ଏହି ୫ ଭୁଲ୍‌ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିରେ ବର୍ଣ୍ଣିତ ବିଭିନ୍ନ ନୀତି ମଧ୍ୟରେ ବ୍ୟକ୍ତି କେଉଁ ୫ଟି ଭୁଲ କରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି। କାରଣ ଏହାଦ୍ୱାରା ବଡ଼ କ୍ଷତି ହୋଇଥାଏ। ଜାଣନ୍ତୁ…

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ଯଦି କେହି ବ୍ୟକ୍ତି ଧର୍ମ ସହ ଜଡ଼ିତ କାମକୁ କରିବାରେ ଭୁଲ କରିଥାଏ ଏବଂ ତାହା ଜାଣିବା ପରେ ମଧ୍ୟ ସୁଧାରେ ନାହିଁ, ତେବେ ତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଥାଏ। ଅନେକ ସମୟରେ ଧାର୍ମିକ କାମରେ କରିଥିବା ଭୁଲ ଯୋଗୁ ବ୍ୟକ୍ତି ବରବାଦ ହୋଇଯାଏ।

-ଔଷଧକୁ ନେଇ ବ୍ୟକ୍ତିକୁ ସର୍ବଦା ସଜାଗ ରହିବା ଉଚିତ। ରୋଗୀ ବ୍ୟକ୍ତି ଯଦି ଔଷଧ ନେବାରେ ଅବହେଳା କରିଥାଏ ତେବେ ତାର ଜୀବନ ବି ଯାଇପାରେ। ଏଥିନେଇ ଔଷଧକୁ ଠିକ୍‌ ଭାବେ ଓ ଠିକ୍‌ ସମୟରେ ବ୍ୟବହାର ନ କରିବା ଅସୁବିଧାରେ ପକାଇପାରେ ବୋଲି ଚାଣକ୍ୟ କହିଛନ୍ତି।

-ଗରିବ ହୁଅନ୍ତୁ ଅବା ଧନୀ, ସବୁ ବର୍ଗର ବ୍ୟକ୍ତିଙ୍କୁ ଧନର ଉପଯୁକ୍ତ ବ୍ୟବହାର ବିଷୟରେ ଧାରଣା ରହିବା ଉଚିତ। ଧନକୁ ସଠିକ୍‌ ଉପାୟରେ ଖର୍ଚ୍ଚ କରିବାର ଉପାୟ ଜଣା ନ ଥିଲେ ବ୍ୟକ୍ତି ବରବାଦ ହୋଇଯାଏ। ଏଥିପାଇଁ ବ୍ୟକ୍ତିକୁ ନିଜର ରୋଜଗାର ଏବଂ ଖର୍ଚ୍ଚ ବିଷୟରେ ଜଣାଥିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

-ଅଧିକ ଖାଇବା ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଖରାପ। ଅତ୍ୟଧିକ ଭୋଜନ ଦରିଦ୍ରତାର କାରଣ ବୋଲି କୁହାଯାଏ। ଏଥିନେଇ ଉକ୍ତ ବ୍ୟକ୍ତି କିଛି ସମୟ ପରେ ବରବାଦ ହୋଇଯାଏ ବୋଲି ଚାଣକ୍ୟ କହିଛନ୍ତି।

-ଶେଷରେ ଗୁରୁ ଆଦେଶକୁ ଅବମାନନା କରିଥିବା ବ୍ୟକ୍ତି ଜୀବନରେ ଅନେକ ପ୍ରକାର କଷ୍ଟର ସମ୍ମୁଖୀନ ହୋଇଥାଏ। ଏଥିନେଇ ବ୍ୟକ୍ତିଙ୍କୁ ଗୁରୁଙ୍କ ଆଦେଶ ପାଳନ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri