Posted inଫୁରସତ

ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ…

ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ ଓକିଲାତି କରିଛନ୍ତି। ବିହାର ପାଟଣାର ବିଏନ୍‌ କଲେଜରେ ଓକିଲାତି ପଢ଼ା ସାରିବା ପରେ ସେ ରାଜନୀତି ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଶନ୍‌ ମଧ୍ୟ କରିଛନ୍ତି। ହେଲେ ତାଙ୍କ ପୁଅମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି।

ଲାଲୁଙ୍କ ବଡ଼ ପୁଅଙ୍କ ନାମ ତେଜ ପ୍ରତାପ ଯାଦବ। ସେ ଏକାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ଦ୍ୱାଦଶରେ ଫେଲ୍‌ ହେବା ପରେ ସେ ପାଠପଢ଼ା ଛାଡ଼ି ଦେଇଥିଲେ। ସେହିଭଳି ବିହାରର ଡେପୁଟି ସିଏମ୍‌ ରହିଥିବା ଲାଲୁଙ୍କ ପୁଅ ତେଜସ୍ବି ଯାଦବ ମାତ୍ର ୯ମ ପାସ୍‌। ଅପରପକ୍ଷେ ଲାଲୁଙ୍କ ସବୁଠାରୁ ବଡ଼ ଝିଅ ମିସା ଏମ୍‌ବିବିଏସ୍‌ କରିଛନ୍ତି। ପାଟଣା ମେଡିକାଲ କଲେଜରେ ପଢ଼ିଥିବା ବେଳେ କଲେଜ ଟପ୍ପର ମଧ୍ୟ ହୋଇଥିଲେ।

ଲାଲୁଙ୍କ ଝିଅ ରୋହିଣୀ ଏମ୍‌ବିବିଏସ୍‌ କରିଛନ୍ତି। ତୃତୀୟ ଝିଅ ଚନ୍ଦା ଏଲ୍‌ଏଲ୍‌ବି କରିଛନ୍ତି। ପୁଣେର ପ୍ରତିଷ୍ଠିତ କଲେଜରୁ ସେ ଓକିଲାତି ଡିଗ୍ରୀ ହାସଲ କରିଛନ୍ତି।

ଲାଲୁଙ୍କ ଝିଅ ରାଗିଣୀ ଇଣ୍ଟର ପାସ କରିଛନ୍ତି। ରାଞ୍ଚିର ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ବିଟେକ୍‌ କରୁଥିଲେ। ହେଲେ ସେ ଏହାକୁ ପୁରା କରିଥିଲେ।

ହେମା ଯାଦବ ବିଆଇଟି, ରାଞ୍ଚିରୁ ବିଟେକ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କୋଟାରେ ସେ ଆଡମିଶନ ନେଇଥିଲେ।

ଲାଲୁଙ୍କ ୬ଷ୍ଠ ଝିଅ ଅନୁଷ୍କା ଇଣ୍ଟେରିୟର ଡିଜାଇନିଂରେ ଗ୍ରାଜୁଏଶନ୍‌ କରିଛନ୍ତି। ସେ ହରିୟାଣାରେ ରଓ୍ବୋଡିର ଏକ କଲେଜରୁ ଓକିଲାତି ପାଠ ପଢ଼ୁଥିବା ଜଣାପଡ଼ିଛି।

ଲାଲୁଙ୍କ ସବୁଠାରୁ ସାନ ଝିଅ ରାଜଲକ୍ଷ୍ମୀ ନୋଏଡାର ଅମିତ୍‌ ୟୁନିଭର୍ସିଟିରୁ ଗ୍ରାଜୁଏଶନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri