ଏମାର ମଠରେ ପୁଣି ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୭।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା, ସିନ୍ଦୁକ, ଗାଦିଘର ସମେତ ଅନେକ ଗୁପ୍ତ କୋଠରିକୁ ମେଟାଲ ଡିଟେକ୍ଟର ଦ୍ୱାରା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୪ଜଣିଆ ଟିମ୍‌ ଯାଞ୍ଚ କରିଛନ୍ତି। ମଠ ମହନ୍ତ, ଦେବୋତ୍ତର କମିଶନଙ୍କ ପ୍ରତିନିଧି, ଟ୍ରଷ୍ଟ ବୋର୍ଡ ସଦସ୍ୟ, ପୋଲିସ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଛି। ତନ୍ନତନ୍ନ ଭାବେ ଯାଞ୍ଚ ପରେ ପାଠଶାଳା ଓ ବାଟ ଅଗଣାର ୪ଟି ସ୍ଥାନ ସ୍କାନରରେ ଆସିଥିବାରୁ ଗୋଲାକାର ଚିହ୍ନ ଦିଆଯାଇଛି। ସମ୍ପୃୃକ୍ତ ସ୍ଥାନଗୁଡ଼ିକରେ କୌଣସି ଧାତବ ପଦାର୍ଥ ଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡ ବୈଠକ ବସି ଖନନ ଲାଗି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ କହିଛନ୍ତି, ୨୦୧୧ରେ ଏମାର ମଠର ଗୁପ୍ତ ସୁଡ଼ଙ୍ଗରୁ ୫୨୨ ଖଣ୍ଡ ରୁପାଇଟା ମିଳିଥିଲା। ଏହାପରେ ଗତ ଏପ୍ରିଲ ୧୦ ତାରିଖରେ ଆଉ ୪୫ ଖଣ୍ଡ ରୁପାଇଟା ବାହାରିଥିଲା। ଏସବୁକୁ ଏବେ ପୁରୀ ଟ୍ରେଜେରିରେ ରଖାଯାଇଛି। ତେଣୁ ଏହି ମଠରେ ଆହୁରି ମୂଲ୍ୟବାନ ଧନସମ୍ପତ୍ତି ଓ ରୁପାଇଟା ଥିବା ସନ୍ଦେହ କରି ନୂଆ ଟ୍ରଷ୍ଟ ବୋର୍ଡ ଯାଞ୍ଚ ଲାଗି ଅନୁରୋଧ କରିଥିଲେ। ଏହି କ୍ରମରେ ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା ଓ ଅନେକ ଗୁପ୍ତ କୋଠରିକୁ ଏକ ଟିମ୍‌ ଯାଞ୍ଚ କରିଛନ୍ତି। ଏଥିରେ ବ୍ୟବହୃତ ହୋଇଥିବା ମେଟାଲ ଡିଟେକ୍ଟର ଚଟାଣରୁ ମାତ୍ର ୨ଫୁଟ୍‌ ତଳେ ଥିବା ଧାତବ ପଦାର୍ଥକୁ ଚିହ୍ନଟ କରିବାରେ ସମର୍ଥ ହୋଇଥାଏ। ତେଣୁ ଆହୁରି ଗଭୀରରେ ଧାତବ ପଦାର୍ଥ ରହିଥିବା ଅନୁମାନ କରାଯାଉଛି। ଏଥିଲାଗି ଆବଶ୍ୟକ ପଡ଼ିଲେ ଅଧିକ କ୍ଷମତାସମ୍ପନ୍ନ ମେଟାଲ ଡିଟେକ୍ଟର ଆଣି ପୁନଶ୍ଚ ଯାଞ୍ଚ କରାଯିବ। ଆଗାମୀ ଦିନରେ ମଧ୍ୟ ଟ୍ରଷ୍ଟ ବୋର୍ଡ ଓ ଦେବୋତ୍ତର ବିଭାଗକୁ ସମସ୍ତ କାର୍ଯ୍ୟରେ ପ୍ରଶାସନ ଏଭଳି ଭାବେ ସହଯୋଗ କରିବ।
ସେହିପରି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ରାମାନୁଜ ନାରାୟଣ ଦାସ କହିଛନ୍ତି, ଟ୍ରଷ୍ଟ ପକ୍ଷରୁ ଚିଠି ଲେଖାଯିବା ପରେ ଏହି ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି। ଆଗାମୀ ଦିନରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡର ବୈଠକ ପରେ କିଭଳି ସମ୍ପୃକ୍ତ ସ୍ଥାନ ଖନନ କରାଯିବ ଓ ଆଗକୁ କି ପଦକ୍ଷେପ ନିଆଯିବ ସେନେଇ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଟ୍ରଷ୍ଟ ସଦସ୍ୟ ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଏମାର ମଠ ହେଉଛି ଏକ ପୁରାତନ ତଥା ବିତ୍ତଶାଳୀ ମଠ। ନଅଙ୍କ ଦୁର୍ଭିକ୍ଷ ସମୟରେ ଏଠାରୁ ହଜାର ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବାର ଇତିହାସ ରହିଛି। ସେହିପରି ଏହି ମଠକୁ ଦାନ ସୂତ୍ରରେ ଅନେକ ଧନସମ୍ପତ୍ତି ମିଳିଥିଲା। ତେଣୁ ଏଠାକାର ମାଟିତଳେ ଅନେକ ମୂଲ୍ୟବାନ ସାମଗ୍ରୀ ପୋତା ରହିଥାଇପାରେ। ଯାଞ୍ଚ ଟିମ୍‌ ଦ୍ୱାରା ଚିହ୍ନଟ ଗୋଲାକାର ସ୍ଥାନର ଖନନ ପାଇଁ ଦେବୋତ୍ତର ବିଭାଗ କମିଶନରଙ୍କୁ ଟ୍ରଷ୍ଟ ବୋର୍ଡ ଚିଠି ଲେଖିବ। କମିଶନରଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବ, ସେହି ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେବା ସତ୍ତ୍ୱେ ଯୁବ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୧ା୪ (ବ୍ୟୁରୋ): ରାଜ୍ୟର ବହୁ ଡାକ୍ତର ଏବେ ସଂକ୍ରମିତ। କେତେଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରବିବାର ଆଉଜଣଙ୍କ ଜୀବନ ନେଇଛି କରୋନା। ଭୁବନେଶ୍ୱରର ଏକ ଘରୋଇ...

କାନ ଧରି ପ୍ରତିବାଦ କଲେ ସିଟି ଓ ବିଏଡ୍‌ ଡିଗ୍ରୀଧାରୀ

ଭୁବନେଶ୍ୱର, ୧୩ା୨ (ବ୍ୟୁରୋ): ପାଠ ପଢ଼ି ଭଲ ମାର୍କରେ ପାସ କରିବା ପରେ ବି ମିଳୁନି ଚାକିରି। ଓଡ଼ିଶାରେ ଦିନକୁ ଦିନ ବେକାରି ସମସ୍ୟା ବୃଦ୍ଧି...

ବୋନସ ପ୍ରଦାନକୁ ନେଇ ଶ୍ରମିକ ସଂଘର ଧାରଣା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କର୍ମଚାରୀଙ୍କ ବୋନସକୁ ନେଇ ଗୁରୁବାର ଶ୍ରମିକ ସଂଘ ପକ୍ଷରୁ ବାଲେଶ୍ୱର ଆଲଏଜ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରବଳ...

ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୫।୪(ବ୍ୟୁରୋ): ଜୟ ଶ୍ରୀରାମ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ...

ସାରଳା ଦାସଙ୍କ ମହାଭାରତ ବାସ୍ତବିକ ଅନନ୍ୟ: ଉପରାଷ୍ଟ୍ରପତି

କଟକ ଅଫିସ,୩।୪: ଆଦିକବି ସାରଳା ଦାସ ହେଉଛନ୍ତି ଆଧୁନିକ ଓଡ଼ିଆ ଭାଷାର ଜନକ। ପଞ୍ଚଦଶ ଶତାବ୍ଦୀରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ଓଡ଼ିଆ ସାହିତ୍ୟକୁ ଲୋକାଭିମୁଖୀ...

ପୁନରୁଦ୍ଧାର ହେଲା, ଗେଟ୍‌ ଲାଗିଲାନି

ଲୋଇସିଂହା,୨୫।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ବଙ୍ଗାବାହାଲ ଗଁାରେ ରହିଛି ଦେହେରୀ କଟାଁ। ୨୦ଏକର ପରିମିତ ଏହି ଜଳାଶୟର ପୁନରୁଦ୍ଧାର ଚଳିତ...

ସରକାରୀ ଚାକିରି ଆବେଦନ ବୟସ ସୀମା ୩୨ରୁ ୪୨ ବର୍ଷ ପାଇଁ ଦାବି

କେନ୍ଦୁଝର,୨ା୮(ସ୍ବ.ପ୍ର.): ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେଡି ସରକାର ଆଶାୟୀ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ବୟସସୀମା ବୃଦ୍ଧି ନ...

‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା...

Advertisement
Archives

Model This Week