ଏମାର ମଠରେ ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୬।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା, ସିନ୍ଦୁକ, ଗାଦିଘର ସମେତ ଅନେକ ଗୁପ୍ତ କୋଠରୀକୁ ମେଟାଲ ଡିଟେକ୍ଟର ଦ୍ୱାରା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୪ଜଣିଆ ଟିମ୍‌ ଯାଞ୍ଚ କରିଛନ୍ତି। ମଠ ମହନ୍ତ, ଦେବୋତ୍ତର କମିଶନଙ୍କ ପ୍ରତିନିଧି, ଟ୍ରଷ୍ଟ ବୋର୍ଡ ସଦସ୍ୟ, ପୋଲିସ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଛି। ତନ୍ନତନ୍ନ ଭାବେ ଯାଞ୍ଚ ପରେ ପାଠଶାଳା ଓ ବାଟ ଅଗଣାର ୪ଟି ସ୍ଥାନ ସ୍କାନରରେ ଆସିଥିବାରୁ ଗୋଲାକାର ଚିହ୍ନ ଦିଆଯାଇଛି। ସମ୍ପୃୃକ୍ତ ସ୍ଥାନଗୁଡ଼ିକରେ କୌଣସି ଧାତବ ପଦାର୍ଥ ଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡ ବୈଠକ ବସି ଖନନ ଲାଗି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ କହିଛନ୍ତି, ୨୦୧୧ରେ ଏମାର ମଠର ଗୁପ୍ତ ସୁଡ଼ଙ୍ଗରୁ ୫୨୨ ଖଣ୍ଡ ରୁପାଇଟା ମିଳିଥିଲା। ଏହାପରେ ଗତ ଏପ୍ରିଲ ୧୦ ତାରିଖରେ ଆଉ ୪୫ ଖଣ୍ଡ ରୁପାଇଟା ବାହାରିଥିଲା। ଏସବୁକୁ ଏବେ ପୁରୀ ଟ୍ରେଜେରୀରେ ରଖାଯାଇଛି। ତେଣୁ ଏହି ମଠରେ ଆହୁରି ମୂଲ୍ୟବାନ ଧନସମ୍ପତ୍ତି ଓ ରୁପାଇଟା ଥିବା ସନ୍ଦେହ କରି ନୂଆ ଟ୍ରଷ୍ଟ ବୋର୍ଡ ଯାଞ୍ଚ ଲାଗି ଅନୁରୋଧ କରିଥିଲେ। ଏହି କ୍ରମରେ ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା ଓ ଅନେକ ଗୁପ୍ତ କୋଠରୀକୁ ଏକ ଟିମ୍‌ ଯାଞ୍ଚ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri