Posted inଫୁରସତ

ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ…

ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ ଓକିଲାତି କରିଛନ୍ତି। ବିହାର ପାଟଣାର ବିଏନ୍‌ କଲେଜରେ ଓକିଲାତି ପଢ଼ା ସାରିବା ପରେ ସେ ରାଜନୀତି ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଶନ୍‌ ମଧ୍ୟ କରିଛନ୍ତି। ହେଲେ ତାଙ୍କ ପୁଅମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି।

ଲାଲୁଙ୍କ ବଡ଼ ପୁଅଙ୍କ ନାମ ତେଜ ପ୍ରତାପ ଯାଦବ। ସେ ଏକାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ଦ୍ୱାଦଶରେ ଫେଲ୍‌ ହେବା ପରେ ସେ ପାଠପଢ଼ା ଛାଡ଼ି ଦେଇଥିଲେ। ସେହିଭଳି ବିହାରର ଡେପୁଟି ସିଏମ୍‌ ରହିଥିବା ଲାଲୁଙ୍କ ପୁଅ ତେଜସ୍ବି ଯାଦବ ମାତ୍ର ୯ମ ପାସ୍‌। ଅପରପକ୍ଷେ ଲାଲୁଙ୍କ ସବୁଠାରୁ ବଡ଼ ଝିଅ ମିସା ଏମ୍‌ବିବିଏସ୍‌ କରିଛନ୍ତି। ପାଟଣା ମେଡିକାଲ କଲେଜରେ ପଢ଼ିଥିବା ବେଳେ କଲେଜ ଟପ୍ପର ମଧ୍ୟ ହୋଇଥିଲେ।

ଲାଲୁଙ୍କ ଝିଅ ରୋହିଣୀ ଏମ୍‌ବିବିଏସ୍‌ କରିଛନ୍ତି। ତୃତୀୟ ଝିଅ ଚନ୍ଦା ଏଲ୍‌ଏଲ୍‌ବି କରିଛନ୍ତି। ପୁଣେର ପ୍ରତିଷ୍ଠିତ କଲେଜରୁ ସେ ଓକିଲାତି ଡିଗ୍ରୀ ହାସଲ କରିଛନ୍ତି।

ଲାଲୁଙ୍କ ଝିଅ ରାଗିଣୀ ଇଣ୍ଟର ପାସ କରିଛନ୍ତି। ରାଞ୍ଚିର ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ବିଟେକ୍‌ କରୁଥିଲେ। ହେଲେ ସେ ଏହାକୁ ପୁରା କରିଥିଲେ।

ହେମା ଯାଦବ ବିଆଇଟି, ରାଞ୍ଚିରୁ ବିଟେକ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କୋଟାରେ ସେ ଆଡମିଶନ ନେଇଥିଲେ।

ଲାଲୁଙ୍କ ୬ଷ୍ଠ ଝିଅ ଅନୁଷ୍କା ଇଣ୍ଟେରିୟର ଡିଜାଇନିଂରେ ଗ୍ରାଜୁଏଶନ୍‌ କରିଛନ୍ତି। ସେ ହରିୟାଣାରେ ରଓ୍ବୋଡିର ଏକ କଲେଜରୁ ଓକିଲାତି ପାଠ ପଢ଼ୁଥିବା ଜଣାପଡ଼ିଛି।

ଲାଲୁଙ୍କ ସବୁଠାରୁ ସାନ ଝିଅ ରାଜଲକ୍ଷ୍ମୀ ନୋଏଡାର ଅମିତ୍‌ ୟୁନିଭର୍ସିଟିରୁ ଗ୍ରାଜୁଏଶନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri