ଭାରତ-ନେପାଳ ମଧ୍ୟରେ ୬ ଏମ୍‌ଓୟୁ

କାଠମାଣ୍ଡୁ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ ଅବସରରେ ସୋମବାର ଦୁଇ ଦେଶ ମଧ୍ୟରେ ୬ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର୍‌ ବାହାଦୁର ଦେଉବାଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ପୂର୍ଣ୍ଣିମା ଅବସରରେ ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ମୋଦି ଅତ୍ୟାଧୁନିକ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ୍‌ ହେରିଟେଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ହେଲେ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେବା ସହ ସାରା ବିଶ୍ୱରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।
ଦୁଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରେ ଭାରତ-ନେପାଳ ସହଯୋଗ ଏବଂ ପାରସ୍ପରିକ ସ୍ବାର୍ଥ ପ୍ରସଙ୍ଗ ସ୍ଥାନ ପାଇଥିଲା। ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଉଭୟ ନେତା ଜୋର୍‌ ଦେଇଥିଲେ। ସେହିପରି ଲୁମ୍ବିନୀ ଏବଂ କୁଶିନଗର ସହର ମଧ୍ୟରେ ସମ୍ପର୍କ ବଢ଼ାଇବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ୬ଟି ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ନେପାଳରେ ଲୁମ୍ବିନୀ ମ୍ୟୁଜିୟମ ନିର୍ମାଣ ଏବଂ ଲୁମ୍ବିନୀ ବୁଦ୍ଧିଷ୍ଟ ୟୁନିଭର୍ସିଟିରେ ଡ. ଆମ୍ବେଡ୍‌କର ଚେୟାର ସ୍ଥାପନ ଉକ୍ତ ଏମ୍‌ଓୟୁରେ ରହିଛି।
ପ୍ରଧାନମନ୍ତ୍ରୀ ନେପାଳରେ ପହଞ୍ଚତ୍ ପ୍ରଥମେ ମାୟା ଦେବୀ ମନ୍ଦିର ଦର୍ଶନ କରିଥିଲେ। ତାଙ୍କ ସହ ଦେଉବା ଓ ତାଙ୍କ ପତ୍ନୀ ଡ. ଅର୍ଜୁ ରାଣା ଦେଉବା ଉପସ୍ଥିତ ଥିଲେ। ପରେ ଦୁଇ ପ୍ରଧାନମନ୍ତ୍ରୀ ମନ୍ଦିର ନିକଟରେ ଥିବା ଅଶୋକ ସ୍ତମ୍ଭ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଖ୍ରୀଷ୍ଟପୂର୍ବ ୨୪୯ରେ ସମ୍ରାଟ ଅଶୋକ ଉକ୍ତ ସ୍ତମ୍ଭ ନିର୍ମାଣ କରିଥିଲେ। ଲୁମ୍ବିନୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ବୋଲି ଏଥିରେ ଲେଖାଯାଇଛି। ଭାରତ-ନେପାଳ ସୀମା ବିବାଦ ପରେ ଏହା ମୋଦିଙ୍କ ପ୍ରଥମ ନେପାଳ ଗସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri