Posted inଜାତୀୟ

ନାସିକରେ ଚଳନ୍ତା ବସରେ ଲାଗିଲା ନିଆଁ: ଜଳିଯାଇ ୧୧ ମୃତ ଅନେକେ ଆହତ

ନାସିକ,୮ ।୧୦: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ରାତିରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଘଟଣା ନାସିକ-ଔରଙ୍ଗାବାଦ ରାସ୍ତାର ନାନ୍ଦୁରନାକା ନାମକ ସ୍ଥାନରେ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ନିଆଁରେ ଅନେକେ ପୋଡି ହୋଇଯାଇଛନ୍ତି । ଡେପୁଟି କମିଶନର ପୋଲିସ ଅମୋଲ ତାମ୍ବେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ନିଆଁରେ ପୋଡିହୋଇ କେତେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ମୃତକଙ୍କ ସଂଖ୍ୟା ୮ ରହିଥିବା କୁହାଯାଇଛି । ଆହତଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଅନେକେ ଗୁରୁତର ରହିଛନ୍ତି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ନାସିକ ପୋଲିସ କହିଛି ଶୁକ୍ରବାର ରାତିରେ ଏକ ବସରେ ନିଆଁ ଲାଗିଯିବା ଫଳରେ ଏବେ ପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଡାକ୍ତରଙ୍କ ରିପୋର୍ଟ ପରେ ସଠିକ ମୃତାହତଙ୍କ ସଂଖ୍ୟା ଜଣାପଡିବ ବୋଲି ପୋଲିସ କହିଛି । ସୂଚନା ମୁତାବକ ୟମତମାଲରୁ ମୁମ୍ବାଇ ଯାଇଥିବା ବସରେ ନିଆଁ ଲାଗିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ତାଲିକାରେ ନାମ ନ ଥିବାରୁ ପଦରୁ ଇସ୍ତଫା ଦେଲେ ସତ୍ୟପ୍ରକାଶ

ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ପଦ ନିର୍ବାଚନ ଦଳରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ନିର୍ବାଚନରେ ମତଦାନ କରି ନ ପାରିବାକୁ...

ପିଆଜ ରପ୍ତାନୀ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ ଆକାଶ ଛୁଇଁ ହୋଇଛି। ପିଆଜ ଦର କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର...

ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ଶନିବାର ଗୁରୁତର ଅବନତି ଦେଖାଦେବାରୁ ତାଙ୍କୁ...

ସ୍ବଚ୍ଛତା ସର୍ଭେ: ରାଜ୍ୟରେ ମଧ୍ୟପ୍ରଦେଶ-ସହର ମଧ୍ୟରେ ଇନ୍ଦୋର ଷଷ୍ଠ ଥର ପାଇଁ ଶୀର୍ଷରେ…

ନୂଆଦିଲ୍ଲୀ, ୧।୧୦ : କେନ୍ଦ୍ରର ବାର୍ଷିକ ସର୍ଭେରେ ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ସ୍ବଚ୍ଛ ସହର ଭାବେ ଶୀର୍ଷରେ ରହିଛି। ଏହା ପରେ ସୁରଟ...

ପୁଅର ଆତ୍ମା ନେବାକୁ ହାତରେ ଖଣ୍ଡାଧରି ହସ୍ପିଟାଲରେ ପହଞ୍ଚିଲେ ବାପା

ଯୋଧପୁର, ୨୨।୮: ଆଧୁନିକ ଯୁଗରେ ବେଳେବେଳେ ତନ୍ତ୍ରମନ୍ତ୍ର ଜାଲରେ କେତେକ ନିରୀହ ଲୋକ ପଡୁଥିବାର ଘଟଣା ନଜରକୁ ଆସିଥାଏ। ରାଜସ୍ଥାନର ଯୋଧପୁରରେ ଏଭଳି ଏକ ଘଟଣା...

ଦେଶଦ୍ରୋହ ଆଇନ ହଟାଉନ କାହିଁକି

ନୂଆଦିଲ୍ଲୀ,୧୬ା୭:ଭାରତରେ ଉପନିବେଶବାଦ ଅମଳର କଠୋର ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ...

ମହାଭାରତ ସମୟରେ ପ୍ରସ୍ତୁତ ହୋଇଥିଲା ଗୁପ୍‌ଚୁପ୍‌

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ପରିଚିତ। ଏହା ପୁଚ୍‌କା, ପାନିପୁରୀ, ବତାଶେ ଭଳି ନାମରେ ଲୋକପ୍ରିୟତା ହାସଲ କରିଛି। ଗୁପ୍‌ଚୁପ୍‌...

ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ

ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା...

Advertisement
Archives

Model This Week