ସରିଲା କୁମ୍ଭୀର, ପକ୍ଷୀ ଗଣନା

ଭଦ୍ରକ ଅଫିସ, ୧୪।୧ ଭଦ୍ରକ ବନଖଣ୍ଡ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି। ଜିଲା ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ ଓ ଧାମନଗର ରେଞ୍ଜରେ ୪ ଟିମ୍‌ ଏଥିରେ ସାମିଲ ଥିଲେ। ଚାନ୍ଦବାଲି ଓ ବାସୁଦେବପୁର ଡିଭିଜନରେ ଚଳିତ ମାସ ୬ ଓ ୭ ଦୁଇଦିନ ଧରି କୁମ୍ଭୀର ଗଣନା କରାଯାଇଥିଲା। ଦୁଇଦିନ ମଧ୍ୟରେ ବୈତରଣୀ, ସାଳନ୍ଦୀ ଓ ମନ୍ତେଈ ନଦୀରେ ୫୨ଟି ବଉଳା ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳିଥିବା ସୂଚନା ମିଳିଥିଲା। କିନ୍ତୁ ଗତବର୍ଷ ୬୨ଟି କୁମ୍ଭୀର ଥିବା ଗଣନା ହୋଇଥିଲା। ପ୍ରାକୃତିକ ପାଣିପାଗ ପରିବର୍ତ୍ତନ କାରଣରୁ କୁମ୍ଭୀରଗୁଡ଼ିକ ଗଣନା ସମୟରେ ଦେଖାଯାଇ ନ ଥିବା ବିଶାରଦ ସୁଧାକର କର କହିଛନ୍ତି।
୪ଟି ରେଞ୍ଜରେ ମୋଟ ୪୬ ପ୍ରଜାତିର ୧୩,୫୧୬ ପକ୍ଷୀ ଥିବା ବିଭାଗ ଗଣନା କରିଛି। ଅନ୍ୟ ଦେଶଗୁଡ଼ିକରେ ଶୀତର ପ୍ରକୋପ ନ ଥିବାରୁ ବିଦେଶୀ ପକ୍ଷୀ ଏଠାକୁ ଆସି ନ ଥିବା ଅଧିକାରୀ କହିଛନ୍ତି। ଇରାୱାଡ଼ି ପ୍ରଜାତିର ଡଲ୍‌ଫିନ ୪ଟି ଥିବା ଜଣାପଡ଼ିଛି। ସେଗୁଡ଼ିକ ବାସୁଦେବପୁର ରେଞ୍ଜ ଅଞ୍ଚଳରେ ଦେଖାଯାଇଥିବା ବେଳେ ଦୁର୍ଗାପୁର ମୁହାଣ, ଅବ୍‌ଦୁଲ କଲାମ ମୁହାଣ, ଚାନ୍ଦିନୀପାଳଠାରୁ ବାଲିମୁଣ୍ଡା ସମୁଦ୍ର ତଟ ମଧ୍ୟରେ ଦେଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରେଞ୍ଜର ବୈକୁଣ୍ଠନାଥ ବେହେରା, ସୁବାସ ଚନ୍ଦ୍ର ନାୟକ, ରଞ୍ଜିତ କୁମାର ମହାନ୍ତି, କୁଶ ସିଂଙ୍କ ସମେତ ବନପାଳ, ବନରକ୍ଷୀମାନେ ଗଣନା କାର୍ଯ୍ୟରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?