ଚିକିତ୍ସାରେ ଅର୍ଥ ବାଧକ

ଚମ୍ପୁଆ, ୧୨ ।୩(ଡି.ଏନ୍‌.ଏ.)

କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ପଞ୍ଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ସୋନୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ଅସ୍ବାଭାବିକ ଭାବେ ତାଙ୍କର ଦୁଇ ଗୋଡ଼ ଫୁଲିଥିବାରୁ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି। ଦୀର୍ଘ ୫ ବର୍ଷ ଧରି ଦୁଇ ଆଶାବାଡି ସାହାରାରେ ଚଳପ୍ରଚଳ କରୁଥିବା ସୋନୁ ଏବେ ଚମ୍ପୁଆ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ୨୦୧୨ ମସିହାରେ ସୋନୁଙ୍କୁ ଏକ ଷଣ୍ଢ ଆକ୍ରମଣ କରିବାରୁ ତାଙ୍କ ଡାହାଣ ଗୋଡଟି ଭାଙ୍ଗିଯାଇ ଥିଲା। ଅଭାବୀ ପରିବାର ଯୋଗୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଚିକିତ୍ସିତ ହୋଇଥିଲେ। କିନ୍ତୁ ପ୍ରାୟ ୫ ବର୍ଷ ହେବ ଗୋଡ଼ଟି ଧିରେ ଧିରେ ଫୁଲି ଯାଇଛି। ଚଲାବୁଲାର ସମସ୍ୟା ପାଇଁ ସେ ଆଶାବାଡିକୁ ସାହାରା କରୁଥିଲେ ମଧ୍ୟ ଅସ୍ବାଭାବିକ ଭାବେ ବଢୁଥିବା ଦୁଇ ଗୋଡକୁ ଧରି ଚାଲିବାକୁ ଅକ୍ଷମ ହୋଇଛନ୍ତି। ବର୍ତ୍ତମାନ ଉକ୍ତ ଦୁଇ ଗୋଡରେ ଘା’ ହେବାକୁ ଆରମ୍ଭ ହେବାରୁ ଯନ୍ତ୍ରଣା ବଢିବାରେ ଲାଗିଛି। ସୋନୁଙ୍କୁ ଉନ୍ନତ ଚିକିସତ୍ାଦେବା ନିତାନ୍ତ ଜରୁରୀ ହୋଇ ପଡିଥିବା ବେଳେ ଉପଖଣ୍ଡ ଚିକିସତ୍ା ଅଧିକାରୀ କହିଛନ୍ତି, ସୋନୁର ଗୋଡରେ ହୋଇଥିବା ଘା’ ଚମ୍ପୁଆରେ ଭଲ ହୋଇ ପାରିବ ମାତ୍ର ଫୁଲୁଥିବା ଗୋଡ ପାଇଁ ଉନ୍ନତ ଚିକିସତ୍ାର ଆବଶ୍ୟକତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସ...

ଖୋଲିଲା ୨୦ ଗେଟ୍‌: ମହାନଦୀରେ ବଢୁଛି ବନ୍ୟା ଆଶଙ୍କା

ସମ୍ବଲପୁର,୧୫।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା...

ଧନୀ ସ୍ବାଧୀନ, ଗରିବ ପରାଧୀନ: ତଥାଗତ

ବଲାଙ୍ଗୀର ଅଫିସ,୨୬ା୯: ଯୁଗଯୁଗରୁ ସ୍ବାଧୀନତାର ପରିସୀମା ଓ ପରିଭାଷାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି। ଯେଉଁମାନଙ୍କୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡେନାହିଁ, ସେମାନଙ୍କ ପିଲାଙ୍କୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ...

କଣ୍ଟେନମେଣ୍ଟ ଜୋନ୍‌ରେ ଜିଲାପାଳଙ୍କ ଅଫିସ

ପୁରୀ ଅଫିସ,୧୮ା୬: କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧ ଅଞ୍ଚଳ)ରେ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ। ପୁରୀ କୋର୍ଟ ପରିସରର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ...

ଶୌଚ ହେବାକୁ ଯାଇ ଭାଲୁ ଆକ୍ରମଣର ଶିକାର

ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ବିଟ ଜୟପୁର ଗ୍ରାମରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗୁରୁବାର ସକାଳୁ ଗାଁ ପୋଖରୀକୁ ଶୌଚ ହେବା...

ଓଜନ କମାଇବା ପାଇଁ ପୋଲିସ ବାବୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି। ଡିଜି କ୍ୟାମ୍ପ ହାଉସ୍‌ରେ ବସିଥିବା ବୈଠକରେ ଏହି...

ପାଟକୁରାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା : ବିଧାନସଭାରେ ହଟ୍ଟଗୋଳ; କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିଲମ୍ବନ ଦାବି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ହଟାଯାଉ, ନଚେତ୍‌ ଗୃହ ଚଳାଇ ଦେବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାନସଭାରେ...

Advertisement
Archives

Model This Week