Posted inଜାତୀୟ

ଖାନ୍‌ ସାରଙ୍କ ସୁରକ୍ଷାକର୍ମୀ କରିଥିଲେ ଫାୟାରିଂ, ନୂଆ ଭିଡିଓରେ ସାଂଘାତିକ ଖୁଲାସା!

ପାଟନା,୪।୬: ବିହାରର ରାଜଧାନୀ ପାଟନାରେ ଜୁନ ୨ ତାରିଖ ବିଳମ୍ୱିତ ସଂଧ୍ୟାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ମୋଡ଼ ଆସିଛି। ସୋସିଆଲ ମିଡିଆରେ ଗୁଳିବିନିମୟର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି, ଯାହାକି ଏହି ବିବାଦ ସମୟର ବୋଲି କୁହାଯାଉଛି। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ବ୍ୟକ୍ତି ବନ୍ଧୁକରେ ଗୁଳି ଲୋଡ କରି ବ୍ଲ୍‌ାଙ୍କ୍‌ ଫାୟାରିଂ କରୁଛନ୍ତି। ଏହି ବ୍ୟକ୍ତିମାନେ ଖାନ ସାରଙ୍କ ବଡିଗାର୍ଡ (ସୁରକ୍ଷାକର୍ମୀ) ବୋଲି କୁହାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ମାମଲା ଏବେ ଭିନ୍ନ ଆଡ଼କୁ ଗତି କରିଛି।

ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ‘ଜ୍ଞାନ ବିନ୍ଦୁ’ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ରୌଶନ ଆନନ୍ଦ ଏବଂ ତାଙ୍କର ଦୁଇ ସହଯୋଗୀ ଅଭିଷେକ ଓ ଗୌରବଙ୍କୁ ଗିରଫ କରିଛି। ବୁଧବାର ସଂଧ୍ୟାରେ ତିନିଜଣଙ୍କୁ ପାଟନା ସିଭିଲ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ଅଦାଲତ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ବେଉର ଜେଲ୍କୁ ପଠାଇ ଦେଇଛନ୍ତି। କୋର୍ଟରେ ହାଜର ହେବା ପୂର୍ୱରୁ ଏଲଏନ୍ଜେପି (LNJP) ହସ୍ପିଟାଲରେ ତିନିଜଣଙ୍କର ମେଡିକାଲ ଚେକଅପ ମଧ୍ୟ କରାଯାଇଥିଲା।

ନିଜ ଗିରଫଦାରୀ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରୌଶନ ଆନନ୍ଦ କହିଛନ୍ତି, ପୋଲିସ ଏହା ସ୍ପଷ୍ଟ କରିସାରିଛି ଯେ ସେଠାରେ କୌଣସି ଗୁଳି ଚାଲିନଥିଲା। ଏହା ମୋତେ ଏବଂ ମୋର ଅନୁଷ୍ଠାନକୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଚକ୍ରାନ୍ତ। ମୋତେ ଏହି ଘଟଣା ବିଷୟରେ କୌଣସି ସୂଚନା ସୁଦ୍ଧା ନଥିଲା। ମୁଁ ଅସୁସ୍ଥ ଅଛି, କିଡନୀ ରୋଗରେ ପୀଡ଼ିତ ଏବଂ ଗତବର୍ଷ ହିଁ ମୋର ଅପରେସନ ହୋଇଥିଲା।

ଏହି ସମ୍ପୂର୍ଣ୍ଣ ବିବାଦର ସୂତ୍ରପାତ ଖାନ ସାରଙ୍କ କୋଚିଂ ସେଣ୍ଟରର ସୁରକ୍ଷାକର୍ମୀ (ଗାର୍ଡ) ଙ୍କ ସହ ହୋଇଥିବା ମାଡ଼ପଟରୁ ଆରମ୍ଭ ହୋଇଥିବା କୁହାଯାଉଛି। ଅଭିଯୋଗ ହୋଇଛି ଯେ କିଛି ଦୁର୍ୱୃତ୍ତ କୋଚିଂ ପରିସର ମଧ୍ୟକୁ ପଶି ଖାନ ସାରଙ୍କ ଗାର୍ଡଙ୍କୁ ର୍ନିଦ୍ଦୟ ଭାବେ ମାଡ଼ ମାରିଥିଲେ, ଯାହା ପରେ ପରିସ୍ଥିତି ବେଶ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଏହି ଆକ୍ରମଣ ଏବଂ ମାଡ଼ପିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଗିରଫଦାରୀ କରିଛି। ବର୍ତ୍ତମାନ ପୋଲିସ ଏହି ମାମଲାର ସମସ୍ତ ଦିଗ ଏବଂ ଏହି ଚକ୍ରାନ୍ତ ପଛର ପ୍ରକୃତ କାରଣର ଗହନ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri