Posted inଖେଳ

‘ସନ୍ଦେହ କରିବାର କିଛି ନାହିଁ’

ମେଲବୋର୍ନ,୬।୧୦: ଷ୍ଟାର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବେ ଖରାପ ଫର୍ମ କାରଣରୁ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବର୍ଷେରୁ ଅଧିକ ସମୟ ହେଲା ଅନ୍ତର୍ଜାତୀୟ ଟି୨୦ ଫର୍ମାଟରେ ଖେଳିନାହାନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଏହାସତ୍ତ୍ୱେ ଟି୨୦ ବିଶ୍ୱକପ୍‌ରେ ସେ ଅଷ୍ଟ୍ରେଲିଆ ପାଇଁ ଓପନିଂ କରିବେ। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ।

“ଅଷ୍ଟ୍ରେଲିଆକୁ ପ୍ରତିନିଧିତ୍ୱ କରିଥିବା ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଓ୍ବାର୍ନର ଜଣେ। ତାଙ୍କ ପ୍ରସ୍ତୁତି ଉପରେ ମୋର ସନ୍ଦେହ ନାହିଁ” ବୋଲି ଟି୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଦଳର ୟୁଏଇ ଗସ୍ତ ପୂର୍ବରୁ ଫିଞ୍ଚ କହିଛନ୍ତି।

ଅନ୍ତିମ ଥର ୨୦୨୦ ସେପ୍ଟେମ୍ବରରେ ଓ୍ବାର୍ନର ଖେଳିଥିଲେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌। ଏହାପରେ ଆହତ ସମସ୍ୟା ଓ ବିଶ୍ରାମ ଭଳି କାରଣରୁ ଲଗାତାର ୪ ସିରିଜ୍‌ (୧୪ ମ୍ୟାଚ୍‌)ରେ ଖେଳିବା ଲାଗି ସେ ଉପଲବ୍ଧ ନ ଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ଆଇପିଏଲ ସିଜନର ଉଭୟ ଫେଜରେ ଓ୍ବାର୍ନର ୮ ମ୍ୟାଚ୍‌ ଖେଳି ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏଭଳି ପ୍ରଦର୍ଶନ କାରଣରୁ ସନରାଇଜର୍ସ ହାଇଦ୍ରାବାଦ୍‌ ତାଙ୍କୁ ଅଧିନାୟକ ପଦରୁ ତଡ଼ି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲିଆନ ଡିଏଗୋଙ୍କ ସହ ଓଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧ା୯(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ର ୭ମ ସଂସ୍କରଣ ପାଇଁ ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି (ଓଏଫସି)। ଭୁବନେଶ୍ୱର...

ଆଇଏସ୍‌ଏଲ୍‌: ଜାମସେଦପୁରକୁ ହରାଇ ଏଟିକେ ଶୀର୍ଷରେ

କୋଲକାତା, ୧୦।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଦୁଇଥରର ଚାମ୍ପିୟନ ଘରୋଇ ଏଟିକେ ଦଳ ୩-୧ ଗୋଲରେ ଜାମସେଦପୁର...

ଇଣ୍ଡିଆନ ସୁପର ଲିଗ୍:‌ ଓଡ଼ିଶା ଏଫ୍‌ସି- ଏଟିକେ ମୋହନବାଗାନ ମୁକାବିଲା

ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର...

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଶାନଙ୍କ ଉପରେ ନଜର

ବେଙ୍ଗାଲୁରୁ, ୩।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ କ୍ରିକେଟ୍‌ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଏମ୍‌. ଚିନ୍ମସ୍ବାମୀ...

ଏମିତି କଥା କହିଲେ ଭାରତୀୟ କ୍ରିକେଟର୍‌: ପାକିସ୍ତାନ ପ୍ରଶଂସକ କଲେ ସଲାମ

ଲଣ୍ଡନ,୧୪।୭: ଭାରତୀୟ ଦଳରୁ ବାଦ୍‌ ପଡିଥିବା ଦୀନେଶ କାର୍ତ୍ତିକ ଆଜିକାଲି ଇଂଲଣ୍ଡରେ କମେଣ୍ଟ୍ରି କରୁଛନ୍ତି। ବିଶ୍ୱ ଟେଷ୍ଟ ସିରିଜର ଫାଇନାଲରେ କମେଣ୍ଟ୍ରି ପାଇଁ ଦୀନେଶ କାର୍ତ୍ତିକ...

ଚାଙ୍ଗ୍‌ଟେଙ୍କ ସହିତ ଚୁକ୍ତି କଲା ଚେନ୍ନାଇନ ଏଫ୍‌ସି

ଚେନ୍ନାଇ, ୩୦ା୮ (ପି.ଟି.)-ଦୁଇ ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଚେନ୍ନାଇନ ଏଫ୍‌ସି ଭାରତର ଅନ୍ତର୍ଜାତୀୟ ଖେଳାଳି ୨୨ବର୍ଷୀୟ ଓ୍ବିଙ୍ଗର ଲାଲିଆନଜୁଆଲା ଚାଙ୍ଗ୍‌ଟେଙ୍କ ସହିତ...

ଆଇପିଏଲ୍‌ ଖେଳିବା ଲାଗି ଅନ୍ତିମ ଦଳ ଭାବେ ଦୁବାଇରେ ପହଞ୍ଚିଲା ଏହି ଫ୍ରାଞ୍ଚାଇଜ୍‌

ଦୁବାଇ, ୨୪।୮: କରୋନା ମହାମାରୀ ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବାକୁ ଯାଉଛି। ଚଳିତ...

ପାକିସ୍ତାନ ଜର୍ନାଲିଷ୍ଟଙ୍କୁ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ

ବାଙ୍ଗଲୋର, ୧୧ା୪- ପୂର୍ବତନ ଭାରତୀୟ ପେସର ଭେଙ୍କଟେଶ ପ୍ରସାଦ ରବିବାର ପାକିସ୍ତାନର ଜଣେ ଜର୍ନାଲିଷ୍ଟଙ୍କୁ ଜବାବ ଦେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଏବେ ପାଲଟିଛି ଚର୍ଚ୍ଚାର...

Advertisement
Archives

Model This Week