ମଝି ଆକାଶରେ ୨ ହେଲିକପ୍ଟର ମଧ୍ୟରେ ଧକ୍କା: ୧୫ ମୃତ

କାବୁଲ, ୧୪।୧୦: ଆଫଗାନିସ୍ତାନରେ ୨ ବାୟୁସେନା ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ହେଲମଣ୍ଡ ପ୍ରଦେଶର ଲଶ୍କର ଗେହ ନିକଟସ୍ଥ ନଓ୍ବା-ଇ ବର୍କଜାୟି ଜିଲାରେ ସୈନ୍ୟବାହିନୀଙ୍କୁ ଆଣିବା କାର୍ଯ୍ୟରେ ନିଯୋଜିତ ଥିବା ଏହି ହେଲିକପ୍ଟର ୨ଟି ମଝି ଆକାଶରେ ନିୟନ୍ତ୍ରଣ ହରାଇ ପରସ୍ପର ମଧ୍ୟରେ ପିଟି ହୋଇଥିଲେ। ଘଟଣା ମଙ୍ଗଳବାର ମଧ୍ୟ ରାତ୍ରରେ ଘଟିଥିବା କୁହାଯାଉଛି। ରାତି ଅନ୍ଧାର ଯୋଗୁ ହୁଏତ କିଛି ଅସୁବିଧା ହୋଇଥିବା ଅନୁମାନ କରାଯାଉଛି। ହେଲିକପ୍ଟରରେ ଚିକିତ୍ସା ପାଇଁ ଆସୁଥିବା କିଛି ଆହତ ସୈନ୍ୟଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲମଣ୍ଡ ପ୍ରଦେଶ ଗଭର୍ନରଙ୍କ ପ୍ରବକ୍ତା ଉମର ଜଓ୍ବାକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ସୈନ୍ୟ ବାହିନୀ ଏବଂ ତାଲିବାନ ଆତଙ୍କବାଦୀ ସଂଗଠନ ମଧ୍ୟରେ ଦୀର୍ଘ ଦିନ ଧରି ଗୃହଯୁଦ୍ଧ ଜାରି ରହିଛି। ଶାନ୍ତି ଆଲୋଚନା ଜାରି ରହିଥିଲେ ମଧ୍ୟ ଏହା ସଫଳ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣରେ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖିବ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍‌ !

ନ୍ୟୁୟର୍କ,୧୫।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଔଷଧ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଦିନରାତି ଏନେଇ ଉଦ୍ୟମ ଅବ୍ୟାହତ ରହିଛି। ତେବେ...

ମିଳିଲା କରୋନାଭାଇରସ ଠିକ୍‌ ହେବାର ଚିକିତ୍ସା ପଦ୍ଧତି !

ବେଜିଂ,୧୫।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ୧,୫୨୩ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୬୬,୪୯୨ରେ। ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖବର...

ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ...

ଢାକା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଢାକା,୮।୩: ବାଂଲାଦେଶର ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଥିବା ଜନଗହଳୀପୂର୍ଣ୍ଣ ଏକ ବହୁତଳ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ...

ତାଲିବାନ ବିରୋଧରେ ମହିଳାଙ୍କ ପ୍ରଦର୍ଶନ, ଭିଡ଼ିଓ ଭାଇରାଲ…

କାବୁଲ,୧୮।୮: ଆଫଗାନିସ୍ତାନରେ ତାଲିବାନ ଭୟ ଯୋଗୁ ଲୋକେ ଭିଟାମାଟି ଛାଡି ପଳାଉଛନ୍ତି। ତେବେ ତାଲିବାନ ଶାସନ ବିରୋଧରେ କିଛି ମହିଳା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ...

ଭାଜପା କିରୋସିନ୍‌ ଛିଞ୍ଚିବା କାମ କରୁଛି

ଲଣ୍ଡନ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ଶୁକ୍ରବାର ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ‘ଆଇଡିଆ ଫର୍‌ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ।...

ଟ୍ରମ୍ପ୍‌ ସମର୍ଥକଙ୍କ ସଶସ୍ତ୍ର ବିକ୍ଷୋଭ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟଗଣତି ଜାରି ରହିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାୟ ୨୦୦ ସମର୍ଥକ ଆରିଜୋନାର ଏକ ଭୋଟ କେନ୍ଦ୍ରରେ ବୁଧବାର ରାତିରେ ସଶସ୍ତ୍ର...

ସିଞ୍ଜୋ ଆବେ ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କଲେ

ଟୋକିଓ,୨୦।୧୧: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶର ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି। ଇତିମଧ୍ୟରେ ବୁଧବାର ସୁଦ୍ଧା ସେ ୨,୮୮୭...

Advertisement
Archives

Model This Week