ସରିଲା କୁମ୍ଭୀର, ପକ୍ଷୀ ଗଣନା

ଭଦ୍ରକ ଅଫିସ, ୧୪।୧ ଭଦ୍ରକ ବନଖଣ୍ଡ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି। ଜିଲା ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ ଓ ଧାମନଗର ରେଞ୍ଜରେ ୪ ଟିମ୍‌ ଏଥିରେ ସାମିଲ ଥିଲେ। ଚାନ୍ଦବାଲି ଓ ବାସୁଦେବପୁର ଡିଭିଜନରେ ଚଳିତ ମାସ ୬ ଓ ୭ ଦୁଇଦିନ ଧରି କୁମ୍ଭୀର ଗଣନା କରାଯାଇଥିଲା। ଦୁଇଦିନ ମଧ୍ୟରେ ବୈତରଣୀ, ସାଳନ୍ଦୀ ଓ ମନ୍ତେଈ ନଦୀରେ ୫୨ଟି ବଉଳା ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳିଥିବା ସୂଚନା ମିଳିଥିଲା। କିନ୍ତୁ ଗତବର୍ଷ ୬୨ଟି କୁମ୍ଭୀର ଥିବା ଗଣନା ହୋଇଥିଲା। ପ୍ରାକୃତିକ ପାଣିପାଗ ପରିବର୍ତ୍ତନ କାରଣରୁ କୁମ୍ଭୀରଗୁଡ଼ିକ ଗଣନା ସମୟରେ ଦେଖାଯାଇ ନ ଥିବା ବିଶାରଦ ସୁଧାକର କର କହିଛନ୍ତି।
୪ଟି ରେଞ୍ଜରେ ମୋଟ ୪୬ ପ୍ରଜାତିର ୧୩,୫୧୬ ପକ୍ଷୀ ଥିବା ବିଭାଗ ଗଣନା କରିଛି। ଅନ୍ୟ ଦେଶଗୁଡ଼ିକରେ ଶୀତର ପ୍ରକୋପ ନ ଥିବାରୁ ବିଦେଶୀ ପକ୍ଷୀ ଏଠାକୁ ଆସି ନ ଥିବା ଅଧିକାରୀ କହିଛନ୍ତି। ଇରାୱାଡ଼ି ପ୍ରଜାତିର ଡଲ୍‌ଫିନ ୪ଟି ଥିବା ଜଣାପଡ଼ିଛି। ସେଗୁଡ଼ିକ ବାସୁଦେବପୁର ରେଞ୍ଜ ଅଞ୍ଚଳରେ ଦେଖାଯାଇଥିବା ବେଳେ ଦୁର୍ଗାପୁର ମୁହାଣ, ଅବ୍‌ଦୁଲ କଲାମ ମୁହାଣ, ଚାନ୍ଦିନୀପାଳଠାରୁ ବାଲିମୁଣ୍ଡା ସମୁଦ୍ର ତଟ ମଧ୍ୟରେ ଦେଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରେଞ୍ଜର ବୈକୁଣ୍ଠନାଥ ବେହେରା, ସୁବାସ ଚନ୍ଦ୍ର ନାୟକ, ରଞ୍ଜିତ କୁମାର ମହାନ୍ତି, କୁଶ ସିଂଙ୍କ ସମେତ ବନପାଳ, ବନରକ୍ଷୀମାନେ ଗଣନା କାର୍ଯ୍ୟରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ଏହି ମାର୍‌ପିଟ୍‌ ହୋଇଥିବା ସୂଚନା ମିଳିଛି। ଗୋଟିଏ...

ହ୍ରାସ ପାଇବ ପିଆଜ ଦର

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏନେଇ ପିଆଜ ଦର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ...

ଆଜି ରାଜ୍ୟରୁ ୧୦,୨୭୩ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୦୬୫ ଶିଶୁ

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୦,୨୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୧୧,୮୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

CORONAVIRUS UPDATE: କରୋନା ନେଲା ଆଉ ୨ ଜୀବନ; ଉଭୟ ମହିଳା

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି।...

କଣ୍ଟିଲୋ: ପରିବେଶକୁ ଅଧିକ ଉତ୍ତପ୍ତ କରୁଛି ଇଟାଭାଟି, ଜନଜୀବନ ଅସ୍ତବ୍ୟସ୍ତ

ଖଣ୍ଡପଡ଼ା,୨୬ା୫(ସ୍ବ.ପ୍ର.)-ସମ୍ପ୍ରତି ଟାଣ ଖରା ସମୟରେ ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଅଞ୍ଚଳରେ ଇଟାଭାଟି ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଭାଟିରୁ ନିର୍ଗତ ଧୂଆଁ ପରିବେଶକୁ...

ଆଜିଠୁ ପୁଣି ଟିକାକରଣ: କେନ୍ଦ୍ର ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୧୮।୧(ବ୍ୟୁରୋ): କରୋନା ମହାମାରୀକୁ ହରାଇବା ପାଇଁ ଓଡ଼ିଶାରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ରବିବାର ଟିକା ପ୍ରଦାନ ବନ୍ଦ ଥିବାବେଳେ ସୋମବାରଠାରୁ ପୁଣି ଆରମ୍ଭ ହୋଇଛି।...

ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭଣ୍ଡାରିପୋଖରୀ, ୨୦।୧୦ (ସ୍ବ.ପ୍ର.)- ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଦ୍ୱାରା ପରିଚାଳିତ ଭଦ୍ରକ ଜିଲା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ବାରିକପୁରଠାରେ ଶନିବାର ଦୁଇଦିନିଆ ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ...

ବ୍ୟକ୍ତିଗତ ଯୋଗାଯୋଗ କରିବାକୁ ଡାକପାଳଙ୍କୁ ପରାମର୍ଶ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ଓଡ଼ିଶା ଡାକ ପରିମଣ୍ଡଳ ଡାକଜୀବନ ବୀମା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଉପମଣ୍ଡଳ ପ୍ରବନ୍ଧକ...

Advertisement
Archives

Model This Week