଟିଂ କରିଥିଲେ ରିଦ୍ଧିମାନ ସାହା । ଶୁକ୍ରବାର ଷ୍ଟମ୍ପ ଅପସାରଣ ବେଳକୁ ରିଦ୍ଧିମାନ ୨୫ ରନ୍‌ କରିଥିବା ବେଳେ ମୟଙ୍କ ୧୨୦ ରନ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ୪ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ:  ଭାରତୀୟ ମହିଳା ଦଳର ଦମଦାର ବିଜୟ

ଭୁବନେଶ୍ୱର, ୧\୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ହକିର ମହିଳା ବିଭାଗ ମ୍ୟାଚରେ ଭାରତ ୫-୧ ଗୋଲରେ ଆମେରିକାକୁ ପରାସ୍ତ...

୨୦୨୭ ଫିଫା ମହିଳା ବିଶ୍ୱକପ୍‌: ଏଆଇଏଫ୍‌ଏଫ୍‌ ଯୋଜନାକୁ କ୍ରୀଡ଼ା ମନ୍ତ୍ରଣାଳୟ, ସାଇର ସମର୍ଥନ

ନୂଆଦିଲ୍ଲୀ,୨୫।୫ (ପି.ଟି.): ୨୦୨୭ ଫିଫା ମହିଳା ବିଶ୍ୱକପ୍‌କୁ ଭାରତୀୟ ଦଳ ପଠାଇବା ପାଇଁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ବିଧିବଦ୍ଧ ଭାବେ ଏକ ଯୋଜନା...

ଝିଅର ଅନ୍ତିମ ସଂସ୍କାର ସାରି ଆସିଥିଲେ, ମଇଦାନରେ ଶତକ ମାରି ହୃଦୟ ଜିତିଲେ କ୍ରିକେଟର

ନୂଆଦିଲ୍ଲୀ,୨୬।୨: କ୍ରିକେଟ ଏପରି ଏକ ଖେଳ ଯେଉଁଠାରେ କେହି ଭଲ ପ୍ରଦର୍ଶନ କଲେ ହିରୋ ହୁଅନ୍ତି। ଏଥର ରଣଜୀ ଟ୍ରଫିରେ ଏଭଳି ଏକ ଘଟଣା ଦେଖିବାକୁ...

ନେପାଳରେ ଟାଇଟଲ ଜିତିଲେ ଓଡ଼ିଶାର ଦେବାଶିଷ

ଭୁବନେଶ୍ୱର, ୫।୨: ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଥିବା ଓଡ଼ିଶା ଟେନିସ ପ୍ରତିଭା ଦେବାଶିଷ ସାହୁ କ୍ୟାରିୟରରେ ଆଉ ଏକ ବଡ଼...

୬୫ ବର୍ଷ ପରେ କ୍ରିକେଟ୍‌ରେ ଘଟିବ ଏମିତି

ସିଡନୀ,୧୯।୧୧: ଟିମ ପେନ୍‌ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ କ୍ରିକେଟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆଶେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ...

ଧୋନୀଙ୍କୁ ମିସ୍‌ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମିସ୍‌ କରୁଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ...

ଦ୍ୱିତୀୟ ଟେଷ୍ଟ ଖେଳିବେନି ଓ୍ବାଗ୍‌ନର

ଓ୍ବେଲିଂଟନ, ୧ା୧ (ଏପି)- ଡାହାଣ ଗୋଡର ଦୁଇ ଭଙ୍ଗା ଆଙ୍ଗୁଠି ସତ୍ତ୍ୱେ ପାକିସ୍ତାନ ବିପକ୍ଷ ନ୍ୟୁଜିଲାଣ୍ଡର ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚର ଅଧିକାଂଶ ସମୟ ଖେଳିଥିଲେ...

କୋହଲିଙ୍କଠାରୁ ଗୁରୁମନ୍ତ୍ର ପାଇ ବିଜୟର ଖାତା ଖୋଲିଲା ଆରସିବି

ମୁମ୍ବାଇ,୧୬।୩: ଦୀର୍ଘ ସମୟ ଅପେକ୍ଷା କରିବା ପରେ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟର ଖାତା ଖୋଲିଛି। ଲଗାତାର ୫ ମ୍ୟାଚ ହାରିଯିବା...

Advertisement
Archives

Model This Week