ସ୍କୁଲ ପାଖରେ ଗୁଟ୍‌ଖା ବିକ୍ରି କଲେ ଜରିମାନା

କେନ୍ଦୁଝର,୧୫ା୧୧(ଡି.ଏନ୍‌.ଏ.)  ରାଜ୍ୟରେ ସବୁ ସ୍କୁଲଗୁଡ଼ିକର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଣିକି ସ୍କୁଲ ନିକଟରେ ସିଗାରେଟ, ବିଡି,ପାନ,ଗୁଟ୍‌ଖା ବ୍ୟବହାର ଉପରେ କଟକଣା କରାଯାଇଛି। ସ୍କୁଲରେ କୌଣସି ଶିକ୍ଷକ ତଥା କର୍ମଚାରୀମାନେ ପାନ, ବିଡ଼ି, ସିଗାରେଟ, ଗୁଟଖା ଖାଇପାରିବେ ନାହିଁ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍କୁଲ ପରିସର କିମ୍ବା ସ୍କୁଲ ପାଖରେ ବିଭିନ୍ନ ଗୁଟ୍‌ଖା ସାମଗ୍ରୀ ବିକ୍ରି ଉପରେ ନିୟମ ଲାଗୁ କରାଯାଇଥିଲେ ହେଁ ଏହାକୁ ପାଳନ କରାଯାଉ ନାହିଁ। ପୋଲିସ, ଅବକାରୀ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ ନ କରିବା ଫଳରେ ସ୍କୁଲ ନିକଟରେ ଅବାଧରେ ଏହା ବିକ୍ରି ହେଉଛି।
କୌଣସି ସ୍କୁଲ ପରିସରରେ ସିଗାରେଟ କିମ୍ବା ଗୁଟଖାର ଯାଞ୍ଚ ସହ ୩୦୦ ଫୁଟ ପରିଧିରେ ଏପରି ଅବକାରୀ ସାମଗ୍ରୀର ଯାଞ୍ଚ କରାଯିବ। ଏ ନେଇ ଡିଇଓ ଏବଂ ବିଇଓମାନଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ତମାଖୁମୁକ୍ତ ଅଞ୍ଚଳ ଭାବେ କାର୍ଯ୍ୟ କରିପାରୁ ନ ଥିବା କଥା ଜଣାପଡ଼ିଛି। ଜିଲାପାଳ ଓ ଏସ୍‌ପିଙ୍କ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟ ପରିସର ତମାଖୁମୁକ୍ତ ଅଞ୍ଚଳରେ ପରିଣତ କରିବା ପାଇଁ ଜିଲାପାଳ ଆଶିଷ ଠାକ୍‌ରେ ଗତ ୨୦୧୯ ଜୁଲାଇ ୨ରେ ପତ୍ର ଲେଖିଥିଲେ। କିନ୍ତୁ ଜିଲାପାଳଙ୍କ ଏହି ନିର୍ଦ୍ଦେଶପରେ ବି ଅନେକ କାର୍ଯ୍ୟାଳୟର କର୍ମଚାରୀମାନେ ଗୁଟ୍‌ଖା ସେବନ କରି ଅଫିସରେ କାମ କରୁଥିବା ପରିଲ୍ଲକ୍ଷିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କେତେକ ଶିକ୍ଷକ ଓ ଅଧ୍ୟାପକମାନେ ମଧ୍ୟ ଗୁଟ୍‌ଖା ସେବନ କରୁଥିବା ଲକ୍ଷ୍ୟ କରାଯାଇଛି। ଏସମ୍ପର୍କରେ ବ୍ୟାପକ ସଚେତନତାର ଆବଶ୍ୟକତା ଥିବାରୁ ମହାବିଦ୍ୟାଳୟରେ ମଧ୍ୟ ଛାତ୍ରୀଛାତ୍ରମାନେ ଗୁଟ୍‌ଖାରୁ କିପରି ଦୂରେଇ ରହିପାରିବେ ସେଥିପ୍ରତି ସଚେତନତାମୂଳକ ପଦକ୍ଷେପ ନେବାକୁ ଦାବି ହେଉଛି। ସ୍କୁଲରେ ସୁସ୍ଥ ପରିବେଶ ସାଙ୍ଗକୁ ପିଲାମାନେ ଯେପରି ସିଗାରେଟ, ଗୁଟଖା ଭଳି ବଦଭ୍ୟାସ ଠାରୁ ଦୂରରେ ରହନ୍ତି ସେ ସମ୍ପର୍କରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିକ୍ଷାବିତ୍‌ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ବିଜ୍ଞପ୍ତି ପରେ ଏବେ ସ୍କୁଲ ଠାରୁ ୩୦୦ ଫୁଟ ପରିଧିରେ ଗୁଟଖା, ସିଗାରେଟ, ପାନ ବିକ୍ରି ହେଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଫାଇନ ଆଦାୟ ହେବ ବୋଲି ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବର୍ଦ୍ଧିତ ହେଲେ କୃତୀ ପ୍ରତିଭା

ପାଟଣା,୨୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୁଖ୍ୟ ଷ୍ଟାଡିୟମରେ ଶୁକ୍ରବାର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପରିଚାଳନା...

ଛୁଆ ହାତୀର ମୃତଦେହ ଠାବ

ବଡ଼ବିଲ/କେନ୍ଦୁଝର,୯ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଫରେଷ୍ଟ ରେଞ୍ଜ ଅଧୀନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନ ବିଭାଗ ଏକ ଛୁଆହାତୀର ଗଳିତ ମୃତଦେହ ଠାବ କରିଛି। ମୃତ...

ଜେଜେ ମା’ ପାଖରେ ଶାନ୍ତିରେ ଶୋଇଥିଲେ, ଆସି ପହଞ୍ଚିଲା ମୃତ୍ୟୁ

ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକଲା ପଞ୍ଚାୟତ ଖମୁଆଁ ଗ୍ରାମର କୁସୁମପଶିସାହିରେ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସର୍ବେଶ୍ୱର...

କେନ୍ଦୁଝର ପୌରାଞ୍ଚଳରେ କରୋନା କଟକଣାକୁ ଫୁ’: ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ ବେଳେ ରହୁନି ସାମାଜିକ ଦୂରତ୍ୱ

କେନ୍ଦୁଝର, ୧୧।୪(ସ୍ବ.ପ୍ର.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା...

ଜିଲାପାଳ,ଏସପି ଅଫିସ ବିଶୋଧନ ହେଲା

କେନ୍ଦୁଝର,୪।୪, (ସ୍ବ.ପ୍ର.) :କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ରେ ସାନିଟାଇଜେସନ କାମ ଜୋର ସୋର ରେ ଚାଲିଛି। ଶନିବାର ଜିଲାପାଳ, ଏସପି ଙ୍କ କାର୍ଯ୍ୟାଳୟ...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ମିଳୁନି ପରିଚୟ, ହତ୍ୟା ସନ୍ଦେହ

ହାଟଡ଼ିହୀ,୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଶୁକ୍ରବାର ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।...

ଅଙ୍ଗନଓ୍ବାଡି ଶିଶୁକୁ ମାଡ଼ ଘଟଣା: ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ୧ ନଂ. ଅଙ୍ଗନଓ୍ବାଡି କେନ୍ଦ୍ରରେ ଜଣେ ଅଭିଭାବକଙ୍କ ଦ୍ୱାରା ଶିଶୁକୁ ମାଡ ମରାଯିବା...

ସୁଜିଖାଇ ୪୦ ଛାତ୍ରୀ ଅସୁସ୍ଥ

  କେନ୍ଦୁଝର,୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁସ୍ଥିତ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ହାଇସ୍କୁଲର ୪୦ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମଙ୍ଗଳବାର...

Advertisement
Archives

Model This Week