ପିଲାଙ୍କ ପାଇଁ ଅର୍ଥ ବ୍ୟବସ୍ଥା

ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣରେ ଗତ ଦଶବର୍ଷର ପ୍ରଗତିକୁ ଉଲ୍ଲେଖ କରିବା ସହ ଅମୃତ କାଳରେ ଏହି ବଜେଟ ଏକ ବିକଶିତ ଭାରତ ଆଡ଼କୁ ଯାତ୍ରା ବୋଲି ଉଲ୍ଲେଖ କରିଛନ୍ତି। ବିକଶିତ ଭାରତରେ ମାତୃ ଓ ଶିଶୁଙ୍କ ଯତ୍ନକୁ ଗୁରୁତ୍ୱ ଦିଆଯାଇଥିବା କଥା କହିଲା ବେଳେ ସେ, ୯ରୁ ୧୪ବର୍ଷ ବାଳିକାଙ୍କୁ ଜରାୟୁ କ୍ୟାନ୍‌ସର ପ୍ରତିଷେଧକ ଟିକା ଦେବା, ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ ପରି ବ୍ୟାପକ ଯୋଜନାକୁ ଗୁରୁତ୍ୱ ଦେବା କଥା ଗୁରୁତର ସହ କହିଛନ୍ତି। ଏଥରର ମଧ୍ୟବର୍ତ୍ତିକାଳୀନ ବଜେଟରେ ପିଲାଙ୍କୁ ମୋଟ ୧୦୯୪୯୩.୦୮କୋଟି ଟଙ୍କା ମିଳିଛି। ୨୦୨୩-୨୪ ବଜେଟରେ ଏହା ୧୦୩୭୯୦.୭୦କୋଟି ଥିଲା। ଏଣୁ ଗତବର୍ଷ ତୁଳନାରେ ଆମେ ଶତକଡ଼ା ୫.୪୯ ବ୍ୟୟ ବରାଦ ବଢ଼ିଛି ବୋଲି କହିପାରିବା। କିନ୍ତୁ ଯଦି ମୋଟ ବଜେଟରୁ ପିଲାଙ୍କ ଭାଗ ଦେଖିବା ଏହା ପୂର୍ବ ବର୍ଷ ଭଳି ଅପରିବର୍ତ୍ତିତ ହୋଇ ୨.୩୦ଶତକଡ଼ାରେ ହିଁ ରହିଛି।
ବଜେଟରେ ଦୁଇଟି କଥା ବେଶ୍‌ ଗୁରୁତ୍ୱ ପାଇଛି। ଗୋଟିଏ ହେଲା ପିଏମ୍‌ଶ୍ରୀ ଓ ଅନ୍ୟଟି ଏକଲବ୍ୟ ମଡେଲ୍‌ ବିଦ୍ୟାଳୟ। ଏକଲବ୍ୟ ମଡେଲ୍‌ ଆବାସିକ ବିଦ୍ୟାଳୟ ପାଇଁ ଗତବର୍ଷ ତୁଳନାରେ ୭.୮୯ ଭାଗ ଅଧିକ ବ୍ୟୟ ବରାଦ କରାଯାଇଛି। ସେହିପରି ପିଏମ୍‌ଶ୍ରୀ ପାଇଁ ଗତବର୍ଷ ତୁଳନାରେ ୪୮.୧୫ ଭାଗ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ଦେଶରେ ଥିବା ପାଖାପାଖି ୬୯୦ଟି ଏକଲବ୍ୟ ମଡେଲ୍‌ ବିଦ୍ୟାଳୟ ଏହାଦ୍ୱରା ଉପକୃତ ହେବେ। ପୂର୍ବ ବର୍ଷ ୬୪୪୮ଟି ବିଦ୍ୟାଳୟ ପିଏମ୍‌ଶ୍ରୀରେ ରୂପାନ୍ତରଣ ହୋଇଥିବା ବେଳେ ଏ ବର୍ଷ ଏ ସଂଖ୍ୟା ବୃଦ୍ଧି ପାଇବ। ପିଲାଙ୍କ ପାଇଁ ମିଶନ ବାତ୍ସଲ୍ୟ କେନ୍ଦ୍ର ସରକାରଙ୍କର ଏକ ସୁନ୍ଦର ପରିକଳ୍ପନା। ପ୍ରତିବର୍ଷ ଏହି ଯୋଜନାରେ ଅଧିକରୁ ଅଧିକ ଶିଶୁ ଅନ୍ତର୍ଭୁକ୍ତ ହେଉଛନ୍ତି ଓ ସୁରକ୍ଷା ବଳୟକୁ ଆସୁଛନ୍ତି। ୨୦୨୧-୨୨ରେ ସମଗ୍ର ଦେଶରେ ୨୯୩୩୮ଶିଶୁ ଏହି ଯୋଜନାର ଲାଭ ପାଇଥିବା ବେଳେ ୨୦୨୨-୨୩ରେ ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬୨୬୭୫ରେ ପହଞ୍ଚତ୍ଛି। ଅଥଚ ପୂର୍ବବର୍ଷ ତୁଳନାରେ ଆର୍ଥିକ ଆବଣ୍ଟନରେ କୌଣସି ପରିବର୍ତ୍ତନ କରା ନ ଯାଇ ମୋଟ ୧୪୭୨.୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସମଗ୍ର ଶିକ୍ଷା ଅଭିଯାନ ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ଅଙ୍ଗ ହୋଇଥିଲେ ବି ଏ ଦିଗରେ ମାତ୍ର ୩୭୫୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ମାତ୍ର ୦.