Posted inଜାତୀୟ

୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଡିସେମ୍ବର ସୁଦ୍ଧା ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ, ୧୪।୧୦: ଦେଶରେ ଡିସେମ୍ବର ସୁଦ୍ଧା ୮୦ ଲକ୍ଷରୁ ଅଧିକ ଅପରାଧୀଙ୍କ ପାଇଁ ଅଟୋମେଟେଡ୍‌ ଫିଙ୍ଗରପ୍ରିଣ୍ଟ୍‌ ସିଷ୍ଟମ୍‌ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ଏହାଦ୍ୱାରା ସହଜରେ ଅପରାଧୀଙ୍କ ଡାଟା ସଂରକ୍ଷିତ ହୋଇ ରହିପାରିବ। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଦ୍ୱାରା ଅପରାଧୀଙ୍କୁ ଚିହ୍ନଟ କରିବା ସହଜ ହୋଇପାରିବ। ନଭେମ୍ବର ସୁଦ୍ଧା ଏହି ସିଷ୍ଟମ୍‌ର ବିକଶିତ ପାଇଁ ଥିବା ଅବଶିଷ୍ଟ କାର୍ଯ୍ୟ ସମ୍ପନ୍ନ ହେବା ପରେ ଡିସେମ୍ବର ତୃତୀୟ ସପ୍ତାହଠାରୁ ଏହାର ଉପଯୋଗ କରାଯିବାର ସମ୍ଭାବନା ରହିଛି। ତେବେ କେଉଁ ତାରିଖଠାରୁ ଏହା କାର୍ଯ୍ୟ କରିବ ସେ ନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଆମେରିକା ଫେଡେରାଲ ଯାଞ୍ଚ୍‌ ବ୍ୟୁରୋ ଦ୍ୱାରା ଅପରାଧୀଙ୍କ ଚିହ୍ନଟ ପାଇଁ ବ୍ୟବହୃତ କରାଯାଉଥିବା ସିଷ୍ଟମ୍‌ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବର ବିକି ସ୍ବାମୀଙ୍କୁ ୮୦ ହଜାର ଟଙ୍କା ମୂଲ୍ୟର ବାଇକ୍‌ ଭେଟିଦେଲେ ଏହି ମହିଳା

ରାୟପୁର,୨୭।୫: ଗୋବର ବିକ୍ରି କରି ସ୍ବାମୀଙ୍କୁ ୮୦ ହଜାର ଟଙ୍କାର ଏକ ବାଇକ୍‌ କିଣି ଦେଇଛନ୍ତି ଜଣେ ମହିଳା। ଛତିଶଗଡ଼ର ଏହି ମାମଲା ଏବେ ଚାରିଆଡେ...

ଅପରେଶନ ଗଙ୍ଗା: ଆଜି ୧୫ ବିମାନରେ ଉଦ୍ଧାର ହେବେ ୩ହଜାର ଭାରତୀୟ

ନୂଆଦିଲ୍ଲୀ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ହେଲେ ସ୍ଥିତି ଏବେବି ଅଣାୟତ୍ତ । ୟୁକ୍ରେନ୍ ଉପରେ ରୁଷିଆ ବର୍ଷି ଚାଲିଛି...

ୟୁପି କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ଅଜୟ ରାୟ, ମୋଦିଙ୍କ ବିପକ୍ଷରେ ଦୁଇଥର ଲଢ଼ିଛନ୍ତି ନିର୍ବାଚନ

ଲକ୍ଷ୍ନୌ,୧୭।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ସକ୍ରିୟ ହେଉଛି। ଦଳ ପୂର୍ବତନ ବିଧାୟକ ଅଜୟ ରାୟଙ୍କୁ ରାଜ୍ୟର କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ...

ଭକ୍ତଙ୍କୁ ନେଇ ଯାଉଥିବା ଗାଡ଼ି ଓଲଟିଲା: ୮ ମୃତ, ୩୭ ଆହତ

ଡେରାଡୁନ,୨୮।୮:ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। କିଚ୍ଛା ନିକଟରେ ଭକ୍ତଙ୍କ ନେଇଯାଉଥିବା ଏକ ଗାଡି ଓଲଟି ପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ...

ବିମାନ ଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୮ା୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରଗୁଡିକ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ...

ଏହି ଦୁଇ ମହିଳା ପୋଲିସଙ୍କୁ ଦେଶ କରୁଛି ସଲାମ

ଗୁଆହାଟୀ,୧୨।୧୧: ଏବେ ଆସାମର ଦୁଇଜଣ ମହିଳା ପୋଲିସ କନ୍‌ଷ୍ଟେବଳଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଫଟୋରେ ଦୁଇ ମହିଳା ହାତରେ କୁନି ଶିଶୁଙ୍କୁ...

ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୯: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମଙ୍ଗଳବାର ତାଙ୍କର ୯୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ...

ମହାରାଷ୍ଟ୍ର ପୋଲିସ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫ କରୋନା ପଜିଟିଭ

ମୁମ୍ବାଇ,୧୯।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ ହୋଇଥିବା ବେଳେ ଏଠାକାର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ବି ଏଥିରୁ ବାଦ୍‌ ଯାଇନାହିଁ। ଗତ ୨୪ ଘଣ୍ଟା...

Advertisement
Archives

Model This Week