୧୨ ଶତକଡ଼ା ଅଧିକ। ସଂଖ୍ୟାଲଘୁଙ୍କ ପାଇଁ ଥିବା ଶିକ୍ଷା ଓ ଶିକ୍ଷାବୃତ୍ତିରେ ବଜେଟ ସଂକୁଚିତ କରାଯାଇଛି। ମଦ୍ରାସା ଓ ସଂଖ୍ୟାଲଘୁଙ୍କ ପାଇଁ ଶିକ୍ଷାଯୋଜନାରେ ଗତବର୍ଷ ୧୦ କୋଟିର ବ୍ୟୟ ବରାଦ ଥିଲା ବେଳେ ଏବର୍ଷ ଏହା ୨ କୋଟିକୁ କମିଛି। ସେହିପରି ଏହି ବର୍ଗର ଲୋକଙ୍କ ପାଇଁ ମାଗଣା କୋଚିଂ ହେତୁ ୧୦ କୋଟିର ବ୍ୟୟ ବରାଦ କରାଯାଇଛି ଯାହା ଗତବର୍ଷ ୩୦କୋଟି ଥିଲା।
ଶିଶୁ ସୁରକ୍ଷା କଥା ବିଚାରକୁ ନେଲେ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଭାରତରେ ଅପରାଧ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ୧୬୨୪୪୯ଶିଶୁଙ୍କ ପ୍ରତି ନିର୍ଯାତନାର ରିପୋର୍ଟ ଦରଜ ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ୮.୭୩ ଭାଗ ଅଧିକ। ଏହି ଅନୁସାରେ ଦେଖିବାକୁ ଗଲେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଆର୍ଥିକ ବ୍ୟବସ୍ଥା ଉତ୍ସାହଜନକ ନୁହେଁ। ମୋଟ ବଜେଟର ଏହା ମାତ୍ର ୦.୦୪ ଭାଗ। ୨୦୧୪-୧୫ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ଅନୁଧ୍ୟାନ କଲେ ପିଲାଙ୍କ ଅଧିକାରର ସୁରକ୍ଷା ପାଇଁ ବ୍ୟୟ ବରାଦ ସବୁଠାରୁ ଅଧିକ ୨୦୧୪-୧୫ରେ ୪.୫୨ଶତକଡ଼ା ଆବଣ୍ଟିତ ହୋଇଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ଖସିଛି ସିନା ଆଉ ବଢ଼ିବାର ନଁା ଧରିନାହିଁ। ୨୦୧୫-୧୬ରେ ଏହା ୩.୨୬ ଶତକଡ଼ା ଥିବାବେଳେ ୨୦୨୪-୨୫ରେ ଏହା ୨.୩୦ଶତକଡ଼ା ରହିଛି। ନିର୍ବାଚନ ପୂର୍ବର ମଧ୍ୟବର୍ତ୍ତିକାଳୀନ ବଜେଟ ଏକ ପୂର୍ଣ୍ଣାଙ୍ଗ ବଜେଟ ନ ହେଲେ ବି ସରକାର ଜନମତକୁ ପ୍ରଭାବିତ କରିବାର ପ୍ରୟାସ କରିଥାନ୍ତି। କିନ୍ତୁ ପିଲାମାନେ ଦେଶର ଭବିଷ୍ୟତ ବୋଲି କୁହାଯାଉଥିଲେ ବି ନିର୍ବାଚନରେ ମତଦାତା ହୋଇ ନ ଥିବାରୁ ସେମାନେ ହୁଏତ ଗୁରୁତ୍ୱ ପାଉନାହାନ୍ତି। ଦେଶରେ ଅନେକ ପିଲା ବାଲ୍ୟବିବାହ, ଶିଶୁଶ୍ରମିକ ଚାଲାଣ, ଯୌନ ନିର୍ଯାତନା, ଶୋଷଣର ଶିକାର ହେଉଛନ୍ତି। ଅନେକ ପିଲା ରାସ୍ତାକଡ଼ରେ ରହୁଛନ୍ତି, ବିଦ୍ୟାଳୟର ବାରଣ୍ଡା ମାଡି ନାହାନ୍ତି। ସେପରି ସ୍ଥଳରେ ସେମାନଙ୍କର ଅଧିକାରର ସୁରକ୍ଷା ନ ହେଲେ ଦେଶ ବିକଶିତ ହେବ କେମିତି? ସମସ୍ତ ଶିଶୁଙ୍କ ପାଖକୁ ପହଞ୍ଚତ୍ବାକୁ ହେଲେ ଓ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେଲେ ବ୍ୟୟ ବରାଦର ଆବଶ୍ୟକତା ରହିଛି।

  • ଘାସିରାମ ପଣ୍ଡା
    ସୁବର୍ଣ୍ଣପୁର
    ମୋ: ୯୪୩୮୩୪୧୭୯୪

Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri